ଗଜପତି କଣ୍ଟେଇକୋଳି ଗାଁରେ ପୂଜାପାଠ ବେଳେ ଗୁଣିଆକୁ ଅଟକ ରଖିଲା ପୋଲିସ
3/11/2018 at 12:05 PM

ଗଜପତି ୩|୧୧: ଗଜପତି ଜିଲ୍ଲା ମୋହନା ଥାନା କଣ୍ଟେଇକୋଳି ଗାଁରେ ପୂଜାପାଠ ବେଳେ ଗୁଣିଆକୁ ଅଟକ ରଖିଛି ପୋଲିସ । ଗୁଣିଆ ଜଣକ ହେଲେ ପୋଡାମାରିର ପରମାନନ୍ଦ ପରିଛା । କଣ୍ଟେଇକୋଳି ଗାଁରେ କତ କିଛିଦିନ ହେଲା ଛୋଟ ପିଲାଙ୍କ ଦେହ ଖରାପ ହୋଇଯାଇଛି । ଗତ ୩୧ ତାରିଖ ଦିନ ଗାଁର ୧୮ ବର୍ଷିୟ ଯୁବକ ରଂଜନ ମଲ୍ଲିକର କୌଣସି କାରଣରୁ ମୃତ୍ୟୁ ଘଟିଥିଲା । ଏଣୁ ଗୁଣିଆ ପରମାନନ୍ଦକୁ ଡାକି ପୂଜାପାଠ କରୁଥିଲେ ଗ୍ରାମବାସୀ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚି ଗୁଣିଆକୁ ଅଟକ ରଖି ପଚରାଉଚୁରା କରୁଛି । ତେବେ ଏହି ସମୟରେ ଗ୍ରାମବାସୀ ପୋଲିସକୁ ଛାଡିନଥିଲେ । ଧସ୍ତାଧସ୍ତି ପରିସ୍ଥିତି ହୋଇଥିବା ଦେଖିବାକୁ ମିଳିଛି ।
Related Posts
ଭଦ୍ରକରେ ପୋଲ ତଳକୁ ଓଲଟିଲା ଟ୍ରକ୍, ୩ଜଣ ଗୁରୁତର
31 January 2023
ବ୍ୟାଙ୍କ ଲୁଟ୍ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ, ରିମାଣ୍ଡରେ ନେଲା ପୋଲିସ
31 January 2023
ଆମ୍ବୁଲାନ୍ସକୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୫ ଯାତ୍ରୀ
31 January 2023