ଅନଲାଇନ୍ ପାଠପଢାରେ ପିଲାମାନଙ୍କର ହେଉଛି ନେଟୱାର୍କ ପ୍ରୋବ୍ଲେମ୍: ମୋବାଇଲ୍ ଟାୱାର୍ ଲଗାଇବାକୁ ଘୋଷଣା କଲେ ସୋନୁ ସୁଦ

Published By : Prameya-News7 Bureau | June 30, 2021 IST

ନୂଆଦିଲ୍ଲୀ ୩୦/୦୬: ବଲିଉଡ ଅଭିନେତା ସୋନୁ ସୁଦ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାରେ ବ୍ୟସ୍ତ ଅଛନ୍ତି। ଯେଉଁମାନେ ସାହାଯ୍ୟ ମାଗିବାକୁ ଅଭିନେତାଙ୍କ ନିକଟକୁ ଆସିଥାନ୍ତି ସେମାନେ କେବେ ନିରାଶ ହୁଅନ୍ତି ନାହିଁ । ତାଙ୍କର ଉତ୍ତମ କାର୍ଯ୍ୟ ହେତୁ ଲୋକମାନେ ତାଙ୍କୁ ଦେବଦୂତ ବୋଲି ଭାବୁଛନ୍ତି । ପିଲାମାନଙ୍କ ଶିକ୍ଷାରେ କୌଣସି ଅସୁବିଧା ନହେବା ପାଇଁ ଅଭିନେତା ମଧ୍ୟ ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି । କରୋନା ମହାମାରୀ ହେତୁ ପିଲାମାନେ ଅନଲାଇନରେ ଅଧ୍ୟୟନ କରୁଛନ୍ତି। କିନ୍ତୁ, କେତେକ ସ୍ଥାନରେ ନେଟୱାର୍କ ସମସ୍ୟା ହେତୁ ପିଲାମାନେ ପଢିବାକୁ ସକ୍ଷମ ହୋଇପାରୁ ନାହାଁନ୍ତି । ଏହା ଜାଣି ଅଭିନେତା ଏକ ମୋବାଇଲ୍ ଟାୱାର ସ୍ଥାପନ କରିବାକୁ ଘୋଷଣା କରିଛନ୍ତି ।

{"width":698,"height":466}
PunjabKesari

ଏହି ମାମଲା ଉତ୍ତର କେରଳର ୱାୟାନାଡରୁ ଆସିଛି। ସରକାରୀ ତଥ୍ୟ ଅନୁଯାୟୀ, ଏହି ଜିଲ୍ଲାଟି ୭୪.୧୦ ପ୍ରତିଶତ ଜଙ୍ଗଲ ଅଟେ। ଏଠାରେ ସବୁଜ ଏବଂ ଶୁଦ୍ଧ ପରିବେଶ ରହିଛି । କିନ୍ତୁ, ଏଠାରେ ନେଟୱର୍କ ସଂଯୋଗର ସମସ୍ୟା ଦେଖାଯାଏ । ନେଟୱାର୍କ ଯୋଗୁଁ ପିଲାମାନଙ୍କ ପାଠପଢାରେ ସମସ୍ୟା ହେଉଥିବା ଖବର ଯେତେବେଳେ ସୋନୁ ସୁଦ ପାଇଲେ, ସେ ସେଠାରେ ଏକ ମୋବାଇଲ୍ ଟାୱାର ସ୍ଥାପନ କରିବାକୁ କହିଛନ୍ତି। ସୋନି ସୁଦ ମଧ୍ୟ ଏ ସମ୍ପର୍କରେ ଏକ ଟୁଇଟ୍ କରିଛନ୍ତି।

wp:html /wp:html

ଏହି ଟୁଇଟରେ ଅଭିନେତା ଲେଖିଛନ୍ତି, 'ପାଠପଢାରୁ କେହି ବଞ୍ଚିତ ହେବେ ନାହିଁ। @Itsgopikrishnan କେରଳର ୱାୟନାଡରେ ସମସ୍ତଙ୍କୁ କହୁଛି ଯେ ମୋବାଇଲ୍ ଟାୱାର ସ୍ଥାପନ ପାଇଁ ଆମେ ଏକ ଟିମ୍ ପଠାଉଛୁ । @Karan_Gilhotra ଆସନ୍ତୁ ନିଜର ସିଟ୍ ବେଲ୍ଟ ବାନ୍ଧନ୍ତୁ । ଆଉ ଏକ ମୋବାଇଲ୍ ଟାୱାର ସ୍ଥାପନ କରିବାର ସମୟ ଆସିଛି । ଅଭିନେତାଙ୍କ ଏହି ଟ୍ୱିଟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ସୋନୁ ସୁଦ ୱାର୍କଫ୍ରଣ୍ଟରେ ଖୁବ୍ ଶୀଘ୍ର ଫିଲ୍ମ 'ପୃଥ୍ୱୀରାଜ' ରେ ନଜର ଆସିବେ ।ଏହି ଫିଲ୍ମ ରିଲିଜ ହେବା ପୂର୍ବରୁ ଏହାର ନାମକୁ ନେଇ ବିବାଦ ମଧ୍ୟରେ ରହିଛି । ଏହି ଫିଲ୍ମରେ ସୋନୁ ସୁଦ ବ୍ୟତୀତ ଅକ୍ଷୟ କୁମାର, ସଞ୍ଜୟ ଦତ୍ତ ଏବଂ ମାନୁଷୀ ଛିଲର ନଜର ଆସିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.