ସୌରଭ ଗାଙ୍ଗୁଲିଙ୍କ ବଡ଼ ବୟାନ, ଫାଇନାଲରେ ମେନ୍‌ ଇନ୍‌ ବ୍ଲୁକୁ ରୋକିବା ଅସମ୍ଭବ...

Published By : Prameya-News7 Bureau | November 18, 2023 IST

କୋଲକାତା ୧୭।୧୧ : ଫାଇନାଲ ମ୍ୟାଚ୍‌ ପୂର୍ବରୁ ଦାଦାଙ୍କ ବଡ଼ ବୟାନ । ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଅଷ୍ଟ୍ରେଲିଆ  ବିପକ୍ଷ ବିଶ୍ୱକପ୍‌ ଫାଇନାଲ୍‌ ମୁକାବିଲା ପାଇଁ  ଭାରତକୁ ଶୁଭକାମନା ଜଣାଇଛନ୍ତି । ସେ ମ୍ୟାନ୍‌  ଇନ୍‌ ବ୍ଲୁ ଦଳର ପ୍ରଦର୍ଶନକୁ ନେଇ ଖୁସି ବ୍ୟକ୍ତ  କରିବା ସହ ଏଥର ଟାଇଟଲ୍‌ ଜିତିପାରିବ  ବୋଲି ଦୃଢ଼ୋକ୍ତି ଦେଇଛନ୍ତି ।

wp:embed {"url":"https://www.prameyanews7.com/astrology-predictions-about-the-world-cup/","type":"wp-embed","providerNameSlug":"prameya-news-7"}
https://www.prameyanews7.com/astrology-predictions-about-the-world-cup/
/wp:embed

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଭାରତ ଚମକପ୍ରଦ  ପ୍ରଦର୍ଶନ କରିଆସିଛି । ଆଉ ଗୋଟିଏ ମ୍ୟାଚ୍‌ ଜିତିଲେ ଦଳ ବିଶ୍ୱକପ୍‌ ଟ୍ରଫି ଉଠାଇ ପାରିବ । ଦଳର ଟ୍ରଫି ପଥରେ ଅଷ୍ଟ୍ରେଲିଆ  ଛିଡ଼ା ହୋଇଛି । ଯଦି ଦଳ ପୂର୍ବଭଳି ପ୍ରଦର୍ଶନ  କରେ, ତା’ହେଲେ ଭାରତକୁ ଅଟକାଇବା  ଅଷ୍ଟ୍ରେଲିଆ ପକ୍ଷେ କାଠିକର ପାଠ ହେବ ।  ଅଷ୍ଟ୍ରେଲିଆ ଏକ ଦୃଢ଼ ଦଳ । ତେଣୁ ଫାଇନାଲ୍‌  ମୁକାବିଲା ନିଶ୍ଚିତ ଭାବେ କଡ଼ା ସଂଘର୍ଷପୂର୍ଣ୍ଣ  ହେବ ।’

wp:embed {"url":"https://www.prameyanews7.com/kane-williamson-reaction-on-virat-50-ton/","type":"wp-embed","providerNameSlug":"prameya-news-7"}
https://www.prameyanews7.com/kane-williamson-reaction-on-virat-50-ton/
/wp:embed

ରୋହିତ ବାହିନୀ କ୍ରମାନ୍ୱୟରେ ୧୦ଟି ମ୍ୟାଚ୍‌ ଜିତି ଅପରାଜେୟ ସାବ୍ୟସ୍ତ ହୋଇଛି । ଲିଗ୍‌ ଏବଂ ସେମିରେ ଦମ୍‌ଦାର ପ୍ରଦର୍ଶନ କରିଛି ଟିମ୍‌ ଇଣ୍ଡିଆ । ଏହାପୂର୍ବରୁ ରୋହିତ ବାହିନୀ ଲିଗ୍‌ ପର୍ଯ୍ୟାୟର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆକୁ ହରାଇଥିଲା। ଟାଇଟଲ୍‌ ଲଢ଼େଇରେ ଦଳ ପୂର୍ବ ପ୍ରଦର୍ଶନ ଦୋହରାଇବ ବୋଲି କ୍ରିକେଟ୍‌ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

wp:embed {"url":"https://www.prameyanews7.com/shreyas-iyer-reaction-fter-india-win/","type":"wp-embed","providerNameSlug":"prameya-news-7"}
https://www.prameyanews7.com/shreyas-iyer-reaction-fter-india-win/
/wp:embed

ସୂଚନାଯୋଗ୍ୟ ଯେ, ନଭେମ୍ବର ୧୯ ତାରିଖରେ ଗୁଜୁରାଟ ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଖେଳାଯିବ ଫାଇନାଲ୍‌ ମ୍ୟାଚ୍‌ । ୨୦୨୩ ଦିନିକିଆ ବିଶ୍ୱକପ୍‌ର ଫାଇନାଲ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଦୁଇ ଶକ୍ତଶାଳୀ ଦଳ ଭାରତ-ଅଷ୍ଟ୍ରେଲିଆ । ରବିବାର ଦିନ ଅପରାହ୍ନ ୨ଟାରେ ଖେଳାଯିବ ଏହି ମ୍ୟାଚ୍‌ । ଭାରତୀୟ ଟିମ୍‌ ନ୍ୟୁଜିଲାଣ୍ଡକୁ ସେମିରେ ପରାସ୍ତ କରି ଫାଇନାଲରେ ଏଣ୍ଟ୍ରି କରିଥିବା ବେଳେ ଅଷ୍ଟ୍ରେଲିଆ ଟିମ୍‌ ଦକ୍ଷିଣ ଆଫ୍ରିକାକୁ ୨ୟ ସେମିରେ ପରାସ୍ତ କରିଛି । ଆଉ ୨ୟ ଟିମ୍‌ ଭାବେ ଚଳିତ ବିଶ୍ୱକପ୍‌ ଫାଇନାଲରେ କରିଛି ଏଣ୍ଟ୍ରି ।

wp:embed {"url":"https://www.prameyanews7.com/salman-khan-katrina-kaif-tiger-3-box-office-prediction/","type":"wp-embed","providerNameSlug":"prameya-news-7"}
https://www.prameyanews7.com/salman-khan-katrina-kaif-tiger-3-box-office-prediction/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.