ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ହଜିଗଲା ମାନବିକତା, ଦିବ୍ୟାଙ୍ଗ ନବଜାତକକୁ ବୁଦା ମୂଳେ ଫିଙ୍ଗିଦେଲେ ପିତା-ମାତା

24/05/2022 at 3:05 PM

ସୋର ୨୪।୦୫: ହଜିଗଲା ମାନବିକତା । ଦିବ୍ୟାଙ୍ଗ ନବଜାତକକୁ ବୁଦା ମୂଳେ ଫିଙ୍ଗିଦେଲେ ଜନ୍ମଦାତା। ନବଜାତକର କାନ୍ଦ ଶୁଣି ଉଦ୍ଧାର କଲେ ସ୍ଥାନୀୟ ଲୋକେ। ବାଲେଶ୍ଵର ଜିଲ୍ଲା ସୋର ପୌରପାଳିକା ମୋବାରକପୁର ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ଖବର ଅନୁଯାୟୀ, ସୋର ପୌରପାଳିକା ମୋବାରକପୁର ଗାଁର ବାସନ୍ତୀ ବିନ୍ଧାଣି ହାଣ୍ଡିଆ ବିକ୍ରି କରୁଥିବା ବେଳେ ଜଣେ ନବଜାତକର କାନ୍ଦ ଶୁଣିଥିଲେ। ଆଖପାଖରେ ଖୋଜାଖୋଜି କରିବାରୁ ନିଛାଟିଆ ରେଳଲାଇନ କଣ୍ଟା ବୁଦା ମୂଳରୁ ଏକ ଦିବ୍ୟାଙ୍ଗ ନବଜାତକ ଶିଶୁ ଉଦ୍ଧାର ହୋଇଛି। ନବଜାତ ଦିବ୍ୟାଙ୍ଗ ଶିଶୁର ଦୁଇଟି ଗୋଡ଼ ଓ ଗୋଟିଏ ହାତ ନାହିଁ। ଶିଶୁଟିକୁ ଉଦ୍ଧାର କରି ବାସନ୍ତୀ ନିଜ ପାଖରେ ରଖିଛନ୍ତି। ନବଜାତ ଶିଶୁକୁ ଜିଲ୍ଲା ଶିଶୁ ସୁରକ୍ଷା ସମିତି ଉଦ୍ଧାର କରି ସୁରକ୍ଷିତ ରଖିବାକୁ ସ୍ଥାନୀୟ ପରିଷଦ ରାଜେନ୍ଦ୍ର ମହାନ୍ତି ଦାବି କରିଛନ୍ତି।

   Related Posts