ପଦ୍ମଶ୍ରୀ ନମିଳିବାରୁ ଦୁଃଖ ପ୍ରକାଶ କଲେ ସୋନୁ ସୁଦ୍, କହିଲେ-ଏପରି କାହିଁକି ହେଲା?

Published By : Prameya-News7 Bureau | November 15, 2021 IST

ମୁମ୍ବାଇ ୧୫/୧୧ : ଗତ ବର୍ଷ କରୋନା ମହାମାରୀ ହେତୁ ଲକଡାଉନରେ ଫସି ରହିଥିବା ଶ୍ରମିକ ଏବଂ ପ୍ରବାସୀକଙ୍କୁ ସୋନୁ ସୁଦ ସାହାଯ୍ୟ କରିଥିଲେ। ଯାହା ପରେ ସେ ବିଭିନ୍ନ ଉପାୟରେ ଲୋକଙ୍କୁ ସହାୟତା କରି ଆସୁଛନ୍ତି। ସେ ବର୍ତ୍ତମାନ ଗରିବ ଛାତ୍ରମାନଙ୍କୁ ଅଧ୍ୟୟନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଉପାୟରେ ସାହାଯ୍ୟ କରୁଛନ୍ତି। ଏହି କାରଣରୁ, ସେ ନିରନ୍ତର ଚର୍ଚ୍ଚାରେ ରହି ଆସିଛନ୍ତି ଏବଂ ରାଜ୍ୟ ଠାରୁ ଆନ୍ତର୍ଜାତୀୟ ସ୍ତର ପର୍ଯ୍ୟନ୍ତ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। କିନ୍ତୁ ସେ ୨୦୨୦ ବର୍ଷ ପାଇଁ ପଦ୍ମ ପୁରସ୍କାର ପାଇନାହାଁନ୍ତି। ଯାହା ଉପରେ ସେ ବର୍ତ୍ତମାନ ପ୍ରତିକ୍ରିୟା ରଖିଛନ୍ତି।

ସମ୍ପ୍ରତି ୨୦୨୦ ପଦ୍ମ ପୁରସ୍କାର ଦିଆଯାଇଛି। ଯାହାକୁ ନେଇ ସୋନୁ ସୁଦ ବର୍ତ୍ତମାନ ପ୍ରତିକ୍ରିୟା ଦେଇଛନ୍ତି। ରାଷ୍ଟ୍ରୀୟ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୧୧୯ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି। ୭ ଜଣଙ୍କୁ ପଦ୍ମ ବିଭୂଷଣ, ୧୦ ପଦ୍ମ ଭୂଷଣ ଏବଂ ୧୦୨ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହି ତାଲିକାରେ କଙ୍ଗନା ରଣାୱତ, ଅଦନନ୍ ସାମି, ଏକତା କପୁର ଏବଂ କରଣ ଜୋହରଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲା, କିନ୍ତୁ ସୋନୁ ସୁଦଙ୍କ ନାମ ଏହି ତାଲିକାରେ ନଥିଲା। ଯାହାକୁ ନେଇ ଅଭିନେତା ଦୁଃଖ ପ୍ରକାଶ କରିଛନ୍ତି।

କଙ୍ଗନା ରଣାୱତଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିବା ଏବଂ ଅଭିନେତାଙ୍କ ନାମ ଆଲୋଚନା ନହେବା ବିଷୟରେ ପଚରାଯିବାରୁ ସେ କହିଛନ୍ତି- 'ଏପରି କାହିଁକି ହେଲା, ଏହା ଏକ ଚିନ୍ତା କରିବା ପ୍ରଶ୍ନ।'

ତଥାପି ସୋନୁ କହିଛନ୍ତି, ସେ ସାମାଜିକ ସେବା କାର୍ଯ୍ୟ ଜାରି ରଖିବେ। ଅଭିନେତାଙ୍କ କହିବାନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ ସେ ୨୨ ହଜାର ଛାତ୍ରଙ୍କୁ ସାହାଯ୍ୟ କରିଛନ୍ତି ଏବଂ ଏହା ଜାରି ରଖିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.