ବିରାଟଙ୍କୁ କେହି ଭୁଲନ୍ତୁ ନାହିଁ.. ସେ ବି ୪୦ ବଲ୍‌ରେ ଶତକ ମାରିପାରିବେ- ସୌରଭ ଗାଙ୍ଗୁଲି

Published By : Prameya-News7 Bureau | April 23, 2024 IST

ମୁମ୍ବାଇ ୨୩।୦୪ : ହେଡ୍‌ଙ୍କୁ ଦେଖି ଆପଣମାନେ ଖୁସି ହେଉଛନ୍ତି । କିନ୍ତୁ ଆମେ ବିରାଟଙ୍କୁ ଭୁଲିଯାଉଛେ । ବିରାଟ ବି ହେଡ୍‌ଙ୍କ ପରି ୪୦ ବଲ୍‌ରେ ଶତକ ହାସଲ କରିପାରିବେ । କିଙ୍ଗ କୋହଲିଙ୍କ ପାଖରେ ଏପରି କରିବାର ପୁରା କ୍ଷମତା ରହିଛି ବୋଲି କହିଛନ୍ତି ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ତଥା ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି । 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଗକୁ ଟି-୨୦ ବିଶ୍ୱକପ୍ ଆସୁଛି । ଭାରତ ପାଖରେ ଜବରଦସ୍ତ ଖେଳାଳି ରହିଛନ୍ତି । ସେମାନଙ୍କ ମଧ୍ୟରୁ ଚୟନ କରି ପ୍ଲେଇଙ୍ଗ ଇଲେଭେନ୍‌ କରିବା ବହୁ କାଠିକର ପାଠ । ମୋ ମତରେ ବିରାଟ ଏବଂ ରୋହିତ ଟିମ୍‌ ପାଇଁ ଓପନିଂ କରିବା ଦରକାର । ଯାହାଦ୍ୱାର କି ଟିମ୍‌କୁ ବହୁତ ଲାଭ ମିଳିବ । ଉଭୟଙ୍କ ପାଖରେ ପୁରା କ୍ଷମତା ରହିଛି । ବିରୋଧୀ ବୋଲରଙ୍କ ଚକ୍‌ମା ଦେବା ଉଭୟ ମାହିର। ନିକଟରେ ବିରାଟ ଆଇପିଏଲ୍‌ ଓପନିଂ କରୁଛନ୍ତି । ଆପଣମାନେ ଦେଖିଥିବା କିପରି ବ୍ୟାଟିଂ କରୁଛନ୍ତି । ତେଣୁ ପ୍ରତି ମ୍ୟାଚ୍ ଏବଂ ଆଗାମୀ ଟି-୨୦ ବିଶ୍ୱକପ୍‌ରେ କିପରି ଦଳ ଚୟନ ହେବ । ତାହା ଚୟନକର୍ତ୍ତା, କୋଚ ଏବଂ ଅଧିନାୟକଙ୍କ ଉପରେ ନିର୍ଭର କରିଥାଏ । 

ସେହିପରି ଜଶସ୍ୱୀ ଜୈସଓ୍ୱାଲ ମଧ୍ୟ ଭଲ ଫର୍ମରେ ରହିଛନ୍ତି । ନିକଟରେ ଘରୋଇ ସିଜିନ୍‌ ଏବଂ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଭଲ ଖେଳ ଜାରି ରଖିଛନ୍ତି ।ଚଳିତ ଆଇପିଏଲ୍‌ରେ ଯଶସ୍ୱୀ ଆଖିଦୃଶିଆ ପ୍ରଦର୍ଶନ କରିନାହାନ୍ତି । ତାମାନେ ନୁହନ୍ତି କି ତାଙ୍କର ବିଶ୍ୱକପ୍‌ ପାଇଁ ଯଶସ୍ୱୀଙ୍କ ଦାବିଦାର କମିନାହିଁ । ସେହିପରି ଶିଭମ ଦୁବେ ମଧ୍ୟ ଲଗାତର ଭାବେ ଭଲ ପ୍ରଦର୍ଶନ କରିଆସୁଛନ୍ତି । ତେଣୁ ସେ ବି ବିଶ୍ୱକପ୍‌ ପାଇଁ ଜଣେ ଦାବିଦାର । 

ଭାରତୀୟ ଟିମ୍‌ ପାଖରେ ଭଲ ଯୁବ ଏବଂ ଅଭିଜ୍ଞ ଖେଳାଳି ଅଛନ୍ତି । ତେଣୁ ମୁଁ ଭାବୁଛି ଆଗାମୀ ବିଶ୍ୱକପ୍‌ ପାଇଁ ଏକ ଭଲ ଟିମ୍‌ ଚୟନ ହେବ । ଉଭୟ ଯୁବ ଏବଂ ଅଭିଜ୍ଞ ଖେଳାଳିଙ୍କୁ ଦଳରେ ସାମିଲ କରିଲେ । ମୋ ମତରେ ବିଶ୍ୱକପ୍‌ରେ ଟିମ୍‌ ଭଲ ପ୍ରଦର୍ଶନ କରିବ । ତେବେ ଦେଖାଯାଉଛି ଚୟନକର୍ତ୍ତା କିପରି ଦଳ ଚୟନ କରୁଛନ୍ତି । ଆଉ କୋଚ ଏବଂ ଅଧିନାୟକ ଆଗାମୀ ଟି-୨୦ ବିଶ୍ୱକପ୍‌ ପାଇଁ କିପରି ରଣନୀତି କରୁଛନ୍ତି ।   

 

  • BCCI
  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.