Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୩ କିଲୋ ଗଞ୍ଜେଇ ସହିତ ବୋଲେରୋ ଜବତ; ୨ ଚୋରା ଚାଲାଣକାରୀ ଗିରଫ
  • ||
  • ଦେଶରେ କମିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୮୮୧୩ କରୋନା ପଜିଟିଭ୍
  • ||
  • ନିୟନ୍ତ୍ରଣ ହରାଇ ଘରେ ପଶିଗଲା ଟ୍ରକ୍ : ସ୍ୱାମୀ-ସ୍ତ୍ରୀଙ୍କ ସମେତ ୪ ମୃତ
  • ||
  • ଭାରତକୁ ବଡ ଝଟ୍‌କା ଦେଲା ଫିଫା : ଏଆଇଏଫଏଫକୁ କଲା ସସପେଣ୍ଡ୍, ମହିଳା ବିଶ୍ୱକପ ଆୟୋଜନ ଅଧିକାର ବି ଛଡାଇ ନେଲା
  • ||
  • ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ଉତ୍ସାହିତ ପ୍ରଶଂସକ : ଟିକେଟ୍ ବୁକିଂ ବେଳେ କ୍ରାଶ୍ ହୋଇଗଲା ଓ୍ୱେବସାଇଟ୍
  • ||
  • ମଙ୍ଗଳବାର ବିହାର କ୍ୟାବିନେଟର ସଂପ୍ରସାରଣ, ଶପଥ ନେବେ ୩୧ ମନ୍ତ୍ରୀ
  • ||

ପ୍ରତିଶୃତି ପୁରା କଲେ ସୋନୁ : ରାସ୍ତାରେ ଲାଠି ଖେଳ ଦେଖାଉଥିବା ବୟସ୍କ ମହିଳାଙ୍କ ପାଇଁ ଖୋଲିଲେ ମାର୍ଶାଲ ଆର୍ଟ୍ସ ସ୍କୁଲ

23/08/2020 at 5:54 PM

ମୁମ୍ବାଇ ୨୩/୦୮ : ନିଜର ଉତ୍ତମ କାର୍ଯ୍ୟ ଓ ବ୍ୟବହାର ଯୋଗୁଁ ବଲିଉଡ ଅଭିନେତା ସୋନୁ ସୁଦ ରିୟଲ ଲାଇଫ ହିରୋ ଭାବେ ପ୍ରସିଦ୍ଧ ହୋଇଛନ୍ତି | କରୋନା ମହାମାରୀ ଯୋଗୁଁ ଲାଗୁ ହୋଇଥିବା ଲକଡାଉନ ସମୟରେ ହଜାର ହଜାର ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରିଛନ୍ତି | କେବଳ ପ୍ରବାସୀ ନୁହେଁ, ଆଜି ସୁଦ୍ଧା ସେ ଅନେଲା ଲୋକଙ୍କୁ ଭିନ୍ନ ଭିନ୍ନ ସମସ୍ୟା ନେଇ ସାହାଯ୍ୟ କରି ଚାଲିଛନ୍ତି | ଯିଏ ବି ତାଙ୍କୁ ସାହାଯ୍ୟ ମାଗିଛି ସେ ତାଙ୍କୁ ସାହାଯ୍ୟ କରିଛନ୍ତି | ପୁଣି ସୋନୁଙ୍କ ଏହିଭଳି ଏକ କାମକୁ ନେଇ ଚର୍ଚ୍ଚା ହୋଇଛି | କିଛି ଦିନ ପୂର୍ବରୁ ମୁମ୍ବାଇ ରାସ୍ତାରେ ଜଣେ ବୟସ୍କ ମହିଳା ହାତରେ ବାଉଁଶ ଧରି ଖେଳ ଦେଖାଉଥିଲେ | ମହିଳା ଜଣକ ନିଜ ପେଟ ପୋଷିବାକୁ ରାସ୍ତାକଡରେ ଛିଡା ହୋଇ ଖେଳ ଦେଖାଉଥିଲେ | ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ସୋନୁ ସୁଦ ତାଙ୍କୁ ସାହାଯ୍ୟ କରିବାକୁ ପ୍ରତିଶୃତି ଦେଇଥିଲେ | ଗଣେଶ ଚତୁର୍ଥୀ ଅବସରରେ ସୋନୁ ନିଜ ପ୍ରତିଶୃତି ପୁରା କରିଛନ୍ତି |

ମାନବ ମଙ୍ଗଲାନି ରବିବାର ଦିନ ନିଜ ଇନ୍ସଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି | ଭିଡିଓରେ ବୟସ୍କ ମହିଳା ସୋନୁ ସୁଦଙ୍କୁ ଧନ୍ୟବାଦ ଜଣାଇଛନ୍ତି | ଗଣେଶ ଚତୁର୍ଥୀ ଦିନ ଯୋଦ୍ଧା ଆଜୀ ଶାନ୍ତା ପୱାରଙ୍କ ପାଇଁ ମାର୍ଶାଲ ଆର୍ଟ୍ସ ସ୍କୁଲ ଖୋଲିଛନ୍ତି | ଏହାର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି | ଅନ୍ୟ ମହିଳାମାନଙ୍କୁ ଏବଂ ପିଲାମାନଙ୍କୁ ସେଲ୍ଫ ଡିଫେନ୍ସ କୌଶଳ ଶିଖାଇବା ପାଇଁ ସୋନୁ ଏହି ସ୍କୁଲ ଖୋଲିଛନ୍ତି |

ସୋନୁଙ୍କୁ ଧନ୍ୟବାଦ ଦେବାପାଇଁ ସ୍କୁଲର ନାଁ ସୋନୁ ସୁଦ ମାର୍ଶାଲ ଆର୍ଟ୍ସ ସ୍କୁଲ ରଖାଯାଇଛି | ସୋନୁ ସୁଦ ପ୍ରତିଶୃତି ଦେଇଛନ୍ତି ଯେ ସେ ଖୁବ ଶୀଘ୍ର ସ୍କୁଲକୁ ଆସିବେ | ଆଜୀ ଶାନ୍ତାଙ୍କ ଭିଡିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହୋଇଛି | ଭିଡିଓ ଦେଖି ସମସ୍ତେ ସୋନୁଙ୍କ ପ୍ରଶଂସା କରୁଛନ୍ତି |

ଗତ ମାସରେ ପ୍ରସିଦ୍ଧ ଯେଜେମେ ଚନ୍ଦ୍ରୋ ତୋମାର (ଯାହାଙ୍କ ଯିବନି ଉପରେ ଶାଣ୍ଢ କି ଆଁଖ ଫିଲ୍ମ ନିର୍ମିତ ହୋଥିଲା) ମଧ୍ୟ ଆଜୀ ଶାନ୍ତାଙ୍କ ଭିଡିଓ ସେୟାର କରିଛନ୍ତି |

   Related Posts