ତୁମକୁ ହଁ କହିବାକୁ ପଡିବ, ନହେଲେ ମୁଁ... ରୋହିତଙ୍କ ଅଧିନାୟକ ପଦ ନେଇ ସୌରଭ ଗାଙ୍ଗୁଲିଙ୍କ ଖୁଲାସା

Published By : Prameya-News7 Bureau | November 11, 2023 IST

ଅହମ୍ମଦାବାଦ ୧୧।୧୧ : ବିଶ୍ୱକପ୍‌ ୨୦୨୩ରେ ଟିମ ଇଣ୍ଡିଆର ଦମ୍‌ଦାର ପ୍ରଦର୍ଶନ ଜାରି ରହିଛି । ପ୍ରଦର୍ଶନକୁ ନେଇ ଅଧିନାୟକ ରୋହିତ ଶର୍ମା ବେଶ୍‌ ପ୍ରଶଂସିତ ହେଉଛନ୍ତି । ତାଙ୍କ ବିଚକ୍ଷଣ ରଣ କୌଶଳ ବଳରେ ଭାରତ ଲିଗ୍‌ ପର୍ଯ୍ୟାୟର ସମସ୍ତ ମ୍ୟାଚ୍‌ ଜିତି ସେମି ଫାଇନାଲ୍‌ରେ ଏଣ୍ଟ୍ରି କରିଛି । ବ୍ୟାଟର ଭାବେ ତାଙ୍କ ନିଃସ୍ୱାର୍ଥପର ଖେଳ ବହୁ ପୂର୍ବତନ କ୍ରିକେଟ୍‌ ଖେଳାଳିଙ୍କୁ  ପ୍ରଭାବିତ କରିଛି । ଅଧିନାୟକ ନିଯୁକ୍ତ ହେବା ଦିନଠୁ ରୋହିତ ବାରମ୍ବାର ସମାଲୋଚିତ ହୋଇ ଆସୁଥିଲେ । ସୋସିଆଲ ମିଡ଼ିଆରେ ତାଙ୍କୁ ନିନ୍ଦା କରାଯାଉଥିଲା ଓ ଫିଟ୍‌ନେସ୍‌କୁ ନେଇ କଟାକ୍ଷ କରାଯାଉଥିଲା । କିନ୍ତୁ ବିଶ୍ୱକପ୍‌ରେ ସେ ଧୂଆଁଧାର ବ୍ୟାଟିଂ କରି ସମସ୍ତ ସମାଲୋଚକଙ୍କ ମୁହଁ ବନ୍ଦ କରିଛନ୍ତି । 

wp:embed {"url":"https://www.prameyanews7.com/world-cup-2023-pakistan-team-controversy-namaz-on-field-gaza-strip-israel-hamas-war/","type":"wp-embed","providerNameSlug":"prameya-news-7"}
https://www.prameyanews7.com/world-cup-2023-pakistan-team-controversy-namaz-on-field-gaza-strip-israel-hamas-war/
/wp:embed

ତେବେ ରୋହିତ ଶର୍ମାଙ୍କ ନେତୃତ୍ୱ ଉପରେ ପୂର୍ବତନ ଖେଳାଳି ତଥା ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲି ଦେଇଥିବା ମନ୍ତବ୍ୟ ସମସ୍ତଙ୍କୁ ଚକିତ କରିଦେଇଛି । ରୋହିତ ପ୍ରଥମେ ନେତୃତ୍ୱ ନେବାକୁ ଚାହୁଁନଥିବା ଗାଙ୍ଗୁଲି ପ୍ରକାଶ କରିଛନ୍ତି । ସେ କହିଛନ୍ତି, ମୁଁ ସଭାପତି ଥିବାବେଳେ ରୋହିତଙ୍କୁ ନେତୃତ୍ୱ ନେବା ପାଇଁ ପ୍ରସ୍ତାବ ଦେଇଥିଲି । ବିରାଟ କୋହଲିଙ୍କ ପରେ ରୋହିତ ହିଁ ଭାରତୀୟ ଦଳର ନେତୃତ୍ୱ ନେବା ପାଇଁ ଉପଯୁକ୍ତ ବୋଲି ମୁଁ ଅନୁଭବ କରୁଥିଲି । ସେ  ପ୍ରଥମେ ମୋ ପ୍ରସ୍ତାବରେ ରାଜି ହୋଇନଥିଲେ । ବ୍ୟସ୍ତପୂର୍ଣ୍ଣ  କ୍ରିକେଟ୍‌ ସୂଚୀ, ଆଇପିଏଲ୍‌ ଟିମ୍‌ର ନେତୃତ୍ୱ ଆଦି ଆଳ ଦେଖାଇଥିଲେ । ମାତ୍ରାଧିକ ଦାୟିତ୍ୱ ନେଇ ସେ ଭାରାକ୍ରାନ୍ତ  ହେବାକୁ ଚାହୁଁନଥିବା ମୋତେ କହିଥିଲେ । ମାତ୍ର ମୁଁ ତାଙ୍କୁ  ବାଧ୍ୟ କରାଇଥିଲି ।

wp:embed {"url":"https://www.prameyanews7.com/rohit-sharma-feat-completing-1000-runs-in-2023/","type":"wp-embed","providerNameSlug":"prameya-news-7"}
https://www.prameyanews7.com/rohit-sharma-feat-completing-1000-runs-in-2023/
/wp:embed

ମୁଁ ଆହୁରି ମଧ୍ୟ କହିଥିଲି ଯେ, ‘ମୋ କଥାରେ ରାଜି ହୁଅ,  ନଚେତ ତୁମେ ନୂଆ ଅଧିନାୟକ ବୋଲି ମୁଁ ଆସନ୍ତାକାଲି  ଗଣମାଧ୍ୟମରେ ଘୋଷଣା କରିବି ।’ ପରେ ସେ ମୋ  ପ୍ରସ୍ତାବରେ ରାଜି ହୋଇଥିଲେ । ଆଜି ତାଙ୍କ ନେତୃତ୍ୱ ଦେଖି  ମୁଁ ବେଶ୍‌ ଖୁସି ଅନୁଭବ କରୁଛି ।ତାଙ୍କ ନେତୃତ୍ୟରେ ଟିମ୍‌ରେ ଦମ୍‌ଦାର ପ୍ରଦର୍ଶନ କରିଚାଲିଛି ।ବାକି ସମସ୍ତ ଟିମ୍‌ ଅପେକ୍ଷା ଭାରତୀୟ ଦଳ ବେଶ୍‌ ମଜବୁତ୍‌ ରହିଛି । ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଟିମ୍‌ ଦମ୍‌ଦାର ପ୍ରଦର୍ଶନ କରିଚାଲିଛି ।

wp:embed {"url":"https://www.prameyanews7.com/tiger-3-advance-booking-earns-rs-15-cr-before-diwali-release/","type":"wp-embed","providerNameSlug":"prameya-news-7"}
https://www.prameyanews7.com/tiger-3-advance-booking-earns-rs-15-cr-before-diwali-release/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.