କୁଖ୍ୟାତ ସେକ୍ସ ରାକେଟର ରାଣୀ ମହୁମାଛି ସୋନୁ ପଞ୍ଜାବନର ତିହାର ଜେଲରେ ଆତ୍ମହତ୍ୟା ଉଦ୍ୟମ : ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | July 18, 2020 IST

ନୂଆଦିଲ୍ଲୀ ୧୮/୭: ଦିଲ୍ଲୀର କୁଖ୍ୟାତ ସେକ୍ସ ରାକେଟର ରାଣୀ ମହୁମାଛି ଗୀତା ଅରୋରା ଓରଫ ସୋନୁ ପଞ୍ଜାବନ ତିହାର ଜେଲରେ କିଛି ବିଷାକ୍ତ ଔଷଧ ପିଇ ଦେଇଥିଲା। ଏହା ପରେ ତାର ସ୍ବାସ୍ଥ୍ୟାବସ୍ଥା ପୂରାପୂରି ବିଗିଡ଼ି ଯାଇଥିଲା। ସୋନୁ ପଞ୍ଜାବନକୁ ଦୀନ ଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ଏବେ ତାର ସ୍ବାସ୍ଥ୍ୟରେ ସୁଧାର ଆସିଛି।

ସୋନୁ ପଞ୍ଜାବନ ତିହାର ଜେଲ ନମ୍ବର ୬ରେ ବନ୍ଦୀ ରହିଛି। ଶୁକ୍ରବାର ଅର୍ଥାତ୍ ଜୁଲାଇ ୧୭ତାରିଖରେ ଦିଲ୍ଲୀର ଦ୍ବାରକା କୋର୍ଟ ଏକ ମାମଲାରେ ତାକୁ ଦୋଷୀ ସାବ୍ୟସ୍ତ କରିଥିଲା। ସୋନୁ ପଞ୍ଜାବନ୍ ନାଁରେ ପୂର୍ବରୁ ଅନେକ ମାମଲା ରୁଜୁ ଥିବାବେଳେ ପ୍ରଥମ ଥର ତାକୁ କୌଣସି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ୧୨ବର୍ଷର ପିଲାକୁ ଅପହରଣ,ଦୁଷ୍କର୍ମ ଏବଂ ତାକୁ ଜବରଦସ୍ତି ଦେହ ବ୍ୟବସାୟରେ ଲଗାଇବା ଭଳି ମାମଲାରେ ସୋନୁ ଏବଂ ତାର ସହଯୋଗୀକୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏହି ମାମଲାଟି ୨୦୦୯ମସିହାର। ଦିଲ୍ଲୀର ହର୍ଷ ବିହାର ଅଞ୍ଚଳରେ ୧୨ବର୍ଷର ପିଲାର ଅପହରଣ ହୋଇଥିଲା ଏବଂ ପରେ ସେ କୌଣସି ମତେ ନଜଫଗଢ଼ ଥାନାକୁ ପହଞ୍ଚିଥିଲା।

ସୋନୁ ପଞ୍ଜାବନ ବିରୋଧରେ ଦିଲ୍ଲୀର ଅନେକ ଥାନା ବ୍ୟତୀତ ଦେଶର କେତେକ ରାଜ୍ୟରେ ବଡ଼ ଧରଣର ସେକ୍ସ ରାକେଟ ଚଲାଇବାର ମାମଲା ରୁଜୁ ଅଛି। ସୋନୁ ପଞ୍ଜାବନ ଏତେ ବଡ଼ ନାଁ ହୋଇଯାଇଥିଲା ଯେ ତା’ ଚରିତ୍ରରେ ବଲିଉଡରେ ମଧ୍ୟ ଫିଲ୍ମ ହେବାକୁ ଲାଗିଥିଲା। ଫୁକରେ ଫିଲ୍ମରେ ଭୋଲି ପଞ୍ଜାବନର ଭୂମିକା ସୋନୁ ପଞ୍ଜାବନର ଅସଲ ଚରିତ୍ର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.