oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ, ଦିଲ୍ଲୀରେ ଅବତରଣ ଲାଗି ମିଳିଲାନି ଅନୁମତି
  • ||
  • ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି
  • ||
  • ଉତ୍ତରପ୍ରଦେଶ: ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୫ ମୃତ ଓ ଅନେକ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

କଂଗ୍ରେସ ଅଧ୍ୟକ୍ଷ ପଦଲାଗି ଏହି ନାମ ଉପରେ ହୋଇଛି ସହମତି ! ଚମକାଇବା ଭଳି ନିଷ୍ପତ୍ତି ନେଇଛନ୍ତି ସୋନିଆ ଗାନ୍ଧି

24/08/2022 at 7:09 PM

ନୂଆଦିଲ୍ଲୀ ୨୪।୮: ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସକୁ ଖୁବ୍ ଶୀଘ୍ର ନୂଆ ଅଧ୍ୟକ୍ଷ ମିଳିବାକୁ ଯାଉଛନ୍ତି। କଂଗ୍ରେସର ଆଗାମୀ ସଭାପତି କିଏ ହେବେ ଏହାକୁ ନେଇ ପାର୍ଟିର କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆପାତତଃ ନିଷ୍ପତ୍ତି ନେଇସାରିଛନ୍ତି। ଦୀର୍ଘ ସମୟ ପରେ ଗାନ୍ଧି ପରିବାର ବାହାରୁ କଂଗ୍ରେସକୁ ସଭାପତି ମିଳିପାରନ୍ତି। ସୂତ୍ର ଅନୁସାରେ ସୋନିଆ ଗାନ୍ଧି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଅଶୋକ ଗେହଲଟଙ୍କୁ କଂଗ୍ରେସର ଭାଗ୍ୟଡୋରୀ ସମ୍ଭାଳିବାକୁ ଦେଇପାରନ୍ତି।

ସୂଚନା ଅନୁସାରେ ନିଜେ ସୋନିଆ ଏ ବାବଦେ ଅଶୋକ ଗେହଲଟଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯୋ ସୋନିଆ ଗାନ୍ଧି ମେଡିକାଲ ଯାଞ୍ଚ ଲାଗି ବିଦେଶ ଗସ୍ତରେ ଯିବେ। ତେବେ ସେ ଚାହାନ୍ତି ଗସ୍ତରେ ବାହାରିବା ପୂର୍ବରୁ ଦଳକୁ ନୂଆ ନେତୃତ୍ୱ ମିଳିଯାଉ। ଏକ ବୈଠକରେ ସୋନିଆ ଏ ବାବଦେ ଅଶୋକ ଗେହଲଟଙ୍କୁ ପ୍ରସ୍ତାବ ମଧ୍ୟ ଦେଇଥିଲେ। ତେବେ ଗେହଲଟଙ୍କ କ୍ୟାମ୍ପ ଏ ନେଇ ଏପର୍ଯ୍ୟନ୍ତ ନିରବତା ଅବଲମ୍ବନ କରୁଛନ୍ତି।

ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ପ୍ରଥମ ଥର ଗାନ୍ଧି ପରିବାର ବାହାରୁ ନାମ ଉପରେ ବିଚାର କରାଯାଉଥିବା ଜଣାପଡିଛି। ଅଧ୍ୟକ୍ଷ ପଦ ଲାଗି ଅଶୋକ ଗେହଲଟ ପ୍ରଥମ ପସନ୍ଦ ପ୍ରାର୍ଥୀ। ତେବେ ଗେହଲଟ ଗତ ସୋମବାର ରାହୁଲଙ୍କୁ ତାଙ୍କ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବା ଦରକାର ବୋଲି କହିଥିଲେ। କାରଣ ଏହା ଦ୍ୱାରା ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ମନବଳ ଭାଙ୍ଗିଯିବ ବୋଲି ଗେହଲଟ କହିଥିଲେ। ସେ କହିଥିଲେ ଯେ ରାହୁଲ ଗାନ୍ଧି ପାର୍ଟି ଅଧ୍ୟକ୍ଷ ପଦ ଲାଗି ସର୍ବସମ୍ମତ ପସନ୍ଦ। ତେବେ ସେ ତାଙ୍କର ନିଷ୍ପତ୍ତିରେ ଅଟଳ ରହିଛନ୍ତି।

ସେପଟେ ଅଶୋକ ଗେହଲଟ ସୋନିଆଙ୍କ ପ୍ରସ୍ତାବକୁ ନେଇ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହା ମୁଁ ମିଡିଆରୁ ଜାଣିବାକୁ ପାଇଥିବା ସେ କହିଛନ୍ତି। ତେବେ ମୋତେ ଯେଉଁ ଦାୟିତ୍ୱ ଦିଆଯାଇଛି ତାକୁ ନିର୍ବାହ କରିବାକୁ ମୁଁ ଉଦ୍ୟମ କରୁଥିବା କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସ ନୂଆ ସଭାପତି ନିର୍ବାଚନ ସେପ୍ଟେମ୍ବର ୨୧ ତାରିଖ ସୁଦ୍ଧା ସରିବ। ଅଧ୍ୟକ୍ଷ ନିର୍ବାଚନ ଲାଗି ଖୁବ୍ ଶୀଘ୍ର କାର୍ଯ୍ୟସୂଚୀ ପ୍ରକାଶ ପାଇବ। କୁହାଯାଉଛି ଏହି ପ୍ରକ୍ରିୟା ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ କରାଯିବ।

ତେବେ ପାର୍ଟିର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ଅଧ୍ୟକ୍ଷ  ମଧୁସୂଦନ ମିସ୍ତ୍ରୀ ନିର୍ବାଚନ ଲାଗି ଚୂଡ଼ାନ୍ତ ତାରିଖ କଂଗ୍ରେସ ୱାର୍କିଂ କମିଟି ଘୋଷଣା କରିବେ ବୋଲି କହିଛନ୍ତି। ତେବେ ଆମେ ଆମ ତରଫରୁ ଏଥିପାଇଁ ପୂର୍ଣ୍ଣ ରୂପେ ପ୍ରସ୍ତୁତ ବୋଲି ସେ କହିଛନ୍ତି।

   Related Posts