ସୌରଭ ଗାଙ୍ଗୁଲିଙ୍କୁ ଜରିମାନା : କୋର୍ଟ କହିଲେ- 'ସମ୍ବିଧାନ ଆଗରେ ସମସ୍ତେ ସମାନ, କେହି ଏହାଠୁ ଉର୍ଦ୍ଧ୍ୱରେ ନୁହଁନ୍ତି'

Published By : Prameya-News7 Bureau | September 28, 2021 IST

କୋଲକାତା,୨୮/୦୯: ଦାଦାଙ୍କୁ ଫାଇନ । କୋଲକାତା ହାଇକୋର୍ଟ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଉପରେ ଜରିମାନା ଲଗାଇଛନ୍ତି । ଗାଙ୍ଗୁଲିଙ୍କ ସହ ପଶ୍ଚିମବଙ୍ଗ ସରକାର ଓ ନଗର ନିର୍ମାଣ ବିଭାଗ ଉପରେ ମଧ୍ୟ କୋର୍ଟ ଜରିମାନା ଲଗାଇଛନ୍ତି । ଜମି ଆବଣ୍ଟନକୁ ନେଇ ଏହି ଜରିମାନା ଲାଗିଥିବା ସୂଚନା ମିଳିଛି ।

ହାଇକୋର୍ଟ ପୂର୍ବତନ ଭାରତୀୟ ଅଧିନାୟକ ଗାଙ୍ଗୁଲିଙ୍କୁ ୧୦ ହଜାର ଟଙ୍କାର ଫାଇନ ଲଗାଇଛନ୍ତି । ସେହିପରି ପଶ୍ଚିମବଙ୍ଗ ସରକାରଙ୍କ ଉପରେ ୫୦ ହଜାର ଓ ନିଗର ବିକାଶ ନିଗମ ଉପରେ ୩୦ ହଜାର ଟଙ୍କାର ଜରିମାନା ଲାଗିଛି ।

ସୂଚନାନୁସାରେ, ଗାଙ୍ଗୁଲି କୋଚିଂ ଦେବା ପାଇଁ ରାଜ୍ୟ ସରକାର ନ୍ୟୁଟାଉନ ଅଞ୍ଚଳରେ ନିୟମ କାନୁନକୁ ଦଳିମକଚି ଜମି ଯୋଗାଇଥିଲେ । ଏନେଇ ହାଇକୋର୍ଟରେ ପିଆଇଏଲ ଫାଇଲ ହୋଇଥିଲା ।  ଯେଉଁଥିରେ ୨ ଏକର ଜମିକୁ ନେଇ ପ୍ରଶ୍ନ ଉଠାଯାଇଥିଲା ।

ଜଷ୍ଟିସ ରାଜେଶ ବିନ୍ଦଲ ଓ ଜଷ୍ଟିସ ଅରିଜିତ ବାନାର୍ଜୀଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ । ଶୁଣାଣି କରି କୋର୍ଟ କହିଥିଲେ ଯେ, ଦେଶ ସଦାବେଳେ ଖେଳାଳିଙ୍କ ସହ ରହିଛି । ସୌରଭ ଗାଙ୍ଗୁଲି ସାରା ବିଶ୍ୱରେ ଦେଶ ପାଇଁ ଗର୍ବ ଆଣିଛନ୍ତି ।କିନ୍ତୁ ସମ୍ବିଧାନ ଆଗରେ ସମସ୍ତେ ସମାନ । କେହି ଏହାଠୁ ଉପରେ ନୁହେଁ । ତେଣୁ ହାଇକୋର୍ଟ ପୂର୍ବତନ ଭାରତୀୟ ଅଧିନାୟକ ଗାଙ୍ଗୁଲିଙ୍କୁ ୧୦ ହଜାର ଟଙ୍କାର ଫାଇନ ଲଗାଇଛନ୍ତି । ସେହିପରି ପଶ୍ଚିମବଙ୍ଗ ସରକାରଙ୍କ ଉପରେ ୫୦ ହଜାର ଓ ନିଗର ବିକାଶ ନିଗମ ଉପରେ ୩୦ ହଜାର ଟଙ୍କାର ଜରିମାନା ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.