ନୂଆଦିଲ୍ଳୀ, ୦୩/୦୧: ପୁଣି ଆଇପିଏଲକୁ ଫେରୁଛନ୍ତି ସୌରଭ ଗାଙ୍ଗୁଲି। ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ତଥା ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ପୁଣି ଥରେ ଆଇପିଏଲକୁ ଫେରୁଛନ୍ତି। ସୌରଭ ଗାଙ୍ଗୁଲି ଦିଲ୍ଲୀ କ୍ୟାପିଟାଲ୍ସର କ୍ରିକେଟ୍ ଡାଇରେକ୍ଟର ଭାବରେ ନିଯୁକ୍ତ ହୋଇଛନ୍ତି। ଫ୍ରାଞ୍ଚାଇଜି ତାଙ୍କୁ ଏଥର ବଡ଼ ପଦ ଦେଇଛି। ଗାଙ୍ଗୁଲି ଫ୍ରାଞ୍ଚାଇଜିର ତିନି ଟିମ୍ର ଡାଇରେକ୍ଟର ହେବେ। ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜିର ଦୁଇ ଅନ୍ୟ ଟିମ୍ର ମଧ୍ୟ ଡାଇରେକ୍ଟର ରହିବେ।
ଗାଙ୍ଗୁଲି ଗତ ବର୍ଷ ଅକ୍ଟୋବରରେ ବିସିସିଆଇ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏହା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ସହ କାମ କରିଛନ୍ତି। ୨୦୧୯ ରେ ସେ ଟିମ୍ର ମେଣ୍ଟର ଭାବରେ କାମ କରିଥିଲେ। ଏହାପରେ ସେ ବିସିସିଆଇ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହେବାପରେ ସେ ଦିଲ୍ଲୀ କ୍ୟାପିଟାଲ୍ସ ଛାଡ଼ିଥିଲେ। ଏଥର ସେ ଦିଲ୍ଳୀ କ୍ୟାପିଟାଲ୍ସ ସହ ଇଣ୍ଟରନାସନାଲ ଲିଗ୍ ଟି୨୦ର ଟିମ୍ ଦୁବାଇ କ୍ୟାପିଟାଲ୍ସ ଏବଂ ଏସଏ ଟି୨୦ ର ଟିମ୍ ପ୍ରିଟୋରିଆ କ୍ୟାପିଟାଲ୍ସର ମଧ୍ୟ ଡାଇରେକ୍ଟର ହେବେ।