ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ତୃତୀୟ ଟି-୨୦ରେ ଭାରତୀୟ ବୋଲରଙ୍କୁ ନିର୍ମମ ପ୍ରହାର, ରିଲେ ରୁସୋଙ୍କ ଶତକ, ଦକ୍ଷିଣ ଆଫ୍ରିକାର ବିଶାଳ ସ୍କୋର

4/10/2022 at 8:51 PM

ଇନ୍ଦୋର: ଭାରତୀୟ ବୋଲରଙ୍କୁ ନିର୍ମମ ପ୍ରହାର। ରିଲେ ରୁସୋଙ୍କ ବିସ୍ଫୋରକ ଶତକ ଏବଂ କ୍ଵିଣ୍ଟନ ଡିକକ୍‌ଙ୍କ ଅର୍ଦ୍ଧଶତକ ବଳରେ ତୃତୀୟ ଟି-୨୦ରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବିଶାଳ ସ୍କୋର କରିଛି। ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ଓଭରରେ ୩ ଓ୍ଵିକେଟ୍ ହରାଇ ୨୨୭ ରନ କରିଛି। ସିରିଜ୍ କ୍ଲିନ୍ ସୁଇପ୍ କରିବା ପାଇଁ ଭାରତ ସମ୍ମୁଖରେ  ରହିଛି ୨୨୮ ରନର ବଡ ବିଜୟ ଲକ୍ଷ୍ୟ। ରିଲେ ରୁସୋ ୧୦୦ ରନର ଧୂଆଁଧାର ଇନିଂସ ଖେଳିଥିବା ବେଳେ ଡି କକ୍ ୬୮ ରନର ଉପଯୋଗୀ ଇନିଂସ ଖେଳିଛନ୍ତି। ଇନ୍ଦୋରର ହୋଲକର କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଛୋଟ ପଡିଆରେ ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି।

ଟସ୍  ହାରି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୩୦ ରନ ସ୍କୋରରେ ଅଧିନାୟକ ତେମ୍ବା ବାଭୁମା(୩)ଙ୍କ ଓ୍ଵିକେଟ୍ ହରାଇଥିଲା। ଏହା ପରେ ଡି କକ୍ ଏବଂ ରିଲେ ରୁସୋ ଦମଦାର ବ୍ୟାଟିଂ କରି ଭାରତୀୟ ବୋଲରଙ୍କୁ ଚାପରେ ରଖିଥିଲେ। ଦୁଇ ବ୍ୟାଟସମ୍ୟାନ ଦ୍ଵିତୀୟ ଓ୍ଵିକେଟ୍‌ରେ ୯୦ ରନ ଯୋଡି ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ। ଡକକ୍ ନିଜର ଫର୍ମ ବଜାୟ ରଖି ସିରିଜ୍‌ରେ କ୍ରମାଗତ ଦ୍ଵିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୪୩ ବଲ୍‌ରୁ  ୬ ଚୌକା ଏବଂ ୪ ଛକା ସହ ୬୮ ରନର ଉପଯୋଗୀ ଇନିଂସ ଖେଳିଥିଲେ। ତାଙ୍କ ଆଉଟ୍ ପରେ ରୁସୋ ଇନିଂସ ସମ୍ଭାଳିଥିଲେ।

ପ୍ରଥମ ଦୁଇଟି ମ୍ୟାଚ୍‌ରେ ନିରାଶ କରିଥିବା ରୁସୋ ଟି-୨୦ କ୍ୟାରିୟରରେ ସ୍ମରଣୀୟ ଇନିଂସ ଖେଳିଛନ୍ତି। ସେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୪୮ ବଲ୍‌ରୁ ଶତକୀୟ ଇନିଂସ ଖେଳିଛନ୍ତି। ଏଥିରେ  ୭ ଚୌକା ଏବଂ ୮ ଛକା ସାମିଲ୍। ଟ୍ରିଷ୍ଟନ ଷ୍ଟବ୍ସ ୨୩ ରନ କରିଥିଲେ। ମିଲର ୫ ବଲ୍‌ରୁ ୩ ଛକା ସହ ୧୯ ରନରେ ଅପରାଜିତ ଥିଲେ। ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ଵିକେଟ୍ ହରାଇ ୨୨୩ ରନ କରିଥିଲା।

ଭାରତ ପକ୍ଷରୁ ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ଦୀପକ ଚହର ୪ ଓଭରରେ ୪୮ ରନ ଏବଂ ଉମେଶ ଯାଦବ ୩ ଓଭରରେ ୩୪ ରନ ଦେଇ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ହର୍ଷଲ ପଟେଲ୍ ୪ ଓଭରରେ ୪୯ ରନ, ଅଶ୍ଵିନ ୪ ଓଭରରେ ୩୫, ସିରାଜ ୪ ଓଭରରେ ୪୪ ଏବଂ ଅକ୍ଷର ଗୋଟିଏ ଓଭରରେ ୧୧ ରନ ବ୍ୟୟ କରିଛନ୍ତି।  

   Related Posts