T-20 ବିଶ୍ୱକପ: ରୋମାଞ୍ଚକର ମୁକାବିଲାରେ ଇଂଲଣ୍ଡକୁ ୭ ରନରେ ହରାଇଲା ଦକ୍ଷିଣ ଆଫ୍ରିକା, ୪ ପଏଣ୍ଟ ସହ ଗ୍ରୁପ ଶୀର୍ଷରେ

Published By : Prameya-News7 Bureau | June 21, 2024 IST

ସେଣ୍ଟ ଲୁଇସ୍: ସୁପର ୮ ଗ୍ରୁପ-୨ରେ ଏକ ରୋମାଞ୍ଚକର ମୁକାବିଲାରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଛି । ଟିମର ଶାଣିତ ବୋଲିଂରେ ଆଗରେ ଇଂଲଣ୍ଡ ୬ ୱିକେଟ ହରାଇ କେବଳ ୧୫୬ ରନ୍ କରିବାରେ ସଫଳ ହେଲା । ଏହାସହ ଇଂଲଣ୍ଡକୁ ୭ ରନରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା । ଏହି ବିଜୟ ସହ ୪ ପଏଣ୍ଟ ପାଇ ଦକ୍ଷିଣ ଆଫ୍ରିକା ଗ୍ରୁପର ଟେବୁଲ ଶୀର୍ଷରେ ପହଞ୍ଚିଛି ।  

ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ ପାଇଁ ଦକ୍ଷିଣ ଆଫ୍ରିକାକୁ ଆମନ୍ତ୍ରଣ କରିଥିଲା । ମାର୍କମ ବାହିନୀ ନିର୍ଦ୍ଧାରିତ ୨୦ ଓଭରରେ ୧୬୪ ରନ୍ କରିବାରେ ସଫଳ ହୋଇଥିଲା । ଟିମ୍ ଆକ୍ରମଣ ଆରମ୍ଭ କରିଥିବା ବେଳେ ଶେଷରେ ବିପର୍ଯ୍ୟୟ ସାମନା କରି ଏକ ବଡ଼ ସ୍କୋର କରିବରେ ବିଫଳ ହେଲା । ଟିମ ପାଇଁ କ୍ୱିଣ୍ଟନ ଡିକକ୍ ସର୍ବାଧିକ ୬୫ ରନ୍ ଏବଂ ଡେଭିଡ୍ ମିଲର ୪୩ ରନ୍ କରିଥିଲେ । ଅନ୍ୟପଟେ ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର ସର୍ବାଧିକ ୩ ୱିକେଟ ନେଇଥିଲେ ।

୧୬୫ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଇଂଲଣ୍ଡ ବ୍ୟାଟର ଦକ୍ଷିଣ ଆଫ୍ରିକାର ଶାଣିତ ବୋଲିଂର ସାମନା କରିପାରି ନଥିଲେ । ଆରମ୍ଭରୁ ହିଁ ଟିମକୁ ଲଗାତାର ଝାଟକା ଦେଇଥିଲେ ଦକ୍ଷିଣ ଆଫ୍ରିକାର ଫାଷ୍ଟ ବୋଲର । ତେବେ ହ୍ୟାରି ବ୍ରୁକଙ୍କ ୫୩ ରନ୍ ଏବଂ ଲିୟାମ୍ ଲିଭିଙ୍ଗଷ୍ଟୋନଙ୍କ ୩୩ ରନ୍ ବଳରେ ଇଂଲଣ୍ଡ ୧୫୬ ରନ୍ କରିବାରେ ସଫଳ ହେଲା । ସାଉଥ୍ ଆଫ୍ରିକା ପାଇଁ କଗିଶୋ ରାବାଡା ଏବଂ କେଶବ ମହାରାଜା ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.