କୁମ୍ବଲେଙ୍କ ସ୍ଥାନ ନେଲେ ଗାଙ୍ଗୁଲି: ଆଇସିସି କ୍ରିକେଟ କମିଟିର ଅଧ୍ୟକ୍ଷ ବିସିସିଆଇ ବସ୍‌

Published By : Prameya-News7 Bureau | November 17, 2021 IST

ନୂଆଦିଲ୍ଲୀ ୧୭/୧୧: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ରେ ବଡ଼ ଦାୟିତ୍ବ ମିଳିଛି । ଆଇସିସି କ୍ରିକେଟ କମିଟିର ଅଧ୍ୟକ୍ଷ ହୋଇଛନ୍ତି ଦାଦା । ନଭେମ୍ବର ୧୭, ବୁଧବାର ଦିନ ଏନେଇ ଆଇସିସି ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

ଗାଙ୍ଗୁଲି ପୂର୍ବତନ ଭାରତୀୟ ସାଥି ଖେଳାଳି ଅନିଲ କୁମ୍ବଲେଙ୍କ ସ୍ଥାନ ନେବେ। ସେ ୨୦୧୨ରୁ ଆଇସିସି କ୍ରିକେଟ କମିଟି ଅଧ୍ୟକ୍ଷ ପଦରେ ଥିଲେ। ଆଇସିସିର ଅଧ୍ୟକ୍ଷ ଗ୍ରେଗ୍‌ ବାର୍କଲେ କହିଛନ୍ତି, ଆଇସିସି ପୁରୁଷ କ୍ରିକେଟ ସମିତିରେ ଅଧ୍ୟକ୍ଷ ଭାବେ ସୌରଭ ଗାଙ୍ଗୁଲିଙ୍କୁ ସ୍ବାଗତ କରୁଛି।

ବିଶ୍ବର ସର୍ବଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରେ ଜଣେ ଏବଂ ଜଣେ ପ୍ରଶାସକ ଭାବେ ଗାଙ୍ଗୁଲିଙ୍କ ପାଖରୁ ଆମକୁ ଅନେକ ଅନୁଭବ ମିଳିପାରିବ। ଯାହାକି ଆଗକୁ ବଢ଼ିବାକୁ ଏବଂ କ୍ରିକେଟକୁ ନେଇ ନିଆଯାଉଥିବା ନିର୍ଣ୍ଣୟକୁ ଏକ ଭଲ ଦିଗ ମିଳିପାରିବ ବୋଲି ସେ କହିଛନ୍ତି । ଏହା ସହ ୯ ବର୍ଷ ହେଲା ଅନିଲ କୁମ୍ବଲେଙ୍କ ନେତୃତ୍ବ ପାଇଁ ସେ ତାଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.