ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିମାଡ଼, ହତ୍ୟାକାରୀ ଥାନାରେ ଅଟକ

Published By : Prameya-News7 Bureau | January 24, 2022 IST

ପୁରୁଷୋତ୍ତମପୁର, ୨୪/୦୨: ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକ ଅଧୀନସ୍ଥ ରାମ୍ପୁଡି ଗ୍ରାମରେ ଗୁଳିକରି ହତ୍ୟା । ମୃତକ ଜଣକ ହେଲେ କାର୍ତ୍ତୀକେଶ୍ୱର ଶବର (ବୟସ ଅନୁମାନିକ ୪୦ ବର୍ଷ) । ଘଟଣାଟି ଗତ ରାତି ୭ଟା ସମୟରେ ଘଟିଥିବା ଜଣାପଡ଼ିଛି । ରାମ୍ପୁଡିଗ୍ରାମର ଲଡୁ ଶବର ଏବଂ କାର୍ତ୍ତୀକେଶ୍ୱରଙ୍କ  ମଧ୍ୟରେ ପୂର୍ବରୁ ଶତ୍ରୁତା ରହିଥିଲା । ଯାହାକୁ ନେଇ ଘର ବାରିପଟରେ ଲୁଚି ଲୁଚି ଆସି ଲଡୁଶବର, କାର୍ତ୍ତୀକେଶ୍ୱରକୁ ଗୁଳି କରି ହତ୍ୟା କରିଛି ।

ତେବେ ଗୁଳିମାଡ଼ରେ କାର୍ତ୍ତୀକେଶ୍ୱରର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ହତ୍ୟାକାରୀ ଲଡୁଶବର ପୋଲସରା ଥାନାରେ ଏବେ ଅଟକ ଥିବା ବେଲେ ଘଟଣା ସ୍ଥଳରେ ପୋଲସରା ପୋଲିସ୍ ଏବଂ ସାଈଣ୍ଟିଫିକ୍ ଟୀମ ପହଞ୍ଚି ଘଟଣାର ତଦନ୍ତ ଚାଳାଇଛି । ପୋଲିସର ତଦନ୍ତ ପରେ ଘଟଣାର ସତ୍ୟତା ପଦାକୁ ଆସିବ ବୋଲି ପୋଲିସ୍ କହିଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.