ସଉଦା ନେଇ ଘରକୁ ଫେରୁଥିଲେ, ଅଧାରାସ୍ତାରେ ହାଣିଲେ ଦୁର୍ବୃତ୍ତ
29/12/2022 at 9:32 AM

ସୋର ୨୯।୧୨ : ଯୁବକଙ୍କ ମୋବାଇଲ୍ ଛଡ଼ାଇ ନେଇ ହାଣିଲେ ଦୃବୁର୍ତ୍ତ। ଏହାସହିତ ବାଇକ୍ ରେ ନିଆଁ ଲଗାଇଦେଲେ। ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅଞ୍ଚଳରୁ ଆସିଛି ଏପରି ଘଟଣା ।
ଖବର ଅନୁଯାୟୀ, ଖନ୍ତାପଡ଼ା ଥାନା ବାଲିଚଉଁରୀ ଗାଁର ମୁରଲୀଧର ମଲ୍ଲିକ ବଜାରରୁ ସଉଦା ନେଇ ଫେରୁଥିବା ବେଳେ ୩ ଜଣ ଯୁବକ ଏକ ବାଇକ୍ ରେ ଆସି ତାଙ୍କ ମୋବାଇଲ ଛଡାଇ ନେବା ସହିତ ଖଣ୍ଡାରେ ଆକ୍ରମଣ କରିଥିଲେ। ଦୃବୁର୍ତ୍ତଙ୍କ ଖଣ୍ଡା ଆକ୍ରମଣରେ ଲକ୍ଷ୍ମୀଧରଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି। ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଲୋକେ ଜମା ହୋଇଯିବା ପରେ ଦୁର୍ବୃତ୍ତ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।