ରଜାନୀତି ମଇଦାନକୁ ଏଣ୍ଟ୍ରି କରିବେ ଗାଙ୍ଗୁଲି ? ଏନେଇ ବଡ଼ ଖୁଲାସା କଲେ ଦାଦା

Published By : Prameya-News7 Bureau | March 08, 2021 IST

କୋଲକାତା ୦୮/୦୩:  ବିଧାନସଭା ନିର୍ବାଚନକୁ ନେଇ ଉଠୁଛି ପଡ଼ୁଛି ପଶ୍ଚିମବଙ୍ଗ। ନିର୍ବାଚନର ଅବ୍ୟବହିତ ପୂର୍ବରୁ ଦଳ ଡିଆଁ ସାଙ୍ଗକୁ ମିଶ୍ରଣ ପର୍ବ ଚାଲିଛି। ଟିଏମସି ଛାଡ଼ି ପଦ୍ମ ଧରୁଛନ୍ତି ବହୁ ହେଭିଓ୍ବେଟ୍‌। କେବଳ ସେତିକି ନୁହେଁ କ୍ରିକେଟର, ସେଲିବ୍ରିଟି ମଧ୍ୟ ବିଜେପିରେ ସାମିଲ ହେଉଛନ୍ତି। ସେପଟେ ବିସିସିଆଇ ଅଧ୍ୟକ୍ଷ ତଥା ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ଜୋର ଧରିଛି।

ଏହାରି ଭିତରେ ଦାଦା ନିରବତା ଭଙ୍ଗ କରିଛନ୍ତି। ଏନେଇ ଦାଦାଙ୍କ ପ୍ରତିକ୍ରିୟା ଆସଛି। ପୂର୍ବରୁ କୁହାଯାଉଥିଲା ୭ ଫେବୃଆରୀରେ କୋଲକାତାରେ ଆୟୋଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଲିରେ ଗାଙ୍ଗୁଲି ସାମିଲ ହୋଇଥାନ୍ତେ। କିନ୍ତୁ ରାଲିରେ ଦାଦା ସାମିଲ ହୋଇନଥିଲେ।

ଇଣ୍ଡିଆ ଟୁଡେକୁ ପ୍ରତିକ୍ରିୟା ଦେଇ ଗାଙ୍ଗୁଲି କହିଛନ୍ତି, ‘ଜୀବନ ମୋତେ ଅନେକ ଅବସର ଦେଇଛି। ଦେଖିବା ଆଗକୁ କଣ ହେଉଛି। ମୁଁ ଏବେ ସୁସ୍ଥ ଅଛି ଏବଂ ମୋ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି।’ 

ସୂଚନାଯୋଗ୍ୟ, ୪୮ ବର୍ଷୀୟ ଗାଙ୍ଗୁଲି ୩୧ ଜାନୁଆରୀରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ। ଏହା ପୂର୍ବରୁ ତାଙ୍କର ଅନ୍ୟ ଏକ ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା। ଜାନୁଆରି ଆରମ୍ଭରୁ ଗାଙ୍ଗୁଲିଙ୍କୁ ସାମାନ୍ୟ ହୃଦଘାତର ସାମ୍ନା କରିବାକୁ ପଡ଼ିଥିଲା । ପରେ ପରେ ସେ ହସ୍ପିଟାଲ ଦୁଇ ଥର ଯାଇଥିଲେ। ଅନ୍ୟପଟେ ଅନ୍ୟ ଏକ ଅଟକଳ କରାଯାଉଛି ଯେ, ଗାଙ୍ଗୁଲି ନିର୍ବାଚନ ପୂର୍ବରୁ ରାଜନୀତିରେ ଏଣ୍ଟ୍ରି କରିପାରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.