ଟିମ୍ ଇଣ୍ଡିଆର ଏହି ବ୍ୟାଟ୍ସମ୍ୟାନ୍‌ଙ୍କ ଉପରେ ଫିଦା ହେଲେ ସାଉଥ ସେନସେସନ କାଜଲ ଅଗ୍ରୱାଲ, କହିଲେ ଏମିତି କଥା…

Published By : Prameya-News7 Bureau | June 25, 2019 IST

wp:heading {"level":5}
ମୁମ୍ବାଇ୨୫|୬: ଭାରତୀୟ କ୍ରିକେଟ୍‌ ଟିମ୍‌ର ଖେଳାଳୀଙ୍କ ଉପରେ ଅଧିକାଂଶ ଝିଅ ଫିଦା ଥାନ୍ତି। ବଲିଉଡ ଅଭିନେତ୍ରୀଙ୍କଠୁ ଆରମ୍ଭ କରି ସାଧାରଣ ଝିଅ ସମସ୍ତଙ୍କ ଦିଲ୍‌ରେ କେହି ନା କେହି କ୍ରିକେଟର ରାଜ କରନ୍ତି। ତେବେ ବଲିଉଡ ଓ ସାଉଥ ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ କାଜଲ ଅଗ୍ରୱାଲ ଏକ ସାକ୍ଷାତକାରରେ ନିଜ ମନ କଥା କହିଥିଲେ।   
/wp:heading {"id":126975}
wp:heading {"level":5}
ସାଉଥ ଫିଲ୍ମ ଜଗତର ଅଭିନେତ୍ରୀ କାଜଲ ଅଗ୍ରୱାଲ ନିଜ ଅଭିନୟ ଓ ଜଲୱା ଦ୍ବାରା ଅନେକ ଦର୍ଶକଙ୍କୁ ଆକର୍ଷିତ କରନ୍ତି। ତେଲୁଗୁ ସହ ସେ ବଲିଉଡ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି।ତେବେ ଦର୍ଶକଙ୍କୁ ଆକର୍ଷିତ କରୁଥିବା ଅଭିନେତ୍ରୀ ମଧ୍ୟ ଜଣେ ଭାରତୀୟ କ୍ରିକେଟ ତାରକାଙ୍କୁ ପସନ୍ଦ କରନ୍ତି।  
/wp:heading {"id":126976}
wp:heading {"level":5}
ଏହି କ୍ରିକେଟର ନିଜ ବ୍ୟାଟିଂ ଦ୍ବାରା କାଜଲ ଅଗ୍ରୱାଲଙ୍କ ମନ କିଣିଥିଲେ।ଏକ ସାକ୍ଷାତକାରରେ କାଜଲ କହିଛନ୍ତି ଯେ, ଭାରତୀୟ କ୍ରିକେଟ୍‌ ଷ୍ଟାରଙ୍କ ମଧ୍ୟରୁ ସେ ରୋହିତ ଶର୍ମାଙ୍କୁ ବହୁତ ପସନ୍ଦ କରନ୍ତି। ରୋହିତଙ୍କ ବ୍ୟାଟିଂ କାଜଲଙ୍କୁ ବହୁତ ପସନ୍ଦ।  
/wp:heading {"id":126977}
wp:heading {"level":5}
କାଜଲ କ୍ରିକେଟ ଦେଖିବାରେ ବହୁତ ରୁଚି ରଖନ୍ତି। ତାଙ୍କୁ ଖେଳ ମଧ୍ୟରୁ କ୍ରିକେଟ ବହୁତ ପସନ୍ଦ। ଖେଳ ଦେଖିବା ବେଳେ ସେ ସବୁବେଳେ ଭାରତର ବିଯୟୀ  ହେବା ନେଇ ପ୍ରାର୍ଥନା କରନ୍ତି । ଏଥି ସହ ପ୍ରତ୍ୟେକ ମ୍ୟାଚରେ ରୋହୀତ ଶତକ କରନ୍ତୁ ବୋଲି ସେ କାମନା କରିଛନ୍ତି । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ବିଶ୍ବକପରେ ରୋହୀତ ଭଲ ପ୍ରଦର୍ଶନ କରିଆସିଛନ୍ତି ।
/wp:heading {"id":126978}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.