ରାହାଣେଙ୍କୁ ଉପଅଧିନାୟକ ନିଯୁକ୍ତ ନେଇ ଚକିତ ସୌରଭ ଗାଙ୍ଗୁଲି, ଜାଡ଼େଜା-ଗିଲ୍‌ଙ୍କୁ କହିଲେ ଉପଯୁକ୍ତ ଦାବିଦାର

Published By : Prameya-News7 Bureau | June 29, 2023 IST

ନୂଆଦିଲ୍ଲୀ: ସୌରଭ ଗାଙ୍ଗୁଲି ଆଜିଙ୍କ୍ୟ ରାହାଣେଙ୍କୁ ଟେଷ୍ଟ ଦଳର ଉପଅଧିନାୟକ ଦାୟିତ୍ଵ ଦେବା ବିସିସିଆଇର ନିଷ୍ପତ୍ତିରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। କାରଣ ରାହାଣେ ଖରାପ ଫର୍ମ କାରଣରୁ ୧୮ ମାସ ଦଳରୁ ବାହାରେ ଥିଲେ। ଏହି ପୂର୍ବତନ ଅଧିନାୟକ ଚୟନ ପ୍ରକ୍ରିୟାରେ ନିରନ୍ତରତା ଏବଂ ସ୍ଥିରତା ଆଣିବାକୁ ଦାବି କରିଛନ୍ତି। ଦେଢ ବର୍ଷ ପୂର୍ବେ ୩୫ ବର୍ଷୀୟ ରାହାଣେ ଦଳକୁ ପ୍ରତ୍ୟାବର୍ତ୍ତନ ନେଇ ସନ୍ଦେହ ରହିଥିଲା। ମାତ୍ର ଅଷ୍ଟ୍ରେଲିଆ ବିପକ୍ଷ ଚଳିତ ମାସରେ ଖେଳା ଯାଇଥିବା ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ୍‌ ଫାଇନାଲ୍‌ରେ ସେ ୮୯ ରନ ଏବଂ ୪୬ ରନର ଇନିଂସ ଖେଳି ଭାରତର ଶ୍ରେଷ୍ଠ ବ୍ୟାଟର ହୋଇଥିଲେ।

ତେବେ ପ୍ରତ୍ୟାବର୍ତ୍ତନର ମାତ୍ର ଗୋଟିଏ ମ୍ୟାଚ୍ ପରେ ଅନ୍ତରୀଣ ଚୟନକର୍ତ୍ତା ମୁଖ୍ୟ ଶିବସୁନ୍ଦର ଦାସଙ୍କ ନେତୃତ୍ଵାଧୀନ ଚୟନକର୍ତ୍ତା କମିଟି ରାହାଣେଙ୍କୁ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ଶୃଙ୍ଖଳା ପାଇଁ ପୁନର୍ବାର ଉପଅଧିନାୟକ ଭାବେ ନିଯୁକ୍ତ କରିଛନ୍ତି। ଏହି ଦାୟିତ୍ଵ ପାଇଁ ଅନ୍ୟ କୌଣସି ଖେଳାଳି କିମ୍ବା ଶୁଭମନ ଗିଲଙ୍କୁ ପ୍ରସ୍ତୁତ କରିବା ଉଚିତ୍ ହୋଇ ନ ଥାନ୍ତା ବୋଲି ଗାଙ୍ଗୁଲି କହିଛନ୍ତି।

Australia's Second-Shortest Stay, Jadeja Ticks Past Kapil – Records Tumble  In Australia's Staggering Collapse

ଚୟନକର୍ତ୍ତାଙ୍କ ଏମିତି ନିଷ୍ପତ୍ତିକୁ ମୁଁ ବୁଝି ପାରୁନି। ଜଣେ ଖେଳାଳି ୧୮ ମାସ ଦଳ ବାହାରେ ରହୁଛି, ପୁଣି ଗୋଟିଏ ଟେଷ୍ଟ ପରେ ଆପଣ ଉପ ଅଧିନାୟକ ଦାୟିତ୍ଵ ଦେଉଛନ୍ତି। ଏହା ପଛରେ କଣ ତର୍କ ରହିଛି ତାହା ବୁଝି ହେଉ ନାହିଁ। ରବୀନ୍ଦ୍ର  ଜାଡ଼େଜା  ଦୀର୍ଘ ସମୟ ଧରି ଦଳରେ ଅଛନ୍ତି ଏବଂ ଟେଷ୍ଟ ନିୟମିତ ଖେଳୁଛନ୍ତି। ସେ ଉପଅଧିନାୟକ ପାଇଁ ଭଲ ବିକଳ୍ପ ହୋଇ ପାରିଥାନ୍ତେ।

ଭାରତର ସଫଳ ଟେଷ୍ଟ ଅଧିନାୟକ ମଧ୍ୟରେ ସାମିଲ୍ ଗାଙ୍ଗୁଲି କହିଛନ୍ତି, ଚେତେଶ୍ଵର ପୂଜାରାଙ୍କ ପରି ବ୍ୟାଟରଙ୍କୁ ବାହାରେ ରଖାଯାଇ ଦଳୀୟ ପ୍ରବନ୍ଧକ ଦଳରେ ପରିବର୍ତ୍ତନ ପ୍ରକ୍ରିୟାର ଆରମ୍ଭ କରିଦେଇଛନ୍ତି। ଗାଙ୍ଗୁଲି କହିଛନ୍ତି ଜଣେ ଖେଳାଳିଙ୍କ ସହିତ ସ୍ପଷ୍ଟ ଆଲୋଚନା ହେବା ଉଚିତ୍ ଯିଏ ଭାରତ ପାଇଁ ୧୦୦ରୁ ଅଧିକ ଟେଷ୍ଟ ମ୍ୟାଚ୍ ଖେଳି ସାରିଛନ୍ତି।

Shubman Gill becomes fifth Indian and youngest ever to score ODI 200 -  Sportstar

ଚୟନକର୍ତ୍ତାଙ୍କୁ ପୂଜାରାଙ୍କ ବିଷୟରେ ସ୍ପଷ୍ଟ ହେବା ଉଚିତ୍ ଥିଲା। କାରଣ ସେ ଆହୁରି ଟେଷ୍ଟ କ୍ରିକେଟ୍ ଖେଳିବାକୁ ଚାହାନ୍ତି। ତେଣୁ ତାଙ୍କ ସହ ବିସିସିଆଇକୁ ଏହି ବିଷୟରେ ବିସ୍ତୃତ ଆଲୋଚନା କରିବା ଉଚିତ୍ ଥିଲା। ପୂଜାରାଙ୍କ ପରି ବରିଷ୍ଠ ଖେଳାଳିଙ୍କୁ ଆପଣ ଦଳରୁ ବାହାର କରିବା, ପୁଣି ସାମିଲ୍ କରିବା ଏବଂ ପୁଣି ବାହାର କରାଯାଇ ପାରିବ ନାହିଁ।

wp:heading {"level":4}

ଏ ଖବର ପଢନ୍ତୁ- ବିରାଟ ଟେଷ୍ଟ ଅଧିନାୟକ ପଦ ଛାଡ଼ିବା ବେଳେ ବିସିସିଆଇ ପ୍ରସ୍ତୁତ ନଥିଲା: ସୌରଭ ଗାଙ୍ଗୁଲି

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.