ହୁତ୍ ହୁତ୍ ଜଳୁଛି ଦେବଗିରି ପାହାଡ଼, ଜନବସତି ମୁହାଁ ବନ୍ୟଜନ୍ତୁ
12/03/2023 at 7:48 AM

ସୋର ୧୨।୦୩ : ହୁତ୍ ହୁତ୍ ହୋଇ ଜଳୁଛି ଦେବଗିରି ପାହାଡ଼ l ବାଲେଶ୍ବର ଜିଲ୍ଲା ସୋର ଦେବଗିରି ପାହାଡ଼ରେ ଲାଗିଛି ନିଆଁ l ବନ ବିଭାଗ ନିଆଁ ଆୟତ୍ତ କରିବାରେ ବିଫଳ ହୋଇଛି l
ଖବର ଅନୁଯାୟୀ, ଗତ ୧୦ଦିନ ଧରି ବାଲେଶ୍ୱର ଜିଲ୍ଲା ସୋର ଦେବଗିରି ପାହାଡ଼ରେ ଲାଗିଛି ନିଆଁ । ଦିନ ରାତି ଜଙ୍ଗଲ ଜଳୁଥିବାରୁ ଧୂଆଁ ଓ ନିଆଁ ଯୋଗୁଁ ବନ୍ୟଜନ୍ତୁ ଏବେ ଅସୁରକ୍ଷିତ l ପାହଡ଼ ପାଦ ଦେଶରେ ଥିବା ଜନବସତିକୁ ପଶି ଆସୁଛନ୍ତି ବନ୍ୟଜନ୍ତୁ। ସ୍ଥାନୀୟ ଲୋକେ ତୁରନ୍ତ ପାହାଡ଼ ନିଆଁକୁ ଆୟତ୍ତ କରିବାବୁ ଜଙ୍ଗଲ ବିଭାଗ ନିକଟରେ ଦାବି କରିଛନ୍ତି ।