କ୍ଵିଣ୍ଟନ ଡିକକ୍‌ଙ୍କ ଦମଦାର ଅର୍ଦ୍ଧଶତକ, ମାରକ୍ରମ-କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ, ଆମେରିକାକୁ ବିଶାଳ ଲକ୍ଷ୍ୟ

Published By : Prameya-News7 Bureau | June 19, 2024 IST

abp live

ଆଣ୍ଟିଗୁଆ: ଲିଗ୍ ପର୍ଯ୍ୟାୟ ପରେ ଆଜିଠୁ ଆରମ୍ଭ ହୋଇଛି ଟି-୨୦ ବିଶ୍ଵକପ୍‌ର ସୁପର-୮ ମୁକାବିଲା। ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି ଦକ୍ଷିଣ ଆଫ୍ରିକା ଓ ସହ ଆୟୋଜକ ଆମେରିକା। ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୪ ଓ୍ଵିକେଟ୍ ହରାଇ ୧୯୪ ରନର ବିଶାଳ ସ୍କୋର କରିଛି। କ୍ଵିଣ୍ଟନ ଡି କକ୍‌ ୭୪ ରନର ବିସ୍ଫୋରକ ଇନିଂସ ଖେଳିଥିବା ବେଳେ ଆଡନ ମାରକ୍ରମ ୪୬ ଓ ହେନରିଚ କ୍ଲାସେନ ୩୬ ରନର ଅପରାଜିତ ଇନିଂସ ଖେଳିଛନ୍ତି। ଡେଥ ଓଭରରେ କ୍ଲାସେନ ଓ ଟ୍ରିଷ୍ଟନ ଟବ୍ସ ୫୦ ରନ ଯୋଡ଼ି ଦକ୍ଷିଣ ଆଫ୍ରିକା ସ୍କୋରକୁ ୧୯୦ ପାର ପହଞ୍ଚାଇଛନ୍ତି। ଆମେରିକା ପକ୍ଷରୁ ସୌରଭ ନେତ୍ରାଭଲକର ଓ ହରମୀତ ସିଂ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। 

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକାର ଆରମ୍ଭ ଆଶାନୁରୂପ ନ ଥିଲା। ସୌରଭ ନେତ୍ରାଭଲକର ନିଜର ଦ୍ଵିତୀୟ ଓଭରରେ ରିଜା ହେଣ୍ଡ୍ରିକ୍ସ(୧୧)କୁ ଆଉଟ୍ କରିଥିଲେ। ଆରମ୍ଭରୁ କ୍ଵିଣ୍ଟନ ଡିକକ୍ ବିସ୍ଫୋରକ ବ୍ୟାଟିଂ ଆମେରିକା ବୋଲରଙ୍କୁ ପ୍ରହାର କରିଥିଲେ। ପାଓ୍ଵାର ପ୍ଲେରେ ଦକ୍ଷିଣ ଆଫ୍ରିକା ୬୪ ରନ କରିଥିଲେ। ଆଡନ ମାରକ୍ରମ ଓ ଡିକକ୍ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୧୧୦ ରନ ଯୋଡ଼ି ଆମେରିକାକୁ ବ୍ୟାକଫୁଟ୍‌କୁ ଠେଲିଥିଲେ। ୧୦ ଓଭରରେ ଦୁଇ ବ୍ୟାଟର ଦଳର ସ୍କୋରକୁ ୧୦୧ ରନରେ ପହଞ୍ଚାଇଥିଲେ। 

Also read: କ୍ୟାପଟେନ୍‌ ପଦ ଛାଡିଲେ କେନ୍‌ ଓ୍ୱିଲିୟମସନ୍‌, ସେଣ୍ଟ୍ରାଲ କଣ୍ଟ୍ରାକ୍ଟକୁ କରିଦେଲେ ନା...

ଏହା ମଧ୍ୟରେ ଡିକକ୍  ୨୫ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିଲେ। ୧୩ମ ଓଭରରେ ଆମେରିକାକୁ ମିଳିଥିଲା ସଫଳତା। ଡିକକ୍ ୪୦ ବଲ୍‌ରୁ ୭ ଚୌକା ଓ ୫ ଛକା ସହ ୭୪ ରନ କରିଥିଲେ। ଏହାପରେ ଡେଭିଡ୍ ମିଲର ଖାତା ଖୋଲି ପାରି ନ ଥିଲେ। ଅନ୍ୟପଟେ ଅଧିନାୟକ ଆଡନ ମାରକ୍ରମ ୩୨ ବଲ୍‌ରୁ ୪୬ ରନ ଉଲ୍ଲେଖନୀୟ ଇନିଂସ ଖେଳି ଆଉଟ୍ ହୋଇଥିଲେ। ୧୫ ଓଭରରେ ଦକ୍ଷିଣ ଆଫ୍ରିକା ୧୪୬ ରନ କରିଥିଲା।  ହେନରିକ କ୍ଲାସେନ ଓ ଟ୍ରିଷ୍ଟନ ଟବ୍ସ ଦ୍ରୁତ ବ୍ୟାଟିଂ କରି ଅବିଭାଜିତ ପଞ୍ଚମ ଓ୍ଵିକେଟ୍ ପାଇଁ ୫୩ ରନ ଯୋଡ଼ିଥିଲେ। ତଥାପି ନେତ୍ରାଭଲ ୧୯ତମ ଓଭରରେ ଭଲ ବୋଲିଂ କରି ମାତ୍ର ୬ ରନ ଦେଇଥିଲେ। ଶେଷରେ ଦକ୍ଷିଣ ଆଫ୍ରିକା ୪ ଓ୍ଵିକେଟ୍ ହରାଇ ୧୯୪ ରନ କରି ପାରିଛି। 

  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.