ଘରୁ ଆଗରୁ ଅପହରଣ କରି ଭଡ଼ା ଘରେ ଦୁଷ୍କର୍ମ ! କୌଶଳ କ୍ରମେ ଖସିଆସିଲେ ଯୁବତୀ
20/12/2022 at 10:43 AM

ସୋର ୨୦।୧୨ : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ତାଳପାଢି ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା । ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଘରୁ ଟେକି ନେଇ ଭଡ଼ା ଘରେ ଦୁଷ୍କର୍ମ କରିଥିବା ଅଭିଯୋଗ । ଏନେଇ ସୋର ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣାର ଛାନ୍ଭିନ୍ ଆରମ୍ଭ କରିଛି ।
ଖବର ଅନୁଯାୟୀ, ମୁଳିସିଂ ଅଞ୍ଚଳର ରଞିତ୍ ସିଂ ଓ ତାଳପାଢି ଅଞ୍ଚଳର ରାଜେଶ ରାଉତ ଜଣେ ଯୁବତୀଙ୍କୁ ଜରୁରୀ କଥା କହିବାକୁ ଫୋନ କରି ଡାକିଥିଲେ । ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଏକ କାରରେ ଟେକି ନେଇ ପ୍ରଥମେ ଖନ୍ତାପଡାରେ ଏକ ଭଡା ଘରେ ରଖି ଦୁଷ୍କର୍ମ କରିଥିଲେ । ସେଠାରୁ ଭଦ୍ରକ ରାଣିତାଲରେ ଏକ ଭଡା ରଖିବା ସହ ଜୋର୍ ଜବରଦସ୍ତି ତାରିଣି ମନ୍ଦିରରେ ରଞିତ୍ ବିବାହ କରିଥିଲେ । ପରେ ଯୁବତୀ ଜଣକୁ ହାତ ଗୋଡ ବାନ୍ଧି ବାରମ୍ବାର ଦୁଷ୍କର୍ମ କରିଥିଲେ । କୌଶଳ କ୍ରମେ ଯୁବତୀ ଜଣକ ସେଠାରୁ ଖସି ଆସି ନିଜ ପରିବାର ଲୋକଙ୍କୁ ଘଟଣା ସଂପର୍କରେ ସମସ୍ତ କଥା ଜଣାଇଥିଲେ । ପରେ ପରିବାର ଲୋକେ ସୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୋର ପୋଲିସ ଘଟଣାର ତଦନ୍ତ କରୁଛନ୍ତି ।