୨୧ ଦିନିଆ ‘ଲକ୍ ଡାଉନ’କୁ ସମର୍ଥନ ସହ ପ୍ରଧାନମନ୍ତ୍ରୀଙ୍କୁ ଏପରି ପରାମର୍ଶ ଦେଲେ ସୋନିଆ

Published By : Prameya-News7 Bureau | March 26, 2020 IST

ନୂଆଦିଲ୍ଲୀ ୨୬।୩ :  ଚୀନ ଉହାନରୁ ବ୍ୟାପିଥିବା କରୋନା ଏବେ ସାରା ବିଶ୍ୱକୁ ବ୍ୟାପିଯାଇଛି। ଏଥିରୁ ଏବେ ଭାରତ ବି ବାଦେ ନାହିଁ। ତେବେ ଦେଶରେ ଭୂତାଣୁ ସଂକ୍ରମଣ ରୋକିବା ଲାଗି ସରକାର ‘ସାମାଜିକ ଦୂରତା’ ଉପରେ ଗୁରୁତ୍ୱ ଦେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନ ଲାଗି ଦେଶକୁ ଲକ୍ ଡାଉନ୍ ଘୋଷଣା କରିଛନ୍ତି। କରୋନା ସଂକ୍ରମଣ ଜନିତ ପରିସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ  ଏପରି ନିଷ୍ପତ୍ତିକୁ ଏଆଇସିସି କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧି ଗୁରୁବାର ସମର୍ଥନ କରିଛନ୍ତି। ଏ ନେଇ ସେ ପ୍ରଧାନମନ୍ତ୍ରୀଙ୍କୁ ଏକ ପତ୍ର ମଧ୍ୟ ଲେଖିଛନ୍ତି।

{"id":244390,"width":579,"height":381,"sizeSlug":"large"}

ସୋନିଆ ତାଙ୍କ ପତ୍ରରେ ପ୍ରଧାନମନ୍ତ୍ରୀଙ୍କ ଲକ୍ ଡାଉନ ନିଷ୍ପତ୍ତିକୁ  ସ୍ୱାଗତ ଯୋଗ୍ୟ କହିଥିବା ବେଳେ ଆମେ ଏହାକୁ ସମର୍ଥନ କରୁଛୁ ବୋଲି ଜଣାଇଛନ୍ତି। ତେବେ ଏହି ସମୟରେ କରୋନା ଚିକିତ୍ସା ସହ ସମ୍ପୃକ୍ତ ଡାକ୍ତର ଓ ଅର୍ଦ୍ଧଚିକିତ୍ସକଙ୍କ ସୁରକ୍ଷା ସରକାର ସୁନିଶ୍ଚିତ କରନ୍ତୁ  ବୋଲି ଦାବି କରିଛନ୍ତି। ସେହିପରି ଲୋକେ ଲକଡାଉନ ବେଳେ ଘରେ ରହୁଥିବାରୁ ଯେପରି ଯୋଗାଣ ବ୍ୟବସ୍ଥା ପ୍ରଭାବିତ ନ ହୁଏ ସେଥିଲାଗି ମଧ୍ୟ ପଦକ୍ଷେପ ନେବାକୁ ବି ଦାବି କରିଛନ୍ତି। ଏହା ଛଡା ଆଗାମୀ ୬ ମାସ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଇଏମଆଇ ଟାଳିବା ନେଇ ମଧ୍ୟ କେନ୍ଦ୍ର ସରକାର ବିଚାର କରନ୍ତୁ ବୋଲି ସୋନିଆ ତାଙ୍କ ପତ୍ରରେ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

wp:html /wp:html

ଏହି ସମୟରେ ଋଣୀଙ୍କ ଠାରୁ ବ୍ୟାଙ୍କମାନେ ଅସୁଲ କରୁଥିବା ସୁଧ ମଧ୍ୟ ମାଫ କରାଯାଉ ବୋଲି ସୋନିଆ ପତ୍ରରେ ଦାବି କରିଛନ୍ତି। କେବଳ ସୋନିଆ ନୁହନ୍ତି ବହୁଜନ ସମାଜ ପାର୍ଟି ନେତ୍ରୀ ମାୟାବତୀ ଦେଶରେ  ଲକଡାଉନ ନେଇ ଏକ ଟ୍ୱିଟ୍ କରିଛନ୍ତି। ଯେଉଁଥିରେ ଶ୍ରମିଜୀବିଙ୍କ ସ୍ୱାର୍ଥ ଯେପରି ଉପେକ୍ଷିତ ନ ହୁଏ ସେଥିପ୍ରତି ରାଜ୍ୟ ଓ କେନ୍ଦ୍ର ସରକାର ଧ୍ୟାନଦେବା ଜରୁରି ବୋଲି କହିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.