scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସୌଭାଗ୍ୟ ଯୋଜନା ଫେଲ ! ବିଦ୍ୟୁତ ସଂଯୋଗ ନଥାଇ ଆସୁଛି ବିଲ

28/10/2018 at 12:37 PM

ଢେଙ୍କାନାଳ ୨୮/୧୦ : ଫେଲ ମାରିଛି ସରକାରଙ୍କ ସୌଭାଗ୍ୟ ଯୋଜନା | ମାଗଣା ବିଦ୍ୟୁତକରଣ ଯାଜନାରେ ମଧ୍ୟ ଟଙ୍କା ଆଦାୟ କରିବାକୁ ପଛାଉନାହାନ୍ତି ଅସାଧୁ କର୍ମଚାରୀ | ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କାଟେଣୀ ପଂଚାୟତ ଶୁଣ୍ଡିକାଟେଣୀ ଗାଁରେ ଦେଖିବାକୁ ମିଳିଛି ବିଦ୍ୟୁତ ଜାଲିଆତି | ଘରକୁ ବିଦ୍ୟୁତ ସଞ୍ଜୋଡ଼ ଦିଆଯାଇନାହିଁ | କିନ୍ତୁ ମୋଟା ଅଙ୍କର ବିଜୁଳି ବିଲ ଆସୁଛି | ସୌଭାଗ୍ୟ ଯୋଜନାରେ ଏହି ଗାଁର ୪୫ ପରିବାର ସାମିଲ ହୋଇଥିଲେ | ବିନା ଟଙ୍କାରେ ଘରକୁ ବିଦ୍ୟୁତ ସଂଯୋଗ ହେବା କଥା | କିନ୍ତୁ ବିଦ୍ୟୁତ ସଂଯୋଗ ପାଇଁ ଟେଣ୍ଡର ନେଇଥିବା ଠିକା ସଂସ୍ଥା ବିଦ୍ୟୁତ ସଂଯୋଗ ପାଇଁ ପରିବାର ପିଛା ୫୦୦ ରୁ ୧୦୦୦ ଟଙ୍କା ନେଇ ଫେରାର ହୋଇଯାଇଛି | ଏପଟେ କିନ୍ତୁ ବିଦ୍ୟୁତ ବିଭାଗ ଲୋକଙ୍କ ହାତକୁ ଧରେଇଦେଇଛି ୨ ମାସର ବିଲ | ଏନେଇ ବର୍ତମାନ ଚିନ୍ତାରେ ଗ୍ରାମବାସୀ |

   Related Posts