ସାଉଥ ଅଭିନେତା ହରିଶ ପେନଗନ୍ଙ୍କ ଦେହାନ୍ତ, ୪୯ ବର୍ଷରେ ଦୁନିଆକୁ କହିଲେ ଅଲବିଦା
1/06/2023 at 9:36 AM

ମୁମ୍ଵାଇ ୦୧।୦୬: ସାଉଥ ସିନେମା ଜଗତରୁ ଦୁଃଖ ଖବର ସାମ୍ନାକୁ ଆସିଛି। ମାଲାୟାଲମ୍ ଚଳଚ୍ଚିତ୍ର ଅଭିନେତା ହରିଶ ପେନଗନଙ୍କ ଦେହାନ୍ତ ହୋଇଛି। ୪୯ ବର୍ଷିୟ ହରିଶ ଯକୃତ ସମ୍ବନ୍ଧୀୟ ରୋଗ ସହ ଲଢୁଥିଲେ। ଅଭିନେତା ହରିଶ ଦୁନିଆକୁ ଅଲବିଦା କହିଛନ୍ତି। ଯେଉଁ କାରଣରୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳି ଯାଇଛି। ଗତ କିଛି ଦିନ ମଧ୍ୟରେ ଗୋଟିଏ ପରେ ଗୋଟିଏ ଅନେକ ସେଲିବ୍ରେଟଙ୍କ ମୃତ୍ୟୁରେ ସମସ୍ତେ ଚକିତ ହୋଇଯାଇଛନ୍ତି।
ସୂଚନା ଅନୁଯାୟୀ, ହରିଶ ଦୀର୍ଘ ସମୟ ଧରି ପେଟରେ ଯନ୍ତ୍ରଣା ଭୋଗୁଥିଲେ। ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯକୃତ ପ୍ରତିରୋପଣ କରିବାକୁ ଡାକ୍ତରମାନେ ତାଙ୍କୁ ପରାମର୍ଶ ଦେଇଥିଲେ। ଅଭିନେତାଙ୍କ ଭଉଣୀ ମଧ୍ୟ ଯକୃତ ଦାନ କରିବାକୁ ପ୍ରସ୍ତୁତ ଥିଲେ, କିନ୍ତୁ ଏହାର ଚିକିତ୍ସା ଖର୍ଚ୍ଚ ୩୦ ଲକ୍ଷ ଟଙ୍କା ଥିଲା। ଯେଉଁଥିପାଇଁ ତାଙ୍କ ପରିବାର ପାଣ୍ଠି ସଂଗ୍ରହ କରୁଥିଲେ। କିନ୍ତୁ ହଠାତ୍ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା ଶେଷରେ ମୃତ୍ୟୁ ବରଣ କରିଥିଲେ। ଏହି ସମୟରେ ଅଭିନେତା ଟେବିନୋ ଥୋମାସ ଇନଷ୍ଟାଗ୍ରାମରେ ହରିଶଙ୍କ ଫଟୋ ସେୟାର କରି ଲେଖିଥିଲେ, ‘ରେଷ୍ଟ ଇନ୍ ପିସ୍ ଚେତା।