ଦକ୍ଷିଣ ଆଫ୍ରିକ କ୍ୟାପଟେନଙ୍କ ଅନ୍ଧବିଶ୍ବାସ , ଟସ୍ ହାରିବା ଭୟରେ ଛିଡ଼ା କଲେ କା' କ୍ୟାପଟେନ୍

Published By : Prameya-News7 Bureau | October 19, 2019 IST

ନୂଆଦିଲ୍ଲୀ - ଦକ୍ଷିଣ ଆଫ୍ରିକା ଅଧିନାୟକ ଫାପ୍ ଡୁ ପ୍ଲେସିଙ୍କ ଅନ୍ଧବିଶ୍ବାସ। ଲଗାତର ୬ ଟି ଟେଷ୍ଟ ମ୍ୟାଚରେ ଟସ ହାରିବା ପରେ ରାଞ୍ଚିରେ ତାଙ୍କ ସହ ଦେଖିବାକୁ ମିଳିଥିଲା ‘ କା ‘  କ୍ୟାପଟେନ୍ । ଆଉ ଏହି ଦାୟିତ୍ବ ନେଇଥିଲେ ତେମ୍ବା ବଭୂମା। ବିରାଟ କୋହଲିଙ୍କ ସହ ଟସ ବେଳେ ଥିଲେ ଅଧନାୟକ ଫାପ୍ ଡୁ ପ୍ଲେସିଙ୍କ ସହ ବଭୂମା।  ହେଲେ ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ଏହି କୌଶଳ ସଫଳ ହୋଇ ନ ଥିଲା। ଲଗାତର ସପ୍ତମ ଥର ପାଇଁ ସେ ହାରିଥିଲେ ଟସ୍। ବିଶ୍ବ କ୍ରିକେଟର ଅନେକ ନାମୀ କ୍ରିକେଟରଙ୍କ ମଧ୍ୟ ଅନ୍ଧବିଶ୍ବାସ ରହିଥାଏ। କିଏ ପ୍ରଥମେ ନିଜ ବାମ ଗୋଡରେ ପ୍ୟାଡ ପିନ୍ଧନ୍ତି ତ, ଆଉ କିଏ ଆଉଟ ହେଲେ ମଧ୍ୟ ଏକଦିବସୀୟରେ ମ୍ୟାଚ ନ ସରିବା ଯାଏ ପୋଷାକ ବଦଳାଇ ନ ଥାନ୍ତି। ହେଲେ ଟସ୍ ପାଇଁ  କା ଅଧିନାୟକଙ୍କ ସହ ଫ୍ଲାପ ଡୁ ପ୍ଲେସିଙ୍କ ପଡିଆକୁ ଓହ୍ଲାଇବା ଅନେକଙ୍କ ପାଇଁ କୌତୁହଳର ପ୍ରସଙ୍ଗ ପାଲଟିଛି। ତେବେ ଡୁପ୍ଲେସି ବିଦେଶ ମାଟିରେ ଲଗାତାର ସପ୍ତମଥର ପାଇଁ ଟସ୍ ହାରିଥିବା ବେଳେ ଦକ୍ଷିଣ ଅଫ୍ରିକା ଏସିଆରେ ଲଗାତାର ୧୦ ଥର ଟସ୍ ହାରିଛି । ଏପରି କା କ୍ୟାପଟେନ୍ ପଡୁଆକୁ ଯିବା ଘଟଣାକୁ ଦକ୍ଷିଣ ଆଫ୍ରିକାର ସବୁଠାରୁ ସଫଳ ଅଧିନାୟକ ଗେମ ସ୍ମିଥ୍ ସମାଲୋଚନା କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.