World Cup 2023 : ଗାଙ୍ଗୁଲି ବାଛିଲେ ନିଜ ମନପସନ୍ଦର ଟିମ୍‌, କଟିଲା ଏହି ଷ୍ଟାର ଖେଳାଳିଙ୍କ ନାମ

Published By : Prameya-News7 Bureau | August 26, 2023 IST

ମୁମ୍ବାଇ ୨୬।୦୮: ପାଖେଇ ଆସୁଛି ଦିନିକିଆ ବିଶ୍ୱକପ୍‌ ୨୦୨୩ । କ୍ରୀଡା ମହାକୁମ୍ଭକୁ ଆଉ ଦୁଇ ମାସରୁ କମ୍‌ ଦିନ ବାକି ରହିଛି । ଏହିକ୍ରମରେ ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଗାମୀ ବିଶ୍ୱକପ୍‌ ପାଇଁ ୧୫ ଜଣିଆ ଟିମ୍‌ ଚୟନ କରିଛନ୍ତି । ଚୂଡାନ୍ତ ଏକାଦଶ ସହ ଷ୍ଟାଣ୍ଡବାଇରେ ୩ ଜଣ ଖେଳାଳିଙ୍କୁ ରଖିଛନ୍ତି ଦାଦା ।

ସୌରଭ ଗାଙ୍ଗୁଲି ଏକ ଟିଭି ଚ୍ୟାନେଲ ସହିତ ସାକ୍ଷାତକାର କହିଛନ୍ତି ଯେ, ରୋହିତ ଶର୍ମା ଟିମ୍‌ର ଅଧିନାୟକ ରହିଛନ୍ତି । ଏହାସହ ଶୁଭମନ୍‌ ଗିଲ୍‌ ଏବଂ ରୋହିତ ଶର୍ମା ଓପନିଂ ଭାର ସମ୍ଭାଳିବାକୁ ଥିବା ବେଳେ ଇଷାନ୍‌ କିଷାନ, ବିରାଟ କୋହିଲ, ଶ୍ରେସୟ ଆୟର, କେଏଲ୍‌ ରାହୁଲ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ ରହିଛନ୍ତି ।

ସେହିପରି ବୋଲିଂ ବିଭାଗରେ ଜସ୍‌ପ୍ରିତ୍‌ ବମ୍‌ରାହ, ମହମ୍ମଦ ସାମି, ଶର୍ଦ୍ଦୁଲ ଠାକୁର ଏବଂ ମହମ୍ମଦ ସିରାଜଙ୍କ ହାତରେ ଦାୟିତ୍ୱ ରହିଛି । ଏହାବ୍ୟତୀତ ସ୍ପିନ୍‌ ବିଭାଗରେ କୁଲଦୀପ ଯାଦବ ରହିଛନ୍ତି । ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରବିନ୍ଦ୍ର ଜାଡେଜା ଟିମ୍‌ରେ ରହିଛନ୍ତି । ଅନ୍ୟପଟେ ଷ୍ଟାଣ୍ଡବାଇ ଖେଳାଳି ଭାବେ ସୌରଭ ଗାଙ୍ଗୁଲି ତିନି ଜଣଙ୍କୁ ସାମିଲ କରିଛନ୍ତି ।ଏଥିରେ ତିଲକ ବର୍ମା, ପ୍ରସିଦ୍ଧ କ୍ରିଷ୍ଣା, ୟୁଜବେନ୍ଦ୍ର ଚହଲ ରହିଛନ୍ତି ।

ସୌରଭ ଗାଙ୍ଗୁଲିଙ୍କ ବିଶ୍ୱକପ୍‌ ଟିମ୍ :

ରୋହିତ ଶର୍ମା (ଅଧିନାୟକ),  ଶୁଭମନ୍‌ ଗିଲ୍‌, ଇଷାନ୍‌ କିଷାନ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍‌ ରାହୁଲ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୂଳଦୀପ ଯାଦବ, ଜସପ୍ରୀତ୍‌ ବୁମ୍‌ରାହ, ମହମ୍ମଦ ସାମି, ମହମ୍ମଦ ସିରାଜ,  ଶର୍ଦ୍ଦୁଲ ଠାକୁର ।

ସୂଚନାଯୋଗ୍ୟ ଯେ, ଆସନ୍ତା ଅକ୍ଟୋବର-ନଭେମ୍ବର ମାସରେ ଭାରତରେ ଖେଳାଯିବ ଦିନିକିଆ ବିଶ୍ୱକପ୍‌ ୨୦୨୩ ।  ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍‌ ଭାରତରେ ହିଁ ଖେଳାଯିବ।  ତେବେ ଅକ୍ଟୋବର ୫ରେ ପ୍ରଥମ ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ଫାଇନାଲ ମୁକାବିଲା ନଭେମ୍ବର ୧୯ରେ ଖେଳାଯିବ । ବିସିସିଆଇ ଏବଂ ଆଇସିସି ପକ୍ଷରୁ ସିଡ୍ୟୁଲ୍‌ ଜାରି କରାଯାଇଛି । ତେବେ ବିଶ୍ୱକପ୍‌ ପୂର୍ବରୁ ଅଭ୍ୟାସ୍‌ ମ୍ୟାଚ୍‌ ନେଇ ସୂଚୀ ମଧ୍ୟ ଜାରି କରାଯାଇଛି । ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଥିବା ୧୦ଟି ଟିମ୍‌ ଦୁଇଟି ଲେଖାଏଁ ଅଭ୍ୟାସ ମ୍ୟାଚ୍‌ ଖେଳିବେ । ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଅଭ୍ୟାସ ମ୍ୟାଚ୍‌ ଖେଳାଯିବ ।

wp:embed {"url":"https://www.prameyanews7.com/ab-de-villiers-chose-his-favorite-team/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ab-de-villiers-chose-his-favorite-team/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.