ସୋର ମ୍ୟୁନିସିପାଲଟିର ଅଡଙ୍ଗବଜାର ୭ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
17/08/2020 at 9:42 AM

ସୋର ୧୭।୮: ବାଲେଶ୍ବର ଜିଲ୍ଲା ସୋର ପୌରପାଳିକା ୮ନଂ ଓ୍ବାର୍ଡ ଅଡଙ୍ଗବଜାରକୁ ସଟ୍ ଡାଉନ୍ ଘୋଷଣା କଲା ଜିଲ୍ଲା ପ୍ରଶାସନ । ସଟ୍ ଡାଉନ, ଲକ୍ ଡାଉନ୍ ସତ୍ତ୍ବେ କିଛି ଅମାନିଆଙ୍କ ପାଇଁ ଆଜି ସୋର ପୌରପାଳିକାରେ କରୋନା ପଜିଟିଭ୍ ବଢିଚାଲିଛି । ସୋର ପୌରପାଳିକାରେ ଜଣେ ଚାଓମିନ୍ ଦୋକାନୀ ଓ ତାଙ୍କ ସ୍ତ୍ରୀ ପଜିଟିଭ୍ ଚିହ୍ନଟ ପରେ ପ୍ରଶାସନର ନିଦ ହଜାଇ ଦେଇଥିଲା ।

ତେବେ ମ୍ୟୁନିସିପାଲଟି ଅଞ୍ଚଳରୁ ସ୍ବାବ୍ ଟେଷ୍ଟ କରିବା ପରେ ୧୧ ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ସୋର ପୌରପାଳିକା ନିର୍ବାହୀ ଅଧିକାରୀ ଅଡଙ୍ଗବଜାରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ପାଇଁ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ । ଏହାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଅଡଙ୍ଗବଜାରର ହାଟସାହିକୁ ସଂଯୋଗ କରୁଥିବା ୭ଟି ରାସ୍ତାକୁ ସିଲ୍ କରିବା ସହ ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି ।
Related Posts
ବିପଦ ସଂକେତ ଉପରେ ବଂଶଧାରା ନଦୀର ଜଳସ୍ତର, ଏକର ଏକର ଚାଷ ଜମି ଜଳମଗ୍ନ
15 August 2022
ତେଲେଙ୍ଗିରି ଡ୍ୟାମ୍ର ଜଳସ୍ତର ବୃଦ୍ଧି, ଖୋଲିଲା ଗୋଟିଏ ଗେଟ୍
15 August 2022