ବନ୍ଧୁତ୍ବରେ କଳଙ୍କ : ଦୁଇ ମାସ ତଳେ ସ୍ତ୍ରୀକୁ ନେଇ ଥିଲେ ଫେରାର, ଏବେ ହାବୁଡେ ପଡି ଖାଇଲେ ଛେଚା

Published By : Prameya-News7 Bureau | December 27, 2022 IST

ସୋର ୨୭।୧୨ : ବନ୍ଧୁତ୍ବରେ କଳଙ୍କ ।  ବନ୍ଧୁଙ୍କ ପତ୍ନୀକୁ ନେବା ପଡିଲା ମହାଙ୍ଗା l ବନ୍ଧୁଙ୍କ ସ୍ତ୍ରୀକୁ ନେଇ ଫେରାର୍ ଥିବା ବନ୍ଧୁକୁ ଧରି ହାତ ଗୋଡ ବାନ୍ଧି ରାସ୍ତାରେ ଘୋଷାରି ଘୋଷାରି ନିର୍ଦ୍ଦୁମ୍‌ ଛେଚିଲେ । ଏହାସହ ଅଟୋ ରିକ୍ସାରେ ବାନ୍ଧି ଥାନାକୁ ନେଇଛନ୍ତି  । ବାଲେଶ୍ବର ଜିଲ୍ଲା ସୋର ଆଞ୍ଚଳରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । 

ଖବର ଅନୁଯାୟୀ,ଖନ୍ତାପଡା ଥାନା ବଡଗାଁ ଅଞ୍ଚଳର ସୁଧାକର ମଳିକ ସେହି ଅଞ୍ଚଳର ନିଜ ବନ୍ଧୁ ସୌମରଞନ ମଲିକଙ୍କ ସ୍ତ୍ରୀକୁ ନେଇ ଗତ ଦୁଇ ମାସ ତଳେ ଫେରାର ହୋଇଥିଲା l ସୋର ବରଖୁଡିରେ ସୁଧାକର ଓ ସୌମ୍ୟରଞ୍ଜନ ସ୍ତ୍ରୀ ସହ ଘର ଭଡା ନେଇ ରହୁଥିଲା l ଆଜି ଉଭୟ ବାଙ୍ଗାଲୁରୁ ଯିବାକୁ ପ୍ରସ୍ତୁତ ହେଉଥିଲେ l  କୌଣସି ସୁତ୍ରରୁ ଖବର ପାଇ ସ୍ବlମୀ ସୌମ୍ୟରଞନ ସୋର  ବଡଖୁରିସ୍ଥ ଏକ ଭଡା ଘରୁ ବନ୍ଧୁ ସୁଧାକରର ଓ ସ୍ତ୍ରୀକୁ ଧରିଥିଲା l ସୁଧାକର ସୌମ୍ୟରଞ୍ଜନର ହାତକୁ ବାନ୍ଧି ରାସ୍ତାରେ ଘୋଷାରି ଅଟୋରେ ବାନ୍ଧି ନିର୍ଦ୍ଦୁମ୍‌ ଛେଚି ଖନ୍ତାପଡା ଥାନାକୁ ନେଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.