କରୋନା ପ୍ରଭାବ : ଘୁଞ୍ଚିଲା ଅକ୍ଷୟ କୁମାରଙ୍କ ଫିଲ୍ମ 'ସୂର୍ଯ୍ୟବଂଶୀ'ର ରିଲିଜ ଡେଟ, କ୍ୟାନସେଲ ହେଲା 'ରାଧେ'ର ସୁଟିଂ

Published By : Prameya-News7 Bureau | March 13, 2020 IST

ମୁମ୍ବାଇ ୧୩/୦୩ : କରୋନା ସଂକ୍ରମଣକୁ ମହାମାରୀ ଘୋଷଣା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ | କରୋନା ପାଇଁ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟ ସଙ୍କଟ ଦେଇ ଗତି କରୁଛି | କିଛି ହଲିଉଡ଼ ଫିଲ୍ମ ନିର୍ମାତା ମଧ୍ୟ ନିଜ ନିଜ ଫିଲ୍ମର ସୁଟିଂ କ୍ୟାନସେଲ କରି ଦେଇଛନ୍ତି | ସୁଟିଂ ସରିଥିବା କିଛି ଫିଲ୍ମର ରିଲିଜ ତାରିଖ ମଧ୍ୟ ଘୁଞ୍ଚେଇ ଦିଆଯାଇଛି | ଅକ୍ଷୟ କୁମାରଙ୍କ ବଲିଉଡ ଫିଲ୍ମ 'ସୂର୍ଯ୍ୟବଂଶୀ'ର ମଧ୍ୟ ରିଲିଜ ତାରିଖ ଘୁଞ୍ଚେଇ ଦିଆଯାଇଛି | ସଲମାନ ଖାନ ନିଜ ଫିଲ୍ମ 'ରାଧେ'ର ସୁଟିଂ ମଧ୍ୟ ବନ୍ଦ କରି ଦେଇଛନ୍ତି | 

ଅକ୍ଷୟ କୁମାରଙ୍କ ଫିଲ୍ମ 'ସୂର୍ଯ୍ୟବଂଶୀ' ଆସନ୍ତା ୨୪ ତାରିଖରେ ରିଲିଜ ହେବାକୁ ଥିଲା | କିନ୍ତୁ ଗତକାଲି ଫିଲ୍ମ ନିର୍ଦେଶକ ଘୋଷଣା କରିଛନ୍ତି ଯେ, ଫିଲ୍ମର ରିଲିଜ ତାରିଖ ଘୁଞ୍ଚେଇ ଦିଆଯାଇଛି | କରୋନା ସଂକ୍ରମଣ ଯୋଗୁଁ ବିଭିନ୍ନ ସହରରେ ସିନେମା ହଲଗୁଡିକୁ ବନ୍ଦ କରିଦିଆଯାଇଛି | ଯେଉଁଥିପାଇଁ ବକ୍ସ ଅଫିସ ସଙ୍କଟରେ ପଡିଯାଇଛି |

ଫିଲ୍ମର ରିଲିଜ ତାରିଖ ଘୁଂଚିଯିବ ପରେ ଅକ୍ଷୟ କୁମାର ନିଜ ଭାବନା ପ୍ରକାଶ କରିଛନ୍ତି | ସେ କହିଛନ୍ତି, ବର୍ଷେ କଠିନ ପରିଶ୍ରମ କରି ସେ ଜନତାଙ୍କ ପାଇଁ ଫିଲ୍ମ ପ୍ରସ୍ତୁତ କରିଛନ୍ତି ଏବଂ ଫିଲ୍ମର ରିଲିଜକୁ ସେ ବହୁତ ଖୁସି ଥିଲେ କିନ୍ତୁ କରୋନା ସଂକ୍ରମଣ ଯୋଗୁଁ ଫିଲ୍ମ ତାରିଖ ଘୁଞ୍ଚାଇ ଦିଆଯାଇଛି | ଜନତାଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ରିଲିଜ ତାରିଖ ଘୁଞ୍ଚାଇବା ପାଇଁ ନିର୍ମାତା ନିଷ୍ପତ୍ତି ନେଇଥିଲେ | ପରିସ୍ଥିତି ସୁଧୁରିବା ପରେ ଫିଲ୍ମ ରିଲିଜ ହେବ ବୋଲି କହିଛନ୍ତି ଅକ୍ଷୟ | 'ସୂର୍ଯ୍ୟବଂଶୀ' ଟିମ ତରଫରୁ ସେ ଜନତାଙ୍କୁ ସୁସ୍ଥ ଏବଂ ରହିବା ପାଇଁ ପରାମର୍ଶ ଦେଇଛନ୍ତି |

{"id":237648,"sizeSlug":"large"}

ସଲମାନ ଖାନ ନିଜ ଫିଲ୍ମ 'ରାଧେ'ର ସୁଟିଂରେ ବ୍ୟସ୍ତ ଅଛନ୍ତି | କିନ୍ତୁ ଅନ୍ୟ ଦେଶରେ ହେବାକୁ ଥିବା ସୁଟିଂ ସିଡ୍ୟୁଲ ସେ କ୍ୟାନସେଲ କରିଦେଇଛନ୍ତି | ସଲମାନ ଏବଂ ଦିଶାଙ୍କ ଏହି ଫିଲ୍ମର ଏକ ଗୀତ ବାକୁରେ ସୁଟିଂ ହେବାକୁ ଥିଲା କିନ୍ତୁ କରୋନା ଯୋଗୁଁ ଏହି ସୁଟିଂ କ୍ୟାନସେଲ ହେଇଯାଇଛି | ଫିଲ୍ମର ନିର୍ଦେଶନା ଦେଇଛନ୍ତି ପ୍ରଭୁଦେବା | ଫିଲ୍ମଟି ଚଳିତ ବର୍ଷ ଇଦରେ ରିଲିଜ ହେବାକୁ ଯାଉଛି |

କରନ ଜୋହରଙ୍କ 'ତଖ୍ତ'ର ସୁଟିଂ ମଧ୍ୟ କରୋନା ପାଇଁ କ୍ୟାନସେଲ ହୋଇଛି | ଫିଲ୍ମର କିଛି ସିଂ ଜୟପୁର ଏବଂ ଜୈସଲମେରରେ ସୁଟିଂ ହେବାକୁ ଥିଲା | ଫିଲ୍ମରେ ରଣବୀର ସିଂହ, ବିକି କୌଶଲ, କରିନା କପୁର, ଆଲିଆ ଭଟ୍ଟ ଜାହ୍ନବୀ କପୁର, ଭୂମି ପେଡେନେକର ଏବଂ ଅନିଲ କପୁର ଅଭିନୟ କରୁଛନ୍ତି |

କରୋନା ଯୋଗୁଁ ରିତୀକ ରୋଶନଙ୍କ ଆମେରିକା ଗସ୍ତ ମଧ୍ୟ ବାତିଲ ହୋଇଛି | ଆସନ୍ତା ଏପ୍ରିଲ ମାସରେ ୯ ଦିନ ପାଇଁ ରିତୀକଙ୍କୁ ଆମେରିକା ଯିବାରଥିଲା | କିନ୍ତୁ କରୋନା ପାଇଁ ସେ ନିଜର ଆମେରିକା ଗସ୍ତ ମଧ୍ୟ କ୍ୟାନସେଲ କରିଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.