ଟଙ୍କା ମାଗିବାରୁ ହାତ ଗୋଡର ୮ଟି ଆଙ୍ଗୁଠି କାଟି ଦେଲା ଦାଦନ ଦଲାଲ-ଏବେ ଗୁରୁତର ଅବସ୍ଥାରେ ଚିକିତ୍ସିତ

Published By : Prameya-News7 Bureau | October 06, 2019 IST

 ନୂଆପଡ଼ା୦୬।୧୦ - ନୂଆପଡ଼ାର ଦାଦନ ଶ୍ରମିକ ଚମରୁ ପହରିଆଙ୍କୁ ମହାରାଷ୍ଟ୍ରର ନାଗପୁରରେ ଯେଉଁଭଳି ଅମାନବୀୟ ବ୍ୟବହାର କରାଗଲା ତାହାକୁ ନେଇ ସାରା ରାଜ୍ୟରେ ହୁଲସ୍ତୁଲ ହୋଇପଡ଼ିଥିବା ବେଳେ ପ୍ରଶାସନ ଏହାକୁ ନେଇଁ ଚେଇଁ ଉଠିଛି । ଆଜି ନୂଆପଡ଼ା ଜିଲ୍ଲାପାଳ ଓ ଏସ୍‌ପି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଯାଇ ଗୁରୁତର ଅସୁସ୍ଥ ଚମରୁ ପହରିଆଙ୍କୁ ଭେଟିବା ସହିତ ଘଟଣା ସଂପର୍କରେ ବୁଝିଛନ୍ତି । ଚମରୁଙ୍କ ହାତ ଗୋଡ଼ର ୫ଟି ଆଙ୍ଗୁଠି କାଟି ଦେଇଥିବା ଦାଦନ ଦଲାଲକୁ ଧରିବାକୁ ପୋଲିସ ନାଗପୁର ଯିବ ।

{"id":167058}

ଦାଦନ ସମସ୍ୟାର କରୁଣ ଚିତ୍ର । କାମ ବଦଳରେ ପଇସା ମାଗିବାରୁ ହାତ ଗୋଡ଼ର ୮ଟି ଆଙ୍ଗୁଠି କାଟି ଦେଲା ଦାଦନ ଦଲାଲ । ବର୍ତ୍ତମାନର ସଭ୍ୟ ସମାଜରେ ଏ ଘଟଣା ଯେତିକି ଆଶ୍ଚର୍ଯ୍ୟଜନକ ତା ଠାରୁ ଅଧିକ ଚିନ୍ତାଜନକ । ପାର୍ବଣକୁ ନେଇ ଯେତେବେଳେ ସାରା ରାଜ୍ୟ ଉତ୍ସବମୁଖର ସେତେବେଳେ ଏମିତି ଏକ ଘଟଣା ରାଜ୍ୟ ସରକାରଙ୍କର ନିଦ ହଜାଇ ଦେଇଛି । ଗତକାଲି ଗୁରୁତର ଚମରୁ ପହରିଆ ଯେତେବେଳେ ଚିକିତ୍ସା ପାଇଁ ନୂଆପଡ଼ା ମୁଖ୍ୟ ଡାକ୍ତରଖାନାକୁ ଆସିଥିଲେ ସେତେବେଳେ ଘଟଣା ଉପରୁ ପର୍ଦ୍ଦା ହଟିଥିଲା । ଆଉ ଆଜି ରାଜ୍ୟ ସରକାର ଏ ନେଇ ଆଲର୍ଟ ହୋଇଯାଇଛନ୍ତି । ନୂଆପଡ଼ା ଜିଲ୍ଲାପାଳ ଓ ଏସ୍‌ପି ଡାକ୍ତରଖାନା ଯାଇ ଆହତ ଦାଦନ ଶ୍ରମିକ ଚମରୁ ପହରିଆଙ୍କୁ ଭେଟିଛନ୍ତି । ଘଟଣା ସଂପର୍କରେ ତାଙ୍କ ଠାରୁ ବୁଝିଛନ୍ତି  ।ଚମରୁ ପହରିଆଙ୍କୁ ଉତ୍ତମ ମାନର ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ନୂଆପଡ଼ା ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ବେଳେ ଘଟଣାର ତଦନ୍ତ ପାଇଁ ନାଗପୁର ଯିବେ ନୂଆପଡ଼ା ପୋଲିସର ଏକ ଟିମ୍‌ ।…

{"id":167059}

  ନୂଆପଡ଼ା କୋମନା ଥାନା ଟିକ୍ରାପଡ଼ା ଗାଁର ଦାଦନ ଶ୍ରମିକ ଚମରୁ ପହରିଆ ବିଲ୍ଡିଂ କାମ କରିବାକୁ ମହାରାଷ୍ଟ୍ରର ନାଗପୁର ଯାଇଥିଲେ ।ହେଲେ ସେଠାରେ ସବୁ ସୀମା ଟପିଯାଇଥିଲା ନିର୍ଯାତନା ।ପାରିଶ୍ରମିକ ମାଗିବାରୁ ଜଣେ ଦଲାଲ ଚମରୁଙ୍କ ଡାହାଣ ହାତର ୩ଟି ଏବଂ ଡାହାଣ ଗୋଡ଼ର ୫ଟି ଆଙ୍ଗୁଠି କାଟି ଦେଇଥିଲେ ।ଏହାପରେ ନାଗପୁରରେ ଏକ ରେଳ ଧାରଣା ନିକଟରେ ତାଙ୍କୁ ଫିଙ୍ଗିଦେଇଥିଲେ ଦାଦନ ଦଲାଲ । ତେବେ ସେଠାକାର ରେଳବାଇ ପୋଲିସ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ସାମାନ୍ୟ ସୁସ୍ଥ ହେବାପରେ ତାଙ୍କୁ ନୂଆପଡ଼ା ପଠାଇ ଦିଆଯାଇଥିଲା । ଚମରୁ ପହରିଆ ଗତକାଲି ନୂଆପଡ଼ା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଥିବା ବେଳେ ଘଟଣା ଉପରୁ ପର୍ଦ୍ଦା ହଟିଥିଲା ।…

ରାଜ୍ୟରେ ଦାଦନ ସମସ୍ୟା ଉତ୍କଟ ଥିବା ବେଳେ ଅନେକ ସମୟରେ ଦାଦନ ନିର୍ଯାତନାର କରୁଣ ଘଟଣା ସାମ୍ନାକୁ ଆସୁଛି । ଚମରୁ ପହରିଆଙ୍କୁ ନ୍ୟାୟ ଦେବା ସହିତ ତାଙ୍କ ପରିବାର ପୋଷଣ ବ୍ୟବସ୍ଥା କରିବା ଲାଗି ଦାବି ହେଉଛି।  …

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.