oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗାଙ୍ଗୁଲି ୧୫ ବର୍ଷ ତଳର ଷଡଯନ୍ତ୍ର ପୃଷ୍ଠା ଖୋଲିଲେ, ‘ଚାପେଲଙ୍କ କାନ୍ଧରେ ବନ୍ଧୁକ ଥୋଇଥିଲେ ଅନେକ ଲୋକ, ମୋତେ ଟିମ୍‌ରୁ ବିଦା କରିବାକୁ ପୁରା ବ୍ୟବସ୍ଥାକୁ ଲଗାଇ ଦେଇଥିଲେ’

10/07/2020 at 12:45 PM

କୋଲକାତା, ୧୦।୦୭:   ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ନିଜ କ୍ୟାରିଅରର ସବୁଠାରୁ କଠିନ ସମୟ ବାବଦରେ ଏକ ବଡ ଗୁମର ଖୋଲିଛନ୍ତି । ଭାରତୀୟ ଦଳର ସବୁଠାରୁ ସଫଳ ଅଧିନାୟକ ଭାବେ ଗାଙ୍ଗୁଲିଙ୍କ ନାଁ ଆସିଥାଏ ।  କିନ୍ତୁ ୨୦୦୫ ମସିହା ତାଙ୍କ ପାଇଁ ଅତି ନୈରାଶ୍ୟଜନକ ଥିଲା । ତାଙ୍କଠାରୁ ଅଧିନାୟକ ଭାର ଛଡାଇ ନିଆଯାଇଥିଲା । ଏପରିକି ଦଳରୁ ବାହାର ମଧ୍ୟ କରାଗଲା ।

ଗାଙ୍ଗୁଲି କହିଛନ୍ତି ଯେ, ତାଙ୍କୁ ଦଳରୁ ବାହାର କରିବା ପଛରେ କେବଳ ଗ୍ରେଗ୍ ଚାପେଲଙ୍କ ହାତ ନାହିଁ ବରଂପୁରା ବ୍ୟବସ୍ଥା ସାମିଲ ଥିଲା । ତାଙ୍କ ଠାରୁ ଅଧିନାୟକ ପଦ ଛଡାଇନେବା ଠିକ୍ ନଥିଲା ।

ବଙ୍ଗଳା ଖବରକାଗଜକୁ ଦେଇଥିବା ଏକ ସାକ୍ଷାତକାରରେ ଗାଙ୍ଗୁଲି କହିଛନ୍ତି ଯେ, ଏହା ତାଙ୍କ କ୍ୟାରିଅରରେ ସବୁଠାରୁ ବଡ ଝଟକା ଥିଲା । ତାଙ୍କ ସହ ଅନ୍ୟାୟ କରାଯାଇଥିଲା । ସଦାବେଳେ ଜଣଙ୍କ ସହ ନ୍ୟାୟ ହେବ ବୋଲି ଠିକ୍ ନାହିଁ କିନ୍ତୁ ଯାହା କିଛି ହେଲା ତାହା ବହୁତ ବଡ ଅନ୍ୟାୟ ଥିଲା । ସେ ଦଳର ଅଧିନାୟକ ଥିଲେ, ଦଲ ଜିମ୍ବାଓ୍ୱେ ବିରୋଧରେ ସିରିଜ ଜିତି ସ୍ୱଦେଶ ଫେରିବା ପରେ ତାଙ୍କଠାରୁ ଦାୟିତ୍ୱ ଛଡାଇ ନିଆଗଲା । ସେ ୨୦୦୭ରେ ଭାରତରୁ ବିଶ୍ୱକପ ବିଜେତା କରିବେ ବୋଲି ସ୍ୱପ୍ନ ଦେଖିଥିଲେ ।

ସେ ଆହୁରି କହିଛନ୍ତି ଯେ, ଏଥିପାଇଁ କେବଳ ଚାପେଲଙ୍କୁ ଦୋଷ ଦେଇ ହେବ ନାହିଁ । ଅନେକ ଦାୟୀ ଅଛନ୍ତି । ସେ ତାଙ୍କ ବିରୋଧରେ ବୋର୍ଡକୁ ଇମେଲ୍ କରିଥିଲେ । କିନ୍ତୁ ଚାପେଲ ତାଙ୍କ ସହ କୌଣସି ଆଲୋଚନା କରିନଥିଲେ । କେବଳ କୋଚ୍ ନୁହେଁ ପୁରା ବ୍ୟବସ୍ଥା ତାଙ୍କ ବିରୋଧରେ ଲାଗିଥିଲା । ଏହାପରେ ମଧ୍ୟ ସେ ଚାପରେ ନଥିଲେ କିମ୍ବା ତାଙ୍କ ଆତ୍ମବିଶ୍ୱାସ କମିନଥିଲା ।

୨୦୦୫ରେ ଦଳରୁ ବାଦ୍ ପଡିବା ପରେ ୨୦୦୬ରେ ଦକ୍ଷିଣ ଆଫ୍ରିକା ଗସ୍ତରେ ସେ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହାପରେ ସେ ୨୦୦୮ରେ କ୍ରିକେଟରୁ ଅବସର ଗ୍ରହଣ କରିଥିଲେ ।

   Related Posts