ପିଲାଙ୍କ ଅନଲାଇନ୍ କ୍ଲାସ୍ ପାଇଁ ଗାଈ ବିକି ସ୍ମାର୍ଟ ଫୋନ୍ କିଣିଲେ ବାପା : ସାହାଯ୍ୟ ପାଇଁ ସେହି ବ୍ୟକ୍ତିଙ୍କ ଠିକଣା ଖୋଜୁଛନ୍ତି ସୋନୁ

Published By : Prameya-News7 Bureau | July 24, 2020 IST

ମୁମ୍ବାଇ ୨୪/୦୭ : କରୋନା ମହାମାରୀ ସମୟରେ ଅଭିନେତା ସୋନୁ ସୁଦ୍ ଗରିବ ଅଭାବୀଙ୍କ ପାଇଁ ଭଗବାନ ଭଳି ପ୍ରକଟ ହୋଇଛନ୍ତି | ଗରିବ ଅଭାବୀଙ୍କୁ ସାହାଯ୍ୟ କରିବାକୁ ସେ ଆଗେଇ ଆସିଛନ୍ତି | ଫିଲ୍ମରେ ଭିଲେନ୍ ଚରିତ୍ରରେ ଅଭିନୟ କରୁଥିବା ସୋନୁ ରିୟଲ୍ ଲାଇଫରେ ହିରୋ ସାଜି ଲୋକଙ୍କ ହୃଦୟ ଜିତିଛନ୍ତି | କରୋନା ସମୟରେ ସେ ଲଗାତାର ଶ୍ରମିକ ଓ ଅଭାବୀଙ୍କୁ ସାହାଯ୍ୟ କରୁଛନ୍ତି | ଲକଡାଉନ ସମୟରେ ହଜାର ହଜାର ଶ୍ରମିକଙ୍କୁ ସେମାନଙ୍କ ଘରକୁ ପଠାଇଛନ୍ତି | କେବଳ ସେତିକି ନୁହେଁ କରୋନା ଯୋଗୁଁ ଚାକିରୀ ହରାଇଥିବା ଲୋକଙ୍କ ସାହାଯ୍ୟ ପାଇଁ ଜବ ହଣ୍ଟ ଆପ ଲଞ୍ଚ କରିଛନ୍ତି | ସୋନୁଙ୍କ ମହାନତା ପାଇଁ ଲୋକେ ତାଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି | ବର୍ତ୍ତମାନ ସୋନୁ ସେହି ବ୍ୟକ୍ତିଙ୍କ ସାହାଯ୍ୟ ପାଇଁ ଆଗକୁ ଆସିଛନ୍ତି ଯିଏ ନିଜ ପିଲାଙ୍କ ଅନଲାଇନ୍ ପାଠ ପଢା ପାଇଁ ସ୍ମାର୍ଟ ଫୋନ କିଣିବାକୁ ନିଜ ଗାଈ ବିକ୍ରି କରିଦେଇଛନ୍ତି |

{"id":304728,"sizeSlug":"large"}

ନିକଟରେ ଜଣେ ବ୍ୟକ୍ତି ଟ୍ୱିଟରରେ ଏକ ଖବର ସେୟାର୍ କରିଥିଲେ | ଖବର ଥିଲା ଯେ ଜଣେ ବ୍ୟକ୍ତି ନିଜ ରୋଜଗାର ପନ୍ଥା, ନିଜର ଦୁଧିଆଳୀ ଗାଈ ବିକ୍ରି କରିଦେଇଛନ୍ତି | କରୋନା ପାଇଁ ସ୍କୁଲ କଲେଜ ବନ୍ଦ ରହିଛି | ପିଲାଙ୍କ ପାଠ ପଢା ପାଇଁ ସରକାର ଅନଲାଇନ୍ କ୍ଲାସ୍ କରିବାକୁ ଆଦେଶ ଦେଇଛନ୍ତି | କିନ୍ତୁ ଉକ୍ତ ବ୍ୟକ୍ତିଙ୍କ ପାଖରେ ସ୍ମାର୍ଟ ଫୋନ୍ ନଥିବାରୁ ପିଲାଙ୍କ ପାଠ ପଢା ହୋଇପାରୁନଥିଲା | ନିଜ ପିଲାଙ୍କ ଅନଲାଇନ୍ କ୍ଲାସ୍ ପାଇଁ ସ୍ମାର୍ଟ ଫୋନ୍ କିଣିବାକୁ ସେ ନିଜ ଗାଈ ବିକ୍ରି କରି ସ୍ମାର୍ଟ ଫୋନ୍ କିଣିଛନ୍ତି | ଖବରଟି ସୋନୁ ସୁଦଙ୍କ ପାଖରେ ପହଞ୍ଚିଲା | ଟ୍ୱିଟର ୟୁଜରଙ୍କ ଏହି ପୋଷ୍ଟକୁ ରିଟ୍ୱିଟ କରି ସୋନୁ ସୁଦ ଏହି ବ୍ୟକ୍ତିଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି | ଏଥିପାଇଁ ସୋନୁ ଲୋକଙ୍କୁ ସେହି ବ୍ୟକ୍ତିଙ୍କ ସମ୍ପୂର୍ଣ ଡାଟା ମାଗିଛନ୍ତି | ସୋନୁ ନିଜ ଟ୍ୱିଟରେ ଲେଖିଛନ୍ତି, 'ଆସନ୍ତୁ, ତାଙ୍କୁ ତାଙ୍କ ଗାଈ ଫେରାଇଦେବା | କିଏ ମୋତେ ତାଙ୍କ ଡିଟେଲ୍ ଦେବାରେ ସାହାଯ୍ୟ କରିବ କି ?'

