ସବ୍ଜେଲରୁ କଏଦୀ ଫେରାର, ପାଚେରୀ ଡେଇଁ ଚମ୍ପଟ ମାରିଲେ ସତ୍ୟଜିତ୍
6/02/2023 at 1:39 PM

ସୋର ୦୬।୦୨ : ସବ୍ଜେଲ୍ରୁ ଜଣେ ବିଚାରଧୀନ କଏଦୀ ଫେରାର । ବାଲେଶ୍ୱର ଜିଲ୍ଲା ସୋର ସବ୍ଜେଲ୍ରୁ ଫେରାର ହୋଇଯାଇଛନ୍ତି କଏଦୀ ସତ୍ୟଜିତ ମଲ୍ଲିକ । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।

ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ବିଦେଇପୁର ସତ୍ୟଜିତ ମଲ୍ଲିକ ଗତ କିଛିଦିନ ଧରି ଭଦ୍ରକ ଜେଲରୁ ସୋର ଜେଲକୁ ଆସିଥିଲା l ଅଭିଯୁକ୍ତ ସତ୍ୟଜିତ ରବିବାର ସନ୍ଧ୍ୟା ୫ ଟା ୩୦ ମିନିଟରେ ସୋର ସବ ଜେଲରୁ ପାଚେରୀ ଡେଇଁ ଫେରାର ହୋଇଯାଇଛି l ସବ ଜେଲ କର୍ମଚାରୀ ଗତ ରାତି ସାରା ବିଭିନ୍ନ ସ୍ଥାନରେ ଖୋଜି ସତ୍ୟଜିତକୁ ନପାଇ ନିରାଶ ହୋଇଛନ୍ତି ।

ଏନେଇ ସୋର ସବ ଜେଲର ବୈଲୋଚନ ଦାସ ସୋର ଥାନରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି l ଭଦ୍ରକ ଜିଲ୍ଳା କସିଆ ଥାନl ଅଞ୍ଚଳରୁ ଚୋରୀ ଅଭିଯୋଗରେ ବିଚାରଧୀନ କଏଦୀ ଭାବେ ସୋର ସବ ଜେଲରେ କଏଦୀ ଭାବେ ରହିଥିଲା ।