ଆତ୍ମାର ଓଜନ ମାତ୍ର ୨୧ ଗ୍ରାମ : ଜାଣନ୍ତୁ କେମିତି ହୋଇଥିଲା ପରୀକ୍ଷା
19/05/2019 at 1:07 PM

୧୯୦୭ ମସିହାରେ ଆମେରିକାର ଜଣେ ସମ୍ମାନିତ ବୈଜ୍ଞାନିକ ଡଙ୍କନ ମ୍ୟାକଡାଗଲ୍ ଏକ ଅଜବ ପରୀକ୍ଷା କରିଥିଲେ । ଆତ୍ମାର ଓଜନ କେତେ ଥାଏ ତାହା ଜାଣିବା ପାଇଁ ସେ ପରୀକ୍ଷା କରିଥିଲେ । ଏଥିପାଇଁ ଡଙ୍କନ ଏବଂ ତାଙ୍କ ୪ଜଣ ସାଥୀ ଏମିତି ୬ଜଣ ରୋଗୀଙ୍କୁ ଖୋଜିଥିଲେ ଯେଉଁମାନଙ୍କ ଅଳ୍ପ ସମୟରେ ମୃତ୍ୟୁ ହେବାକୁ ଥିଲା । ଏ ସମସ୍ତ ରୋଗୀ ଅଲଗା ଅଲଗା ରୋଗରେ ପୀଡିତ ଥିଲେ ।

ଡଙ୍କନ ସବୁ ରୋଗୀଙ୍କ ବେଡକୁ ଗୋଟି ଗୋଟି କରି ଓଜନ ମାପିବା ମେସିନ୍ ଉପରେ ରଖିଲେ । ଓଜନ ମାପିବା ଏହି ମେସିନ୍ ଏତେ ସଠିକ ଥିଲେ ଯେ ତାହା ଛୋଟରୁ ଛୋଟ ଓଜନ ଅନ୍ତରକୁ ମଧ୍ୟ ସାଙ୍ଗେସାଙ୍ଗ ମାପି ପାରୁଥିଲା । ଏହି ପରୀକ୍ଷଣରେ ରୋଗୀଙ୍କ ଓଜନ ମରିବା ପୁର୍ବରୁ ତଥା ମରିବା ପରେ ମପା ଯାଉଥିଲା ।

ଜଣେ ରୋଗୀ ମରିବା କ୍ଷଣି ତାଙ୍କ ଓଜନ ମପା ଯାଇଥିଲା । ମୃତକଙ୍କ ଓଜନ ୨୮ ଗ୍ରାମ କମିଯାଇଥିଲା । ଆଉ ଜଣେ ରୋଗୀଙ୍କ ମଧ୍ୟ ଓଜନ ମପା ଯାଇଥିଲା । ମରିବା ପରେ ତାଙ୍କ ଓଜନ ୨୮ ଗ୍ରାମରୁ ଆଉ ଟିକେ କମ୍ ଥିଲା । କିନ୍ତୁ ଯେତେବେଳେ ତୃତୀୟ ମୃତକଙ୍କ ଓଜନ ମପା ଯାଇଥିଲା ଡଙ୍କନ ଭାବିଲେ ତାଙ୍କ ପରୀକ୍ଷା ଅସଫଳ ହୋଇଛି । କାରଣ ତାଙ୍କ ଓଜନ କମିନଥିଲା । କିନ୍ତୁ ମରିବାର ୧ ମିନିଟ ପରେ ତାଙ୍କ ଓଜନ ୨୭ ଗ୍ରାମ୍ କମିଯାଇଥିଲା ।

ଡଙ୍କନ କହିଥିଲେ ଯେ ସେ ରୋଗୀ ସୁସ୍ଥ ଥିଲେ । ସେଥିପାଇଁ ଆତ୍ମାକୁ ଶରୀରରୁ ବାହାରିବା ପାଇଁ ସମୟ ଲାଗିଥିଲା । ୪ଜଣ ରୋଗୀଙ୍କ ଉପରେ ଏହି ପରୀକ୍ଷଣ ସଫଳ ହୋଇଥିଲା ।

ସମସ୍ତ ଦାକ୍ତରଙ୍କ ଗଣନା ଆଧାରରେ ଡଙ୍କନ ମ୍ୟାକଡାଗଲ୍ ଶେଷ ନିଷ୍ପତ୍ତିରେ ପହଞ୍ଚିଥିଲେ ଯେ, ମଣିଷର ଆତ୍ମାର ଓଜନ ୨୧ ଗ୍ରାମ ହୋଇଥାଏ । ମ୍ୟାକଡାଗଲଙ୍କ ଏହି ପରିକ୍ଷଣକୁ ଲୋକେ ୨୧ ଗ୍ରାମ ଥିଓରି ବୋଲି କୁହନ୍ତି । ଏହି ପରିକ୍ଷଣ ଉପରେ ହଲିଉଡ୍ ଫିଲ୍ମ ୨୧ ଗ୍ରାମ ନାମକ ଫିଲ୍ମ ତିଆରି ହୋଇଛି ।
