ICC ଚେୟାରମ୍ୟାନ ନିର୍ବାଚନରେ ଗାଙ୍ଗୁଲିଙ୍କ ପ୍ରତି ନାହିଁ ବୋର୍ଡର ସମର୍ଥନ !

Published By : Prameya-News7 Bureau | October 12, 2022 IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ଆସନ୍ତା ସପ୍ତାହରେ ଶେଷ ହେବ। ପୂର୍ବତନ ଭାରତୀୟ ଅଧିନାୟକ ୨୦୧୯ ଅକ୍ଟୋବରରେ ଅଧ୍ୟକ୍ଷ ପଦଭାର ସମ୍ଭାଳିଥିଲେ। ଆସନ୍ତା ସପ୍ତାହରେ ତାଙ୍କର ତିନି ବର୍ଷର କାର୍ଯ୍ୟକାଳ ସମାପ୍ତ ହେବ। ଏବେ ଗାଙ୍ଗୁଲିଙ୍କ ସ୍ଥାନରେ ରୋଜର ବିନ୍ନିଙ୍କ ବିସିଆଇ ଅଧ୍ୟକ୍ଷ ହେବା ନିଶ୍ଚିତ ଲାଗୁଛି। ଗତକାଲି ବିନ୍ନି ଅଧ୍ୟକ୍ଷ ପଦ ଲାଗି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏମିତିରେ ସେ ନିଦ୍ଵର୍ନ୍ଦ୍ଵରେ ନିର୍ବାଚିତ ହୋଇ ପାରନ୍ତି।

ବିନ୍ନିଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ସୌରଭ ଗାଙ୍ଗୁଲି ବିସିସିଆଇ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ। କ୍ରିକବଜ୍ ଅନୁସାରେ ସେ ନିରାଶ ଥିଲେ ଏବଂ ବିସିସିଆଇ ଅଧ୍ୟକ୍ଷ ପଦରେ ରହିବାକୁ ଚାହୁଁଥିଲେ। କିନ୍ତୁ ବିସିସିଆଇର ଅନ୍ୟ ସଦସ୍ୟ ବୋଧହୁଏ ଗାଙ୍ଗୁଲିଙ୍କୁ ଏହି ପଦରେ ରୁହନ୍ତୁ ବୋଲି ଚାହୁଁନଥିଲେ। ଗାଙ୍ଗୁଲିଙ୍କୁ ଆଇପିଏଲର ଅଧ୍ୟକ୍ଷ ପଦ ଲାଗି ଅଫର ଦିଆଯାଇଥିଲା, ମାତ୍ର ସେ ବଡ ବିନମ୍ରତାର ସହ ମନା କରି ଦେଇଥିଲେ।

ବିସିସିଆଇ ଅନୁଯାୟୀ, ସୌରଭ ଗାଙ୍ଗୁଲିଙ୍କୁ ଆଇପିଏଲ୍ ଅଧ୍ୟକ୍ଷ ପଦର ଅଫର ଦିଆଯାଇଥିଲା। ମାତ୍ର ସେ ବଡ ବିନମ୍ରତାର ସହ ମନା କରି ଦେଇଥିଲେ। ଏହା ପଛରେ ତାଙ୍କର ତର୍କ ଥିଲା ଯେ, ସେହି ସଂସ୍ଥାର ନେତୃତ୍ଵ ନେବା ପରେ ବିସିସିଆଇରେ ଉପ କମିଟିର ପ୍ରମୁଖ ପଦକୁ ସେ ଗ୍ରହଣ କରି ପାରିବେ ନାହିଁ। ଗାଙ୍ଗୁଲି ବିସିସିଆଇର ଅଧ୍ୟକ୍ଷ ପଦରେ ରହିବାକୁ ଚାହୁଁଥିଲେ।

ପ୍ରଥମେ ଖବର ଆସିଥିଲା ଯେ, ଗାଙ୍ଗୁଲିଙ୍କ ବିସିସିଆଇର କାର୍ଯ୍ୟକାଳ ସରିବା ପରେ ଆଇସିସି ଅଧ୍ୟକ୍ଷ ନିର୍ବାଚନ ଲଢିବେ । ଏବେ ଖବର ଆସିଛି ଯେ, ଗାଙ୍ଗୁଲି ଆଇସିସିକୁ ବି ଯିବେ ନାହିଁ। କାରଣ ତାଙ୍କ ନିକଟରେ ସମର୍ଥନବଳ ନାହିଁ। ଏକଦା ବିସିସିଆଇର ସର୍ବେସର୍ବା ଥିବା ଗାଙ୍ଗୁଲିଙ୍କୁ ଆଇସିସି ଅଧ୍ୟକ୍ଷ ପଦର ନିର୍ବାଚନ ଲଢିବା ପାଇଁ ନିଜ ବୋର୍ଡର ବି ସମର୍ଥନ ନାହିଁ। ବିସିସିଆଇ ଅଧ୍ୟକ୍ଷ ଭାବେ ପଦଭାର ସମ୍ଭାଳିବା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର କୋଚିଂ ଷ୍ଟାଫର ସଦସ୍ୟ ଥିଲେ।

ଯେଉଁ ସମୟରେ ଭାରତ ମ୍ୟାଚ୍ ଫିକ୍ସିଂ ସ୍କାଣ୍ଡାଲରେ ଫସିଥିଲା ଏବଂ ଦଳର ମନୋବଳ ସଂପୂର୍ଣ୍ଣ ଭାଙ୍ଗି ପଡିଥିଲା, ସେହି ସମୟରେ ଗାଙ୍ଗୁଲି ଦଳର ନେତୃତ୍ଵ ନେଇଥିଲେ। ତାଙ୍କ ଅଧିନାୟକତ୍ଵରେ ଭାରତୀୟ କ୍ରିକେଟ ଦଳ ବିଦେଶ ମାଟିରେ କ୍ରିକେଟ୍ ମ୍ୟାଚ୍ ଜିତିବାର ସ୍ଵାଦ ଚାଖିଥିଲା। ସେ ୨୦୦୫ ପର୍ଯ୍ୟନ୍ତ ଦଳର ନେତୃତ୍ଵ ନେଇଥିଲେ। ୨୦୧୯ରେ ବିସିସିଆଇର ଅଧ୍ୟକ୍ଷ ହେବା ପୂର୍ବରୁ ଦାଦା ପଶ୍ଚିମବଙ୍ଗ କ୍ରିକେଟ୍ ବୋର୍ଡର ସଭାପତି ଥିଲେ। ଗାଙ୍ଗୁଲିଙ୍କ ନେତୃତ୍ଵରେ ବିସିସିଆଇ କରୋନା ପରି ବିଶ୍ଵ ମହାମାରୀ ସମୟରେ ସଫଳତାର ସହ ଆଇପିଏଲ ଆୟୋଜନ କରି ପାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.