ଇଣ୍ଡିଆ ୱାର୍ଲ୍ଡକପ୍‌ ଜିତିଲେ ବିନା ପୋଷାକରେ ବୁଲିବେ ସାଉଥ ଅଭିନେତ୍ରୀ, ହେଉଛନ୍ତି ଟ୍ରୋଲ୍‌...

Published By : Prameya-News7 Bureau | November 18, 2023 IST

ମୁମ୍ଵାଇ ୧୮।୧୧: ବିଶ୍ୱକପ୍ ୨୦୨୩ର ଫାଇନାଲ ମ୍ୟାଚ୍ ପାଇଁ ପ୍ରତ୍ୟେକ ଭାରତୀୟଙ୍କ ଉତ୍ସାହ ଅଛନ୍ତି । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ବିଶ୍ୱକପ ଫାଇନାଲ ମ୍ୟାଚ୍‌  ରବିବାର, ନଭେମ୍ବର ୧୯ ରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଆଶା କରାଯାଉଛି କି ସେମିଫାଇନାଲ ପରି ଅନେକ ସେଲିବ୍ରେଟ୍ ମଧ୍ୟ ଫାଇନାଲ୍ ମ୍ୟାଚ୍ ରେ ନଜର ଆସିବେ । ଏହି ସମୟରେ ଜଣେ ଦକ୍ଷିଣ ଭାରତୀୟ ଅଭିନେତ୍ରୀଙ୍କ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।  ଯେଉଁଥିପାଇଁ ସେ ଲାଇମଲାଇଟକୁ ଆସିଛନ୍ତି।

ଅଭିନେତ୍ରୀଙ୍କ ପୋଷ୍ଟ କ’ଣ?

ଭାରତ- ଅଷ୍ଟ୍ରେଲିଆର ବିଶ୍ୱକପ୍ ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ରହିଛି । ସମସ୍ତେ ଏହାକୁ ଅପେକ୍ଷା କରି ରହିଛନ୍ତି। ପ୍ରତ୍ୟେକ ଭାରତୀୟ ଆଜି ଟ୍ରଫି ସହିତ ଟିମ୍ ଇଣ୍ଡିଆକୁ ଦେଖିବାକୁ ଚାହାଁନ୍ତି । ଏହି ସମୟରେ ତେଲୁଗୁ ଅଭିନେତ୍ରୀ ରେଖା ବୋଜ କିଛି କହିଛନ୍ତି, ଯଦି ଟିମ୍ ଇଣ୍ଡିଆ ୨୦୨୩ ବିଶ୍ୱକପ୍ ଜିତେ ତେବେ ସେ ବିଶାଖାପାଟନମ୍ ବେଳାଭୂମିରେ ବିନା ପୋଷାକରେ ବୁଲିବେ।

ରେଖା ବୋଜଙ୍କୁ କରାଯାଉଛି ଟ୍ରୋଲ

ଅଭିନେତ୍ରୀ ରେଖା ବୋଜ ଏହାକୁ ଦୁଇ ଦିନ ପୂର୍ବରୁ ଅର୍ଥାତ୍ ୧୫ ନଭେମ୍ବରରେ ପୋଷ୍ଟ କରିଥିଲେ।  କିନ୍ତୁ ବର୍ତ୍ତମାନ ଏହା ଆଲୋଚନାକୁ ଆସିଛି। ଏହି ପୋଷ୍ଟ ହେତୁ ରେଖାଙ୍କ ଫଲୋର୍ସମାନେ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି କମେଣ୍ଟ ପାଇଁ ତାଙ୍କୁ ଟ୍ରୋଲ ମଧ୍ୟ କରାଯାଉଛି। ଜଣେ ପ୍ରଶଂସକ ଲେଖିଛନ୍ତି - 'ବିଜୟ ପରେ ସମୁଦ୍ର କୂଳରେ ସାକ୍ଷାତ କରିବା।

wp:embed {"url":"https://www.prameyanews7.com/why-doesnt-shah-rukh-go-to-the-party/","type":"wp-embed","providerNameSlug":"prameya-news-7"}
https://www.prameyanews7.com/why-doesnt-shah-rukh-go-to-the-party/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.