ଟ୍ରେନ୍ ଦୁର୍ଘଟଣାରେ ନେତାଙ୍କ ହୀନ ରାଜନୀତିକୁ ନିନ୍ଦା କଲେ ସୋନୁ ସୁଦ, ଏକ ନୂଆ ପଲିସି ଆଣିବାକୁ କଲେ ଅନୁରୋଧ

Published By : Prameya-News7 Bureau | June 03, 2023 IST

ନୂଆଦିଲ୍ଲୀ: ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଅଭିନେତା ତଥା ସମାଜସେବୀ ସୋନୁ ସୁଦ। ଏତେବଡ଼ ଦୁର୍ଘଟଣାକୁ ନେଇ ହେଉଥିବା ରାଜନୀତିକୁ ସେ ନିନ୍ଦା କରିବା ସହିତ ସରକାର କାମକୁ ପ୍ରଶଂସା କରିଛନ୍ତି। ତେବେ ଆହତଙ୍କୁ କ୍ଷତିପୂରଣ ଦେଲେ ଚଳିବ ନାହିଁ। ବରଂ ତାଙ୍କ ପାଇଁ ରୋଜଗାରର ମାଧ୍ୟମ ବାହାର କରିବାକୁ ସୋନୁ ସୁଦ ସରକାରଙ୍କୁ ନିବେଦନ କରିଛନ୍ତି।

ପଢ଼ନ୍ତୁ -ବାହାନଗା ଟ୍ରେନ ଟ୍ରାଜେଡି: ବଗିରୁ ଆଉ ୧୩ ମୃତଦେହ ଉଦ୍ଧାର, ମୃତ ସଂଖ୍ୟା ୩୦୦ ଟପିଲା !

ଆଜି(୩ ଜୁନ) ଟ୍ୱିଟରରେ ଏକ ଭିଡିଓ ଶେୟାର କରି ସୋନୁ କହିଛନ୍ତି ଯେ କାଲି ଓଡ଼ିଶାରେ ହୋଇଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ପୂରା ଦେଶ ଦୁଃଖରେ ବୁଡ଼ିଛି। ହେଲେ ଦୁଃଖର କଥା ହେଲା ସବୁ ରାଜନୈତିକ ଦଳ ପରସ୍ପର ଦୋଷ ଲଦୁଛନ୍ତି, ପରସ୍ପରକୁ ନିମ୍ନ କରିବାକୁ ଚେଷ୍ଟା କରୁଛନ୍ତି। କେହି ସେମାନଙ୍କ କଥା ଭାବୁ ନାହାନ୍ତି ଯେଉଁମାନଙ୍କର ରୋଜଗାର ବନ୍ଦ ହୋଇଗଲା।

ସୋନୁ ଆହୁରି କହିଛନ୍ତି ଯେ ଦୁର୍ଘଟଣାରେ ସରକାର ସହାୟତା ଦେବେ। ହେଲେ ତାହା କିଛିଦିନ ପରେ ସରିଯିବ। କିନ୍ତୁ ଯେଉଁ ପରିବାରର ଏକମାତ୍ର ରୋଜଗାରିଆ ଅକ୍ଷମ ହୋଇ ଗଲେ ସେମାନେ ସାରା ଜୀବନ କଣ କରିବେ ?। ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମିଶି ଭଲ କାମ କରିଛନ୍ତି। କେହି କାହାକୁ ଦୋଷ ନ ଦେଇ ସମସ୍ତ ପୀଡ଼ିତଙ୍କ ପରିବାରକୁ ସମର୍ଥନ କରନ୍ତୁ ବୋଲି ସୋନୁ କହିଛନ୍ତି।

wp:embed {"url":"https://twitter.com/SonuSood/status/1664950028169891841?s=20","type":"rich","providerNameSlug":"twitter","responsive":true}
https://twitter.com/SonuSood/status/1664950028169891841?s=20
/wp:embed

ଏଭଳି ଆହତଙ୍କ ପାଇଁ ଏକ ସ୍ଥିର ରୋଜଗାର ବ୍ୟବସ୍ଥା କରିବାକୁ ଦାବି କରି ସୋନୁ କହିଛନ୍ତି ଯେ ସରକାର ଏମିତି ଏକ ପଲିସି ଆଣିବା ଦରକାର ଯେଉଁଥିରେ ଏହିଭଳି ଆହତଙ୍କୁ ଏକ ଫିକ୍ସ ଇନ୍‌କମ ହୋଇପାରିବ। କାରଣ ସରକାରୀ ସହାୟତା ଶୀଘ୍ର ସରିଯିବ। ତେଣୁ ପେନ୍‌ସନ, ପ୍ରୋଭିଡେଣ୍ଟ ଫଣ୍ଡ ଭଳି କିଛି ଆୟ ଆସିବା ଦରକାର ବୋଲି ସୋନୁ କହିଛନ୍ତି। କେବଳ ସୋସିଆଲ୍ ମିଡିଆରେ କହି ଦେଲେ କି ଦେଖାଇ ଦେଲେ ହେବନି ବରଂ ପୀଡ଼ିତଙ୍କ ପାଇଁ ପାଣ୍ଠି ଠୁଳ କରିବା ଆବଶ୍ୟକ ବୋଲି ସୋନୁ କହିଛନ୍ତି। ଶେଷରେ ସମସ୍ତଙ୍କୁ ପୀଡ଼ିତଙ୍କ ଦୁଃଖରେ ଭାଗିଦାରୀ ହେବାକୁ ସୋନୁ ଅନୁରୋଧ କରିଛନ୍ତି।

ପଢ଼ନ୍ତୁ- କରମଣ୍ଡଳ ଏକ୍ସପ୍ରେସ୍‌ ଅଘଟଣ: ଦୁର୍ଘଟଣା ବେଳେ ବାହାନଗା ଆସିଷ୍ଟାଣ୍ଟ ଷ୍ଟେସନ୍‌ ମାଷ୍ଟର ଫେରାର୍‌; ପୁଣି ମିଳିଲା ୧୩ ମୃତଦେହ

wp:embed {"url":"https://youtu.be/wg4pVJar2Ng","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://youtu.be/wg4pVJar2Ng
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.