oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ସୌମ୍ୟଙ୍କ ସୋଲାର ସାଇକେଲ, ୫ ଘଣ୍ଟାରେ ଗଲେ ରାଜକନିକାରୁ ବାଲେଶ୍ୱର

24/04/2022 at 12:36 PM

ରାଜକନିକା,୨୪/୦୪: ପୁରୁଣା ସାଇକେଲକୁ ଦିଆଯାଇଛି ନୂଆ ରୂପ । ଏଥିରେ ଖଞ୍ଜାଯାଇଛି ସୋଲାର୍‌ ବା ସୌର ଶକ୍ତି ବଳରେ ଚାର୍ଜ ହେଉଥିବା ବ୍ୟାଟେରୀ । ଏହା ବିନା ଇନ୍ଧନରେ ଗଡ଼ିବ । ଆଉ ବାଇକ୍‌ର ବିକଳ୍ପ ହୋଇପାରିବ । – ଏଭଳି ପରିକଳ୍ପନାରେ ‘ସୋଲାର୍‌ ସାଇକେଲ’ ତିଆରି କରି ଏବେ ଚର୍ଚ୍ଚାରେ ରାଜକନିକା ବ୍ଲକ ପେଗରପଡ଼ା ଗ୍ରାମର ସୌମ୍ୟ ରଂଜନ ପଲାଇ । ସୌମ୍ୟ ନିଜ ସାଇକେଲରେ ସୋଲାର୍‌ର ୧୨୫ ୱାଟ୍‌ ମୋନୋ ପ୍ୟାନେଲରୁ ଉତ୍ପତ୍ତି ହେଉଥିବା ସୌରଶକ୍ତିରେ ୨୫୦ ୱାଟ୍‌ ବିଏଲ୍‌ଡିସି ମୋଟର ଲଗାଇଛନ୍ତି । ଏହି ସାଇକେଲ ଘଣ୍ଟାକୁ ୩୫ କିମି ବେଗରେ ଚାଲୁଥିବା ଦାବି କରିଛନ୍ତି ସୌମ୍ୟ । ୨୪ ଭୋଲ୍ଟ ଲିଥିୟମ ଆୟନ ବ୍ୟାଟେରୀରେ ସୌରଶକ୍ତିକୁ ସଞ୍ଚୟ କରୁଥିବା ଏହି ସାଇକେଲ ଥରେ ଚାର୍ଜ ହେଲେ ବିନା ସୂର୍ଯ୍ୟାଲୋକରେ ଅର୍ଥାତ୍‌ ରାତିରେ ବି ୫୦ କିମି ପର୍ଯ୍ୟନ୍ତ ଚାଲି ପାରିବାର ଶକ୍ତି ସଞ୍ଚୟ କରି ରଖିଥାଏ ବୋଲି ସେ କହିଛନ୍ତି ।

ଇଲେକ୍ଟ୍ରିସିଆନ୍‌ ଭାବରେ ଆଇଟିଆଇ ପାସ୍‌ କରିଥିବା ସୌମ୍ୟ ଏହି ସୋଲାର୍‌ ସାଇକେଲ ନିର୍ମାଣ କରିବା ଲାଗି ୩ ମାସ ମଧ୍ୟରେ ପ୍ରାୟ ୨ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ଏଭଳି ସାଇକେଲ ଏବେ ବଜାରରେ ୫୦ ହଜାର ଟଙ୍କାରେ ବିକ୍ରି ହୋଇପାରିବ ବୋଲି ସୌମ୍ୟ କହିଛନ୍ତି । ସେ ଏହି ସାଇକେଲରେ ପରୀକ୍ଷାମୂଳକ ଭାବେ ରାଜକନିକାରୁ ବାଲେଶ୍ୱର ପର୍ଯ୍ୟନ୍ତ ୧୬୩ କିଲୋମିଟର ରାସ୍ତା ୫ ଘଣ୍ଟା ମଧ୍ୟରେ ଅତିକ୍ରମ କରିଥିବା କହିଛନ୍ତି । ଉକ୍ତ ସାଇକେଲ ୧ କୁଇଣ୍ଟାଲ ୮୦ କେଜି ଓଜନ ପରିବହନ କ୍ଷମତା ରଖୁଥିବାବେଳେ ଆଗକୁ ଏଭଳି ସୌରଶକ୍ତିକୁ ନେଇ ସେ କାର୍‌ ତିଆରି କରିବେ ବୋଲି ଯୋଜନା କରିଛନ୍ତି ।

   Related Posts