ସୋନୁଙ୍କ ନାମରେ ପ୍ରସ୍ତୁତ ହେଲା ଭାରତର ସବୁଠୁ ବଡ ଖାଇବା ଥାଳି, ଦେଖନ୍ତୁ ଏହି ଫଟୋ…

Published By : Prameya-News7 Bureau | February 20, 2023 IST

ମୁମ୍ଵାଇ ୨୦।୦୨: ବଲିଉଡର ଜଣାଶୁଣା ଅଭିନେତା ସୋନୁ ସୁଦ୍‌ । ବର୍ତ୍ତମାନ ତାଙ୍କର ପରିଚୟର କୌଣସି ଆବଶ୍ୟକ ନାହିଁ । ଅନେକ ପାଇଁ ପାଲଟିଛିନ୍ତି ଭଗବାନ। କାହିଁକି ନା ସେ ମହାମାରୀ ସମୟ ପରଠାରୁ ପ୍ରତିଦିନ ଗରିବ ଏବଂ ଅଭାବୀ ଲୋକଙ୍କର ସେବା କରୁଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ଅଭିନେତା ଚଳଚ୍ଚିତ୍ର ଠାରୁ ଦୂରରେ ଥାଇ, ଲୋକଙ୍କୁ ସେବା କରିବାରେ ଅଧିକ ନିୟୋଜିତ ଅଛନ୍ତି। ଯେତେ ଅଧିକ ସୋନୁ ଲୋକଙ୍କୁ ସାହାଯ୍ୟ କରୁଛନ୍ତି, ଲୋକମାନେ ତାଙ୍କୁ ତାହା ଠାରୁ ଅଧିକ ପ୍ରେମ ଓ ସମ୍ମାନ ଦିଅନ୍ତି । ଏଭଳି ପରିସ୍ଥିତିରେ, ସୋନୁଙ୍କୁ ତାଙ୍କ ପ୍ରଶଂସକମାନେ ସରପ୍ରାଇଜ୍‌ ଦେଇଛନ୍ତି। ଯାହା ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ।

wp:html
/wp:html

ନିକଟରେ ସୋନୁଙ୍କର ଏକ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ କୁହାଯାଇଛି ଯେ ଭାରତର ସବୁଠୁ ବଡ ଡିନର ପ୍ଲେଟକୁ ସୋନୁଙ୍କ ନାମରେ ମଧ୍ୟ ନାମିତ କରାଯାଇଛି। ବାସ୍ତବରେ, କରୋନା ମହାମାରୀରେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପରେ ତାଙ୍କୁ ଲଗାତାର ସମ୍ମାନିତ କରାଯାଉଛି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ଅଭିନେତାଙ୍କ ପ୍ରଶଂସକମାନେ ତାଙ୍କ ନାମରେ ଏକ ଅଦ୍ଭୁତ ପୁରସ୍କାର ଦେଇଛନ୍ତି।

India's Biggest Plate

ବାସ୍ତବରେ ସୋନୁଙ୍କ ନାମରେ ଏକ ବିଶେଷ ସମ୍ମାନ ପ୍ରଦାନ କରାଯାଇଛି । ଯାହାର ସୂଚନା ସୋନୁ ସୁଦ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଫଟୋ ସେୟାର କରିଛନ୍ତି । ଏହି ଫଟୋଗୁଡ଼ିକରେ ସୋନୁ ସୁଦ ବିରିୟାନିରେ ପରିପୂର୍ଣ୍ଣ ଏକ ବିରାଟ ଥାଳି ନିକଟରେ ଠିଆ ହୋଇଥିବା ନଜର ଆସିଛନ୍ତି । ସୋନୁ ଫଟୋ ଗୁଡିକର କ୍ୟାପସନରେ ଲେଖିଛନ୍ତି- ଭାରତର ସବୁଠାରୁ ବଡ ଖାଦ୍ୟ ପ୍ଲେଟ ବର୍ତ୍ତମାନ ମୋ ନାମରେ ନାମିତ ହୋଇଛି। ସୋନୁଙ୍କ ନାମରେ ଭାରତର ସବୁଠାରୁ ବଡ ଖାଦ୍ୟ ପ୍ଲେଟର ସମ୍ମାନ ଜିସମତ ଜେଲମଣ୍ଡି ଦ୍ଵାରା ଦିଆଯାଇଛି। ଏହି ସୂଚନା ଫଟୋ ସହିତ ସୋନୁ ନିଜେ ସେୟାର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.