ଆଶ୍ଚର୍ଯ୍ୟ ଲାଗିଲେ ବି ସତ ; ୪ ଦିନ ହେଲାଣି ଥାନାରେ ୪ଟି କୁକୁଡ଼ା ଅଟକ
28/12/2022 at 9:24 AM

ସୋର ୨୮।୧୨ : ୪ ଦିନ ହେଲାଣି ଥାନାରେ ୪ଟି କୁକୁଡ଼ା ଅଟକ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏପରି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ସିମୁଳିଆ ଥାନାରେ।

ଖବର ଅନୁଯାୟୀ, ଗତ ୨୫ ତାରିଖ ବଡ଼ଦିନରେ ସିମୁଳିଆ ଥାନା ମୁରୁଣା ବଜାରରେ କୁକୁଡ଼ା ଲଢେଇ ଚାଲିଥିବା ବେଳେ ଚଢ଼ାଉ କରି ୪ଟି କୁକୁଡ଼ା ଜବତ କରିଥିଲା ସିମୁଳିଆ ଥାନା ପୋଲିସ। ପୋଲିସ ଏହି ଘଟଣାରେ ସଂପୃକ୍ତ ୪ ଜଣ ଯୁବକଙ୍କୁ ଅଟକ ରଖିବା ପରେ ଛାଡ଼ି ଦେଇଛି।

ତେବେ ଜବତ କୁକୁଡ଼ା ଗୋଡ଼ରେ ଛୁରୀ ବନ୍ଧାଯାଇ ଲଢେଇରେ ଲଗାଯାଇଥିଲା କି ନାହିଁ ତାହାର ତଦନ୍ତ କରୁଛି ପୋଲିସ। ଏଥିପାଇଁ ପ୍ରାଣୀ ଚିକିତ୍ସିକଙ୍କ ସହାୟତା ମଧ୍ୟ ନିଆଯାଇଛି। ହେଲେ ଏହି କୁକୁଡ଼ା ୪ଟିକୁ ଲଢେଇରେ ଲଗାଯାଇଥିଲା କି ନାହିଁ ତାହା ଜାଣିବା ପାଇଁ ପୋଲିସ ତଦନ୍ତ କରୁଛି। ଏହିସବୁ ପ୍ରକ୍ରିୟାରେ ପୋଲିସ ମଧ୍ୟ ପ୍ରାୟ ୫ ହଜାର ଟଙ୍କା ଖର୍ଚ୍ଚ କରିଥିବା କୁହାଯାଉଛି।