ଜମିଜମା ବିବାଦକୁ କେନ୍ଦ୍ରକରି ଆକ୍ରମଣ, ପୁତୁରାର ଆକ୍ରମଣରେ ଖୁଡୀ ଓ ଭାଇ ଗୁରୁତର
9/03/2023 at 12:18 PM

ଜଳେଶ୍ବର ୯।୩: ଜମିଜମା ବିବାଦକୁ କେନ୍ଦ୍ରକରି ପୁତୁରା ଆକ୍ରମଣରେ ଖୁଡୀ ଓ ଭାଇ ଗୁରୁତର ହୋଇଛନ୍ତି । ଏ ନେଇ ଥାନାରେ ଅଭିଯୋଗ ହୋଇଛି ।
ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଧୁବାଚକୁରି ଗ୍ରାମରେ ଗୁରୁବାର ସକାଳ ସମୟରେ ଜମିଜମାକୁ ନେଇ ବନ୍ଧୁଙ୍କ ସହ କାହ୍ନୁ ଚରଣଙ୍କ ପରିବାର କୌଣସି କଥା ଆଲୋଚନା ହୋଉଥିଲା ବେଳେ ଖୁଡୀ ଉଷାବତୀ କାମିଳା ପ୍ରତିବାଦ କରିଥିଲେ । ଫଳରେ ପୁତୁରା କାହ୍ନୁ ଚରଣ ଉତକ୍ଷିପ୍ତ ହୋଇ ଖୁଡୀକୁ ଆକ୍ରମଣ କରିଥିଲା । ଉଷାବତୀଙ୍କ ଚିତ୍କାର ଶୁଣି ପୁଅ ମା’କୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ଆକ୍ରମଣର ଶୀକାର ହୋଇଥିଲା । କାହ୍ନୁଙ୍କ ଆକ୍ରମଣରେ ଉଭୟ ମା’-ପୁଅ ଗୁରୁତର ହୋଇଥିବା ବେଳେ ନ୍ୟାୟ ପାଇଁ ବସ୍ତା ଥାନାର ଦ୍ବାରସ୍ଥ ହୋଇଛନ୍ତି । ପୋଲିସ ଅଭିଯୋଗ ପାଇଁ ତଦନ୍ତ ଜାରି ରଖିଛି ।