wp:core-embed/twitter {"url":"https://twitter.com/SonuSood/status/1286233347862142976","type":"rich","providerNameSlug":"twitter","className":""}
https://twitter.com/SonuSood/status/1286233347862142976
/wp:core-embed/twitter

ସୂଚନାଯୋଗ୍ୟ ଯେ, ହିମାଚଳ ପ୍ରଦେଶ ଜ୍ବାଲାମୁଖୀ ଅନ୍ତର୍ଗତ ଗୁମର ଗାଁର ଏହି ଅଭାବୀ ଲୋକଟି ହେଲେ କୁଲଦୀପ୍ କୁମାର । ଗତ ମାର୍ଚ୍ଚରେ କରୋନା ଗାଇଡଲାଇନ୍ସ କାରଣରୁ ପିଲାଙ୍କ ସ୍କୁଲ ବନ୍ଦ ହେଲା । ତାପରେ ଅନଲାଇନ କ୍ଲାସ ଆରମ୍ଭ କରିଦେଲା ସ୍କୁଲ । କୁଲଦୀପଙ୍କ ଦୁଇ ସନ୍ତାନ ଯଥାକ୍ରମେ ଦ୍ୱିତୀୟ ଓ ଚତୁର୍ଥ ଶ୍ରେଣୀରେ ପଢନ୍ତି । ସ୍କୁଲ ପକ୍ଷରୁ ଅନଲାଇନ୍ ପାଠ ପଢା ଯୋଗୁଁ ପିଲାଙ୍କ ଲାଗି ଏକ ସ୍ମାର୍ଟ ଫୋନ୍‌ ନିହାତି ଦରକାର ହେଲା । ବିଚରା ଅଭାବୀ କୁଲଦୀପଙ୍କ ପାଖରେ ସେଥିପାଇଁ  ଟଙ୍କା ନଥିଲା ।

{"id":304729,"sizeSlug":"large"}

ଟଙ୍କା ଯୋଗାଡ ଲାଗି ବ୍ୟାଙ୍କ, ଘରୋଇ ଅର୍ଥ ଲଗାଣକାରୀ, ସମସ୍ତଙ୍କୁ ଋଣ ପାଇଁ ଅନୁରୋଧ କରି ବି କୁଲଦୀପ ନିରାଶ ହେଲେ । ତାଙ୍କର ଦୁର୍ବଳ ଆର୍ଥୀକ ସ୍ଥିତି ଲାଗି କେହି ଟଙ୍କା ଦେଲେନି । କୁଲଦୀପ ବାଧ୍ୟ ହେଲେ ତାଙ୍କର ରୋଜଗାରିଆ ଆଉ ଦୁଧିଆଳି ଗାଈ ଟିକୁ ବିକିବାକୁ । ମାତ୍ର ୬ ହଜାର ଟଙ୍କାରେ ଗାଈ ବିକିଲେ ଆଉ ଦୁଇ ପିଲାଙ୍କ ପାଠ ପଢା ଲାଗି  କିଣିଲେ ସ୍ମାର୍ଟ ଫୋନ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.