ନୂଆଦିଲ୍ଲୀ ୦୮।୦୭: ପ୍ରିନ୍ସ ଅଫ୍ କୋଲକତା । ଏ ନାଁର ଆବଶ୍ୟକ ନାହିଁ କୌଣସି ପରିଚୟ । ଯେତେବେଳେ ମ୍ୟାଚ୍ ଫିକ୍ସିଂ, ବିଦେଶ ମାଟିରେ ପରାଜୟ ପରି ସମସ୍ୟା ଦେଇ ଗତି କରୁଥିଲା, ସେତେବେଳେ ଟିମ୍ ଇଣ୍ଡିଆକୁ ଦେଖାଇଥିଲେ ନୂଆ ରାସ୍ତା । ଆଉ ଅଟକାଇଥିଲେ ଅଷ୍ଟ୍ରେଲିଆର ବିଜୟ ରଥ । ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି । ୫୧ ବର୍ଷରେ ପାଦ ଦେଇଛନ୍ତି ଦାଦା ।
{"id":814323,"width":839,"height":471,"sizeSlug":"full","linkDestination":"none"}୮ ଜୁଲାଇ ୧୯୭୨ରେ କୋଲକାତାରେ ଜନ୍ମ ନେଇଥିଲେ ପ୍ରିନ୍ସ ଅଫ୍ କୋଲକାତା ଓରଫ ସୌରଭ ଚଣ୍ଡି ଦାସ୍ ଗାଙ୍ଗୁଲି । ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ କରିଥିଲେ ଡେବ୍ୟୁ । ଆଉ ପ୍ରଥମ ଟେଷ୍ଟରେ ହିଁ ଲଗାଇଥିଲେ ଶତକ । ୧୯୯୨ରେ ଓ୍ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦିନିକିଆରେ କରିଥିଲେ ଡେବ୍ୟୁ । ୮ ବର୍ଷ ପରେ ଅର୍ଥାତ୍ ୨୦୦୦ ମସିହାରେ ଗାଙ୍ଗୁଲିଙ୍କୁ ମିଳିଥିଲା ବଡ଼ ଦାୟିତ୍ୱ । ସେ ଟିମ୍ ଇଣ୍ଡିଆର ନୂଆ କ୍ୟାପଟେନ୍ ଭାବେ ସମ୍ଭାଳିଥିଲେ ଦାୟିତ୍ୱ । ଏମିତି ଦିନ ଆସିଥିଲା ବିରୋଧୀଙ୍କୁ ତାଙ୍କ ଦେଶରେ ହିଁ ଚକ୍ମା ଦେଇଥିଲା ଗାଙ୍ଗୁଲିଙ୍କ ଅଧିନସ୍ଥ ଟିମ୍ ଇଣ୍ଡିଆ ।
{"id":814324,"width":838,"height":471,"sizeSlug":"full","linkDestination":"none"}ନିଜର ଲଗଜୁରୀ ଲାଇଫ୍ ଷ୍ଟାଇଲ୍ ପାଇଁ ବେଶ୍ ଜଣାଶୁଣା ବଙ୍ଗାଲ୍ ଟାଇଗର୍ । କୋଲକତାରେ ଗାଙ୍ଗୁଲିଙ୍କର ରହିଛି ପୈତୃକ ବାସଭବନ । ଯାହାର ଦାମ୍ ପାଖାପାଖି ୧୦ କୋଟିରୁ ଅଧିକ । ସବୁଠାରୁ ବଡ କଥା ହେଉଛି ଏହି ବଙ୍ଗଳାରେ ରହିଛି ୪୮ଟି ରୁମ୍ । ବିସିସିଆଇର ପୂର୍ବ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ବିଜ୍ଞାପନ ଜରିଆରେ ଖୁବ୍ କରିଥାନ୍ତି ରୋଜଗାର । ସେ ଅନେକ ବଡ ବଡ କମ୍ପାନୀର ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ରହିଛନ୍ତି ।
{"id":814325,"width":841,"height":560,"sizeSlug":"full","linkDestination":"none"}ଏକ ରିପୋର୍ଟ ଅନୁଯାୟୀ ସୌରଭ ଗାଙ୍ଗୁଲି କୌଣସି ବ୍ରାଣ୍ଡର ବିଜ୍ଞାପନ ପାଇଁ ବର୍ଷକୁ ଚାର୍ଜ କରିଥାନ୍ତି ୧ କୋଟି ୩୫ ଲକ୍ଷ ଟଙ୍କା । ସୌରଭ ଗାଙ୍ଗୁଲି ଟିଭିରେ ମଧ୍ୟ ନିଜର ଭାଗ୍ୟ ପରୀକ୍ଷା କରିସାରିଛନ୍ତି । ସେ ବଙ୍ଗାଳୀ ଟିଭି ଶୋ ଦାଦାଗିରିରେ ମଧ୍ୟ କରିଛନ୍ତି ହୋଷ୍ଟ । ଟିଭି ଶୋ ଦାଦାଗିରିରେ ହୋଷ୍ଟ କରିବା ପାଇଁ ସୌରଭ ଗାଙ୍ଗୁଲି ପ୍ରତି ସପ୍ତାହରେ ଫି ବାବଦରେ ନେଉଥିଲେ ୧ କୋଟି ଟଙ୍କା । ସୌରଭ ଗାଙ୍ଗୁଲିଙ୍କର ରହିଛି କାରର ଖୁବ୍ ସଉକ୍ । ତାଙ୍କ ପାଖରେ ବିଏମ୍ଡବ୍ଲୁ ସିରିଜ କାର ବ୍ୟତୀତ ତାଙ୍କ ପାଖରେ ରହିଛି ଅନେକ ଲଗଜୁରୀ କାର । ଗାଙ୍ଗୁଲିଙ୍କ ମୋଟ ସମ୍ପତ୍ତି ପାଖାପାଖି ୩୬୫ କୋଟି । ଦାମୀ ଖେଳାଳୀଙ୍କ ମଧ୍ୟରେ ତାଙ୍କର ଗଣତି କରାଯାଇଥାଏ । ପ୍ରସିଦ୍ଧ ଆଇଏସ୍ଏଲ୍ କ୍ଲବ୍ ଏଟିକ୍ ମୋହନ ବଗାନରେ ଦାଦା ଭାଗିଦାରୀ ମଧ୍ୟ ଅଛନ୍ତି । ଏମିତିକି ଏହାର ସହ-ମାଲିକ ମଧ୍ୟ ଅଟନ୍ତି ଗାଙ୍ଗୁଲି ।
You Can Read:
wp:embed {"url":"https://www.prameyanews7.com/happy-birthday-sourav-ganguly/","type":"wp-embed","providerNameSlug":"prameya-news-7"} /wp:embed