୨୦୨୪ ଟି-୨୦ ବିଶ୍ୱକପ୍‌ରେ କିଏ ହେବ କ୍ୟାପଟେନ୍‌ ? ଦାଦାଙ୍କ ପ୍ରଥମ ପସନ୍ଦ ଏହି ଖେଳାଳି...

Published By : Prameya-News7 Bureau | December 05, 2023 IST

ମୁମ୍ବାଇ ୦୫।୧୨ : ଶେଷ ହୋଇଛି ଦିନିକିଆ ବିଶ୍ୱକପ୍‌ ୨୦୨୩ । ଏବେ ୨୦୨୪ ଟି-୨୦ ବିଶ୍ୱକପ୍‌ ପାଇଁ ଚାଲିଛି ପ୍ରସ୍ତୁତି । କିପରି ହେବ ଦଳ, କିଏ ସମ୍ଭାଳିବ ଅଧିନାୟକ ପଦ । ସେନେଇ ଚାଲିଛି ରଣନୀତି । ରେସ୍‌ରେ ଅଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ, କେଏଲ୍‌ ରାହୁଲ ।  କିନ୍ତୁ ଏସବୁ ଭିତରେ ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି ।

wp:embed {"url":"https://www.prameyanews7.com/ruturaj-gaikwad-reaction-after-series-winning/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ruturaj-gaikwad-reaction-after-series-winning/
/wp:embed

ସେ କହିଛନ୍ତି ଯେ, ଆଗାମୀ ଟି-୨୦ ବିଶ୍ୱକପ୍‌ରେ ଅନ୍ୟ ଖେଳାଳିଙ୍କୁ ଅଧିନାୟକ କରିବା ନେଇ ଚର୍ଚ୍ଚା ହେଉଛି । କିନ୍ତୁ ଏହାକୁ ବାଦ୍‌ ଦେଇ କେବଳ ରୋହିତ ଶର୍ମାଙ୍କୁ ହିଁ ଅଧିନାୟକ ଦାୟିତ୍ୱ ଦେବା ଉଚିତ୍‌ । ବର୍ତ୍ତମାନ ସମୟରେ ଅଧିନାୟକ ପଦ ପାଇଁ ରୋହିତଙ୍କ ଭଳି ଅଭିଜ୍ଞ ଖେଳାଳି ଦଳରେ ନାହାନ୍ତି । କାହିଁକି ନିକଟରେ ରୋହିତଙ୍କ ଅଧିନାୟକରେ ଦିନିକିଆ ବିଶ୍ୱକପ୍‌ର ଲଗାତର ୧୦ଟି ମ୍ୟାଚ୍‌ ଭାରତୀୟ ଟିମ୍‌ ଜିତିଥିଲା । ତାହା ପୁଣି ସମସ୍ତ ବିରୋଧୀ ଦଳଙ୍କ ଉପରେ ପ୍ରଭାବ ବିସ୍ତାର କରି ବିଜୟୀ ହୋଇଥିଲା । ଦଳ ଫାଇନାଲ ହାରିଛି ସତ । କିନ୍ତୁ ଦଳ ଖରାପ ଖେଳିନାହିଁ । ହୁଏତ ସେଦିନ ଭାରତୀୟ ଦଳ ପାଇଁ ଭଲ ସମୟ ନଥିଲା । ଆଉ ଟସ୍‌ ବି ଦଳ ସପକ୍ଷରେ ଯାଇନଥିଲା । ଯାହାଫଳରେ ଦଳ ଫାଇନାଲରେ ପରାଜିତ ହୋଇଥିଲା ।

wp:embed {"url":"https://www.prameyanews7.com/sanjay-bangar-praises-rohit-sharma/","type":"wp-embed","providerNameSlug":"prameya-news-7"}
https://www.prameyanews7.com/sanjay-bangar-praises-rohit-sharma/
/wp:embed

ବିଶ୍ୱକପ୍‌ ପର ଠାରୁ ରୋହିତ ଶର୍ମା ବିଶ୍ରାମ ନେଇଛନ୍ତି । ଯେତିକି ବିଶ୍ରାମ ନେବାର ଅଛି ନିଅନ୍ତୁ । ବୋର୍ଡ ପକ୍ଷରୁ ସମସ୍ତ ସହଯୋଗ ବି ମିଳୁଛି । କିନ୍ତୁ ଟି-୨୦ ବିଶ୍ୱକପ୍‌ରେ ରୋହିତ ଅଧିନାୟକ କରିବା ଉଚିତ୍ । ସେହିପରି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ଟି-୨୦ରୁ ବିଶ୍ରାମ ଦେବା କଥା ମୁଁ ଶୁଣିଛି । କିନ୍ତୁ ଏହା ଉଚିତ୍‌ ନୁହେଁ । ଉଭୟ ଏବେ ଜବରଦସ୍ତ ଫର୍ମରେ ଅଛନ୍ତି । ରୋହିତ-ବିରାଟଙ୍କ ପରି ମ୍ୟାଚ୍‌ ଓ୍ୱିନର ଆମକୁ ଆଜିକା ଦିନରେ ମିଳିବନାହିଁ । ତେଣୁ ସେମାନେ ଆଗାମୀ ଟି-୨୦ ବିଶ୍ୱକପ୍‌ ଖେଳିବା ଉଚିତ୍‌ । ଯାହାଦ୍ୱାରା କି ଟୁର୍ଣ୍ଣାମେଣ୍ଟରେ ଆମ ଦଳକୁ ବି ଫାଇଦା ହେବ ।

wp:embed {"url":"https://www.prameyanews7.com/cid-fame-actor-dinesh-fadnis-passed-away/","type":"wp-embed","providerNameSlug":"prameya-news-7"}
https://www.prameyanews7.com/cid-fame-actor-dinesh-fadnis-passed-away/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.