ମୁମ୍ବାଇ ୧୨/୯: ଫିଲ୍ମ ଅଭିନେତା ସୋନୁ ସୁଦ ଏବେ କାଶୀର ନାଉରିଆଙ୍କୁ ସାହାଯ୍ୟ କରିବାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ୨ଦିନ ତଳେ ଟ୍ବିଟରରେ ସାହାଯ୍ୟ ମାଗିବାରୁ ସୋନୁ ଶୀଘ୍ର ସାହାଯ୍ୟର ଆଶ୍ବାସନା ଦେଇଥିଲେ। ଗୁରୁବାର ମାଝି ସମାଜର ନାଉରିଆ ସମାଜର ଅଧ୍ୟକ୍ଷ ପ୍ରମୋଦ ମାଝିଙ୍କ ପାଖକୁ ରିଲିଫ ସାମଗ୍ରୀ ପହଞ୍ଚିଥିଲା।
ସୋନୁଙ୍କ ଦ୍ବାରା ପଠାଯାଇଥିବା ରିଲିଫ ସାମଗ୍ରୀକୁ ରାଜଘାଟ,ଦଶାଶ୍ବମେଧ ଏବଂ ଶିବାଲା ଘାଟରେ ୨୨୦ନାବିକଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା। ରାଜଘାଟରେ ଗୋବିନ୍ଦ ସାହାଣୀ ଏବଂ ଧୀରଜ ୭୦ଜଣ ଅଭାବୀଙ୍କ ମଧ୍ୟରେ ରିଲିଫ ସାମଗ୍ରୀର ପ୍ୟାକେଟ୍ ବାଣ୍ଟି ଦେଇଥିଲେ।
ସାହାଯ୍ୟ ପାଇଥିବା ନାଉରିଆମାନେ କହିଥିଲେ ଯେ ସୋନୁ ସୁଦ ଅଭିନେତା ହେବା ସହ ପ୍ରକୃତ ନାୟକ ମଧ୍ୟ।