ମୁମ୍ବାଇ ୦୫।୧୦ : ଅକ୍ଟୋବର ୫ରୁ ଆରମ୍ଭ ହେବ ଦିନିକିଆ ବିଶ୍ୱକପ୍ ୨୦୨୩ । ଯାହା ନଭେମ୍ବର ୧୯ ପର୍ଯ୍ୟନ୍ତ ଚାଲିବ । ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମ୍ରୁ ଓପନିଂ ମ୍ୟାଚ୍ ଆରମ୍ଭ ହୋଇ ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମ୍ରେ ହିଁ ଶେଷ ହେବ ଟୁର୍ଣ୍ଣାମେଣ୍ଟ । ତେବେ ବିଶ୍ୱକପ୍ ପୂର୍ବରୁ ଭାରତୀୟ ଟିମ୍ ପୂର୍ବଅଧିନାୟକ ତଥା ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏକ ବଡ଼ ବୟାନ ଦେଇଛନ୍ତି । ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ।
wp:embed {"url":"https://www.prameyanews7.com/google-india-celebrates-icc-cricket-world-cup-2023/","type":"wp-embed","providerNameSlug":"prameya-news-7"}ସୌରଭ ଗାଙ୍ଗୁଲି କହିଛନ୍ତି ଯେ, ଭାରତୀୟ ଟିମ୍ ଏବ ଜବରଦସ୍ତ ଫର୍ମରେ ଅଛନ୍ତି । ଏସିଆ କପ୍ରେ ଟିମ୍ ଚମତ୍କାର ଫର୍ମ ବଳରେ ଚମ୍ପିଆନ୍ ହୋଇଛି । ଭାରତୀୟ ଟିମ୍ ଏକ ମଜବୁତ୍ ଦଳ । ବିରୋଧୀ ଟିମ୍କୁ ଚକ୍ମା ଦେବାରୁ ଟିମ୍ ଇଣ୍ଡିଆ ପୁରା ମାହିର । ଟିମ୍ ଏବେ ଭଲ ଟ୍ରାକ୍ରେ ଅଛି । ଗତ ଦେଢ ମାସ ହେଲା ଭଲ ପ୍ରଦର୍ଶନ ଜାରି ରଖିଛି ଟିମ୍ ଇଣ୍ଡିଆ ।
wp:embed {"url":"https://www.prameyanews7.com/icc-world-world-cup-2023-first-match-today/","type":"wp-embed","providerNameSlug":"prameya-news-7"}ସେହିପରି ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଟିମ୍ ପ୍ରଦର୍ଶନକୁ ନଜରକୁ ନେଇ ସେ କହିଛନ୍ତି ଯେ, ଆଇସିସି ଟୁର୍ଣ୍ଣାମେଣ୍ଟରେ ଟିମ୍ ସବୁବେଳେ ଭଲ ପ୍ରଦର୍ଶନ କରିଛି । ଗତ ବର୍ଷ ଟିମ୍ ନିଜର ଦମ୍ଦାର ପ୍ରଦର୍ଶନ ବଦଳରେ ସେମିଫାଇନାଲରେ ଏଣ୍ଟ୍ରି କରିଥିଲା । କିନ୍ତୁ ସେମିଫାଇନାଲରେ ପରାସ୍ତ ହୋଇଥିଲା । ହେଲେ ପୁରା ଟୁର୍ଣ୍ଣାମେଣ୍ଟରେ ଟିମ୍ ଜୋରଦାର ପ୍ରଦର୍ଶନ କରିଥିଲା । ଯାହା ଗତିଯାଇଛି । ତାହା ଇତିହାସ । ତେଣୁ ଆଗାମୀ ବିଶ୍ୱକପ୍ରେ ଭାରତ ଜବରଦସ୍ତ ପ୍ରଦର୍ଶନ କରିବ । ଏହାସହିତ ଟିମ୍ ଚମ୍ପିଆନ୍ ମଧ୍ୟ ହେବ । ଅକ୍ଟୋବର ୧୯ରେ ଅହମ୍ମଦାବାଦରେ ଭାରତର ବିଶ୍ୱକପ୍ ଫାଇନାଲ ମୁକାବିଲା ଖେଳିବ ।
wp:embed {"url":"https://www.prameyanews7.com/icc-world-cup-2023-india-schedule/","type":"wp-embed","providerNameSlug":"prameya-news-7"}ଅନ୍ୟପଟେ ବିଶ୍ୱକପ୍ରେ କେଉଁ ଦୁଇ ଭାରତୀୟ ଖେଳାଳି ଭଲ ପ୍ରଦର୍ଶନ କରିବା ବୋଲି ପ୍ରଶ୍ନ କରାଯାଇଥିଲା । ତାହାର ଉତ୍ତର ଦେଇ ଗାଙ୍ଗୁଲି କହିଛନ୍ତି ଯେ, ଚଳିତ ବିଶ୍ୱକପ୍ରେ ଦ୍ରୁତ ବୋଲର ଜଶପ୍ରୀତ୍ ବୁମ୍ରା ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ପ୍ରଦର୍ଶନ ସମସ୍ତଙ୍କୁ ଚକିତ କରିବ । ଉଭୟ ଚମତ୍କାର ଖେଳାଳି । କୌଣସି ବି ପରିସ୍ଥିତିରେ ବିରୋଧୀ ଟିମ୍କୁ ଚକ୍ମା ଦେବାରେ ମାହିର । ଆଉ ନିଜ ଟିମ୍କୁ କଠିନ୍ ପରିସ୍ଥିତିରୁ ବାହାର କରିବାରେ ବି ସକ୍ଷମ । ଅଶ୍ୱିନୀ ମଧ୍ୟ ଜଣେ ଶ୍ରେଷ୍ଠ ସ୍ପିନର । ଶେଷ ସମୟରେ ବିଶ୍ୱକପ୍ ଦଳରେ ରବିଚନ୍ଦ୍ରନ ଅଶ୍ୱିନୀ ସାମିଲ ହେବା, ଟିମ୍ ପାଇଁ ଫାଇଦା ହେବ । ଖାସ୍ କରି ଟର୍ଣ୍ଣିଂ ଟ୍ରାକରେ ତାଙ୍କ ବୋଲିଂ ।
wp:embed {"url":"https://www.prameyanews7.com/file-complaint-against-amitabh-bachchan/","type":"wp-embed","providerNameSlug":"prameya-news-7"}