ପୃଥିବୀର ଚୁମ୍ବକୀୟ କ୍ଷେତ୍ରର ଶବ୍ଦ ଶୁଣିଲେ ଡରିଯିବେ ଆପଣ: ଅଡିଓ ଜାରି କଲା ମହାକାଶ ସଂସ୍ଥା

Published By : Prameya-News7 Bureau | November 01, 2022 IST

ନୂଆଦିଲ୍ଳୀ: ପୃଥିବୀରେ ଯେଉଁସବୁ ପ୍ରାକୃତିକ ଜିନିଷ ରହିଛି ତାହା ଅତ୍ୟନ୍ତ ସୁନ୍ଦର। ନଦୀର କୁଳୁକୁଳୁ ଶବ୍ଦ ଆମକୁ ଖୁବ୍ ସୁନ୍ଦର ଲାଗିଥାଏ। ଘାସର ମଇଦାନ ଆମକୁ ଶାନ୍ତି ଦେଇଥାଏ। କିନ୍ତୁ ବୋଧହୁଏ ପୃଥିବୀରୁ ଆସୁଥିବା ଚୁମ୍ବକୀୟ ଶବ୍ଦ ଏତେ ସୁନ୍ଦର ନୁହେଁ। ୟୁରୋପୀୟ ଅନ୍ତରୀକ୍ଷ ଏଜେନ୍ସୀ (ଇଏସଏ) ନିକଟରେ ୫ ମିନିଟ୍‌ର ଅତ୍ୟନ୍ତ ଭୟଙ୍କର ଅଡିଓ ଜାରି କରିଛି। ଏହା ପୃଥିବୀର ଚୁମ୍ବକୀୟ କ୍ଷେତ୍ରର ଶବ୍ଦ, ଯାହାକୁ ଶୁଣିଲେ ଆପଣଙ୍କୁ ହୁଏତ ଡର ଲାଗିପାରେ । ଆପଣ ହୁଏତ ବିଶ୍ବାସ କରିନପାରନ୍ତି ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଏଭଳି ଶବ୍ଦ କରିପାରେ।

ନାସା ଅନୁଯାୟୀ, ପୃଥିବୀର ଅନ୍ତରୀଣ ଚୁମ୍ବକୀୟ କ୍ଷମତାକୁ ମ୍ୟାଗ୍ନେଟୋସ୍ଫୀୟର କୁହାଯାଏ। ଏହା ପୃଥିବୀପୃଷ୍ଠର ଚାରିପଟେ ଏକ କମେଟ ଆକାରର କ୍ଷେତ୍ର ତିଆରି କରିଥାଏ। ଯାହା କ୍ଷତିକାରକ ସୌର ଶକ୍ତି ଏବଂ ମହାଜାଗତିକ ଅଣୁ ଏବଂ ରେଡିଏସନଠାରୁ ପୃଥିବୀକୁ ସୁରକ୍ଷିତ ରଖିଥାଏ। ଏହା ସହ, ସୌର ପବନ ଠାରୁ ବାତାବରଣକୁ ହେଉଥିବା ଅସୁବିଧାରୁ ବଞ୍ଚାଇଥାଏ।

ଡେନମାର୍କର ଟେକ୍ନିକାଲ ୟୁନିଭର୍ସିଟିର ବିଶେଷଜ୍ଞ ପୃଥିବୀର ଚୁମ୍ବକୀୟ କ୍ଷେତ୍ରର ସର୍ଭେ କରିବା ପାଇଁ ଇଏସଏର ସ୍ବାର୍ମ ସାଟେଲାଇଟ ମିଶନ ଦ୍ବାରା ମପା ଯାଇଥିବା ଚୁମ୍ବକୀୟ ସଙ୍କେତକୁ ଶବ୍ଦରେ ପରିବର୍ତ୍ତିତ କରିଥିଲା। ଯାହାପରେ ଏହି ଶବ୍ଦକୁ ରେକର୍ଡ କରାଯାଇଥିଲା। ଏହି ଶବ୍ଦକୁ ସାଧାରଣ ଲୋକଙ୍କୁ ମଧ୍ୟ ଶୁଣାଯାଇଥିଲା।

wp:embed {"url":"https://www.youtube.com/embed/f1EaDcR5ivk","type":"rich","providerNameSlug":"embed-handler","responsive":true,"className":"wp-embed-aspect-16-9 wp-has-aspect-ratio"}
https://www.youtube.com/embed/f1EaDcR5ivk
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.