Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରୋହିତ ଶର୍ମାଙ୍କୁ କଡ଼ା ସମାଲୋଚନା, ବରିଷ୍ଠ ଖେଳାଳି କହିଲେ- ମୁଁ ଯଦି ଅଧିନାୟକ ହୋଇଥାନ୍ତି ଅଶ୍ୱିନୀ…

8/06/2023 at 2:19 PM

ମୁମ୍ବାଇ ୦୮।୦୬ : ରୋହିତଙ୍କୁ ସମାଲୋଚନା । ବିଶ୍ୱ ଟେଷ୍ଟ ଚାମ୍ପିଆନସିପ ଫାଇନାଲରେ ରବିଚନ୍ଦ୍ରନ ଅଶ୍ୱିନୀଙ୍କୁ ବାଦ୍‌ ଦେଇଛି ଟିମ୍‌ ଇଣ୍ଡିଆ । ଯାହାକୁ ନେଇ ବିବାଦ ବଢିବାରେ ଲାଗିଛି । ଲଗାତର ଭାବେ ପୂର୍ବତନ ଖେଳାଳି ଏବଂ କ୍ରୀଡା ପ୍ରଂଶସକମାନେ ସମାଲୋଚନା କରାଚାଲିଛନ୍ତି ।

ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି କହିଛନ୍ତି ଯେ, ରବିଚନ୍ଦ୍ରନ ଅଶ୍ୱିନୀଙ୍କୁ ବାଦ୍‌ ଦେବା ନିହାତି ଆଶ୍ଚର୍ଯ୍ୟକର କଥା । ଅଧିନାୟକ ଭାବେ ମୋ ଚିନ୍ତାଧାରା ଭିନ୍ନ ଏବଂ ରୋହିତଙ୍କ ଚିନ୍ତାଧାର ମଧ୍ୟ ଭିନ୍ନ ହୋଇପାରେ । କିନ୍ତୁ ଅଶ୍ବିନଙ୍କ ଭଳି କ୍ବାଲିଟି ସ୍ପିନରଙ୍କୁ ପ୍ଲେଇଂ ଇଲେଭେନରୁ ବାଦ୍‌ ଦେବା ଉଚିତ ନଥିଲା’। ଟସ୍‌ ପକାଇବା ପୂର୍ବରୁ ନିଷ୍ପତ୍ତି ନେବା କଥା ଆଉ ରୋହିତ ୪ ଜଣ ଦ୍ରୁତ ବୋଲରଙ୍କୁ ନେଇ ଖେଳିବାକୁ ପୂର୍ବରୁ ମନସ୍ଥ କରିସାରିଥିଲେ । ଅବଶ୍ୟ ଗତ କିଛି ବର୍ଷ ହେଲା ୪ ଜଣ ପେସର୍‌ଙ୍କୁ ନେଇ ଦଳ ଭଲ ପ୍ରଦର୍ଶନ କରିଛି । ମ୍ୟାଚ୍‌ ବି ଜିତିଛି ।

ସେହିପରି ସୁନିଲ ଗାଭାସ୍କର କହିଛନ୍ତି ଯେ, ରବିଚନ୍ଦ୍ରନ ଅଶ୍ବିନଙ୍କୁ ନଖେଳାଇ ଭାରତୀୟ ଦଳର ଭୁଲ ନିଷ୍ପତ୍ତି  । ରବିଚନ୍ଦ୍ରନ ଅଶ୍ୱିନୀ ବିଶ୍ବର ନଂ୧ ଟେଷ୍ଟ ବୋଲର। କିନ୍ତୁ ପିଚ୍‌ କଣ୍ଡିସନ ପାଇଁ ତାଙ୍କୁ ବାଦ୍‌ ଦିଆଯାଇ ପାରିବନାହିଁ । ଏଭଳି ନିଷ୍ପତ୍ତି ମୋ ବୁଝିବା ଠାରୁ ମଧ୍ୟ ବାହାରେ । ଉମେଶ ଯାଦବଙ୍କ ସ୍ଥାନରେ ଅଶ୍ବିନଙ୍କୁ ଖେଳାଇବାର ଥିଲା । କିନ୍ତୁ ପିଚ୍‌ ସ୍ଥିତିକୁ ନେଇ ତାଙ୍କୁ ବାଦ୍‌ ଦେବା ଦଳ ପାଇଁ ଠିକ୍‌ ନିଷ୍ପତ୍ତି ନଥିଲା’।

ସୂଚନାଯୋଗ୍ୟ ଯେ, ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲର ପ୍ରଥମ ଦିନରେ ଆଧିପତ୍ୟ ବିସ୍ତାର କରିଥିଲା ଅଷ୍ଟ୍ରେଲିଆ । ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା କଙ୍ଗାରୁ ଟିମ୍‌, ଷ୍ଟିଭ୍‌ ସ୍ମିଥ ଓ ଟ୍ରେଭିସ୍‌ ହେଡଙ୍କ ଦମଦାର ଇନିଂସ ବଳରେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୩ ଓ୍ବିକେଟ ହରାଇ ସଂଗ୍ରହ କରିଛି ୩୨୭ ରନ । ଇଣ୍ଡିଆ ଏବେ ବ୍ୟାକଫୁଟ୍‌ରେ ରହିଛି ।

You Can Read :

   Related Posts