ଫିଲ୍ମ ଇଣ୍ଡଷ୍ଟ୍ରିକୁ କରିବେ କି ବାଏ ବାଏ ? ବ୍ୟବସାୟ ଆଡକୁ ମୁହାଁଉଛନ୍ତି ନୟନତାରା

Published By : Prameya-News7 Bureau | May 23, 2023 IST

ମୁମ୍ବାଇ ୨୩।୦୫ : ସାଉଥ୍ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ନୟନତାରା । ନିଜ ଅଭିନୟରେ ଫ୍ୟାନ୍ସଙ୍କୁ କରନ୍ତି ମତୁଆଲା । ସେ ଦୀର୍ଘ ବର୍ଷ ଧରି ସାଉଥ ଉଣ୍ତଷ୍ଟ୍ରିରେ କାମ କରି ଆସୁଛନ୍ତି । ନୟନତାରା ଇଣ୍ଡଷ୍ଟ୍ରିକୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ଫିଲ୍ମରେ ଅଭିନୟ କରିବା ବ୍ୟତୀତ ନୟନତାରା ଜଣେ ସଫଳ ବ୍ୟବସାୟୀ । ମିଡିଆ ରିପୋର୍ଟ ଅନୁଯାୟୀ,ଅଭିନେତ୍ରୀ ବର୍ତ୍ତମାନ ଫିଲ୍ମ ଥିଏଟର ବ୍ୟବସାୟରେ ପ୍ରବେଶ କରିଛନ୍ତି ଏବଂ ଏଥିପାଇଁ ସେ ଚେନ୍ନାଇରେ ଏକ ସମ୍ପତ୍ତି କିଣିଛନ୍ତି ।

{"id":790841,"width":843,"height":593,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ନୟନ୍ତରା ତାଙ୍କ ସ୍ୱାମୀ ବିଗ୍ନେଶ ଶିବନଙ୍କ ସହ ଉତ୍ତର ଚେନ୍ନାଇର ପୁରୁଣା ଅଗସ୍ତ୍ୟ ଥିଏଟର ହଲକୁ କିଣିଛନ୍ତି। ଅଗସ୍ତ୍ୟ ଥିଏଟର ଦେବୀ ଥିଏଟର ଗ୍ରୁପର ଥିଲା । ଏହି ଥିଏଟରରେ ତାମିଲ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅନେକ ସୁପରଷ୍ଟାରଙ୍କ ସିଭାଜୀ ଗଣେଶ, ଏମଜିଆର ,ରଜନୀକାନ୍ତ, କମଲ ହାସନ, ଅଜିତ କୁମାର ଏବଂ ଥାଲପାଥି ବିଜୟଙ୍କର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଛି । ଅବଶ୍ୟ, ପ୍ରାୟ ୫୩ ବର୍ଷ ଚାଲିବା ପରେ, କରୋନା ମହାମାରୀ ହେତୁ ଏହା ୨୦୨୦ ମସିହାରେ ବନ୍ଦ ହୋଇଯାଇଥିଲା । ଏହି କାରଣରୁ, ସ୍କ୍ରିନ୍ ଥିଏଟର ପାଇଁ ଏକ ବଡ଼ କ୍ଷତି ହୋଇଥିଲା । ଖବର ଅନୁଯାୟୀ, ନୟନତାରା ଏବଂ ତାଙ୍କ ସ୍ୱାମୀ ଥିଏଟରର ନବୀକରଣ କରି ଏହାକୁ ପୁଣି ଥରେ ସିନେମା ଚଲାଇବାକୁ ବ୍ୟବସ୍ଥା କରିଛନ୍ତି। 

{"id":790842,"width":842,"height":531,"sizeSlug":"full","linkDestination":"none"}

କହିବାକୁ ଗଲେ ୨୦୨୧ ମସିହାରେ ନୟନତରା ତାଙ୍କ ବ୍ୟବସାୟିକ ସହଯୋଗୀ ଏବଂ ବନ୍ଧୁଙ୍କ ସହିତ ଏକ ସ୍କିନ୍ କେୟାର କମ୍ପାନୀ ଆରମ୍ଭ କରିଥିଲେ । ଲିପ୍ ବାମ ଉତ୍ପାଦନକାରୀ କମ୍ପାନୀ ଭାରତର ପ୍ରଥମ କମ୍ପାନୀ ବୋଲି ଦାବି କରେ ଯେଉଁଥିରେ ପ୍ରାୟ ୧୦୦ ପ୍ରକାରର ଲିପବାମ୍ ଅଛି । ଏହା ସହିତ ଅଭିନେତ୍ରୀ ତାଙ୍କ ସ୍ୱାମୀଙ୍କ ସହିତ ଏକ ପ୍ରଡକ୍ସନ୍ ହାଉସର ମାଲିକ ଅଟନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.